ଶିମିଳିପାଳ ବୁଲିବାର ମଜା ନେଉଛନ୍ତି ପର୍ଯ୍ୟଟକ

ବାରିପଦା/କରଞ୍ଜିଆ(ମାଣିକ/ଦୀପକ): ଏସିଆ ମହାଦେଶର ସର୍ବ ବୃହତ୍ତମ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ସୋମବାରଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଯେଉଁଥିପାଇଁ ପର୍ଯ୍ୟଟଙ୍କ ଭିଡ଼ ଲାଗି ରହିଛି। ଶିମିଳିପାଳ ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ। ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ଦେଇ ପର୍ଯ୍ୟଟକମାନେ ପ୍ରବେଶ କରୁଛନ୍ତି। ପର୍ଯ୍ୟଟକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିଥିବା ଦେଖିବାକୁ ମିଳିଛି। ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି […]

Simlipal National Park

Simlipal National Park

Manoranjan Sial
  • Published: Tuesday, 02 November 2021
  • Updated: 02 November 2021, 05:11 PM IST

Sports

Latest News

ବାରିପଦା/କରଞ୍ଜିଆ(ମାଣିକ/ଦୀପକ): ଏସିଆ ମହାଦେଶର ସର୍ବ ବୃହତ୍ତମ ଜୈବମଣ୍ଡଳ ହେଉଛି ଶିମିଳିପାଳ ଅଭୟାରଣ୍ୟ। ସୋମବାରଠାରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। ଯେଉଁଥିପାଇଁ ପର୍ଯ୍ୟଟଙ୍କ ଭିଡ଼ ଲାଗି ରହିଛି। ଶିମିଳିପାଳ ଅଭୟାରଣ୍ୟର ଅପରୂପ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ।

ବାରିପଦାର ପିଠାବଟା ଓ ଯଶୀପୁରର କାଳିଆମି ଗେଟ୍‌ ଦେଇ ପର୍ଯ୍ୟଟକମାନେ ପ୍ରବେଶ କରୁଛନ୍ତି। ପର୍ଯ୍ୟଟକମାନେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ସକାଳ ୭ଟାରୁ ୯ଟା ମଧ୍ୟରେ ପ୍ରବେଶ କରିପାରିଥିବା ଦେଖିବାକୁ ମିଳିଛି। ଉଭୟ ପାର୍ଶ୍ୱରୁ ୬୦ଟି ଗାଡ଼ି ଯିବାକୁ ଅନୁମତି ମିଳିଛି।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌ର ଜଣେ ଛାତ୍ରୀ କହିଛନ୍ତି, ପୂର୍ବରୁ ଶିମିଳିପାଳ ଅଭୟାଣ୍ୟ ବିଷୟରେ ବହୁତ କିଛି ଶୁଣିଥିଲି ଓ ପଢ଼ିଥିଲେ। ଆଜି କିନ୍ତୁ ନିଜ ଆଖିରେ ଦେଖିବାକୁ ପାଇଲି। ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତିବ ରମଣୀୟ। ଥରେ ଆସିଲେ ବାରମ୍ୱାର ଆସିବାକୁ ମନ କହିବ। ତେବେ ବୋରେହିପାଣି ୱାଟର ଫଲ୍‌ ଦେଖିବାକୁ ଅତିବ ମନୋରମ ବୋଲି ଛାତ୍ରୀ ଜଣକ କହିଛନ୍ତି।

ଜଣେ ପଶ୍ଚିମବଙ୍ଗ ପର୍ଯ୍ୟଟକ କହିଛନ୍ତି, ବରେହିପାଣି ୱାଟର ଫଲ୍‌ ଦେଖିବାକୁ ଭାରି ସୁନ୍ଦର। ଆମେ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛୁ। ଅନେକ ଦିନ ପରେ ଏଠାକୁ ପ୍ରଥମ ଥର ପାଇଁ ଆସିଥିବାରୁ ଭଲ ଲାଗୁଛି ବୋଲି ବେଙ୍ଗଲୀ ପର୍ଯ୍ୟଟକ ଜଣକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos