ସରଳ ହେଲା କୋଭିଡ୍ ଟିକାକରଣ: ଆଗୁଆ ସ୍ଲଟ୍ ବୁକିଂ ଜରୁରୀ ନୁହେଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାମୁହିକ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖଥିବାବେଳେ ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଂଚଳ କିମ୍ବା ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି । ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ […]

vaccine

vaccine

Ordigital Desk
  • Published: Wednesday, 09 June 2021
  • Updated: 10 June 2021, 11:33 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାମୁହିକ ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି କୋଭିଡ୍ ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖଥିବାବେଳେ ଟିକାକରଣ ନିମନ୍ତେ କୋ-ୱିନ୍ ପୋର୍ଟାଲରେ ପଞ୍ଜିକରଣ ନିୟମକୁ ମଧ୍ୟ କେନ୍ଦ୍ର ସରକାର କୋହଳ କରିଛନ୍ତି। ସ୍ମାର୍ଟଫୋନ୍ ନଥିବା ଅଂଚଳ କିମ୍ବା ବ୍ୟବହାର ଜାଣିନଥିବା ଲୋକେ, ପରିଚୟପତ୍ର ନଥିବା ଲୋକଙ୍କୁ ଦୃଷ୍ଟିରେ ରଖି ଏହି ନିୟମକୁ କୋହଳ କରାଯାଇଛି । ଗତ ୭ତାରିଖରେ କେନ୍ଦ୍ର ସରକାର ଟିକାକରଣ ନିୟମକୁ କୋହଳ କରିବା ପରେ ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଆଜି ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏସମ୍ପର୍କରେ ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର ଲେଖିଥିବା ଚିଠି ଅନୁସାରେ କୋଭିଡ୍ ଟିକାକରଣ ଅଭିଯାନରେ ସମସ୍ତଙ୍କୁ ସାମିଲ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି । ସାମାଜିକ-ଅର୍ଥନୀତିକ, ଶିକ୍ଷାଗତ ଓ ଭୌଗଳିକ ଦୃଷ୍ଟିରୁ ପଛୁଆ ଥିଲେ ମଧ୍ୟ ସମସ୍ତେ ଏହି ଟିକାକରଣର ସୁବିଧା ପାଇପାରିବେ । ଯେଉଁମାନେ ନିରକ୍ଷର ଅବା ଇଣ୍ଟରନେଟ୍ ବ୍ୟବହାର ଜାଣିନାହାନ୍ତି ସେମାନେ କୋୱିନ୍ ପୋର୍ଟାଲରେ ପଞ୍ଜିକରଣ ଓ ସ୍ଲଟ ବୁକିଂ କରିବାରେ ସମସ୍ୟା ରହିଛି । ଏହାକୁ ଦୃଷ୍ଟିରେ ରଖି କୋ-ୱିନ୍ ସିଷ୍ଟମରେ ପଞ୍ଜିକରଣ, ସ୍ଲଟ ବୁକିଂ, ଟିକାକରଣ ନିୟମକୁ କୋହଳ କରାଯାଇଛି ।

ଇଣ୍ଟରନେଟ୍ ଅବା ସ୍ମାର୍ଟଫୋନ୍ ବ୍ୟବହାର ଜାଣିନଥିବା ବ୍ୟକ୍ତି ଅବା ଗୋଷ୍ଠୀ ସିଧାସଳଖ ଟିକାଦାନ କେନ୍ଦ୍ରକୁ ଆସି ସେଠାରେ ପଞ୍ଜିକରଣ କରାଇ ଟିକା ନେଇପାରିବେ । କିମ୍ବା ଗାଁ ଗହଳିରେ ଥିବା କମନ ସର୍ଭିସ ସେଣ୍ଟର ମାଧ୍ୟମରେ ବି ନିଜର ପଞ୍ଜିକରଣ କୋ-ୱିନ୍ ପୋର୍ଟାଲରେ କରିପାରିବେ । ହେଲପଲାଇନ୍ / କଲ ସେଣ୍ଟର ନମ୍ବର-୧୦୭୫ ମାଧ୍ୟମରେ ବି ପଞ୍ଜିକରଣ କରାଯାଇପାରିବ । ଯେଉଁ ବ୍ୟକ୍ତିମାନଙ୍କର କୌଣସି ପରିଚୟ ପତ୍ର ନାହିଁ ସେମାନଙ୍କର ଟିକାକରଣ ପାଇଁ ସ୍ୱତନ୍ତ୍ର ସେସନ୍ କରାଇବାକୁ ପରାମର୍ଶ ଦିଆଯାଇଛି । ଭିନ୍ନକ୍ଷମ ବ୍ୟକ୍ତି ଓ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ସେମାନଙ୍କ ଘର ପାଖରେ ଟିକାଦାନର ସ୍ୱତନ୍ତ୍ର ସେସନ୍ କରାଇବାକୁ କୁହାଯାଇଛି । ଏହବ୍ୟତୀତ ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଥିବେ ସେମାନଙ୍କ ଦ୍ୱିତୀୟ ଡୋଜ୍ ପାଇଁ ଟିକା ସ୍ଲଟକୁ ସଂରକ୍ଷିତ ରଖାଯିବ । ଯାହାଫଳରେ ସେମାନେ ନିର୍ଦ୍ଧାରିତ ଅବଧି ମଧ୍ୟରେ ନିଜର ଟିକା ନେଇପାରିବେ ।

କେବଳ ସେତିକି ନୁହେଁ, ଯେଉଁ ଲୋକମାନେ ଗାଁ ଅବା ଦୁର୍ଗମ ଅଂଚଳରେ ରହୁଥିବା ସେମାନଙ୍କୁ ନିକଟସ୍ଥ ଟିକାକରଣ କେନ୍ଦ୍ରରେ ଟିକା ଦେବା ପାଇଁ ବ୍ୟବସ୍ଥା କରିବା ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହି ଲୋକମାନଙ୍କର ପଞ୍ଜିକରଣ, ସ୍ଲଟ ବୁକିଂ ଓ ଟିକାକରଣ ନିମନ୍ତେ ସ୍ୱତନ୍ତ୍ର ଭାବେ ପରିବହନ ବ୍ୟବସ୍ଥା କରିବାକୁ ମଧ୍ୟ ସରକାର ପରାମର୍ଶ ଦେଇଛନ୍ତି । ଏଥିପାଇଁ ଆବଶ୍ୟକ ପଡ଼ିଲେ କ୍ଷେତ୍ରସ୍ତରରେ ଥିବା ସ୍ୱାସ୍ଥ୍ୟ କର୍ମଚାରୀ ଓ ଅନ୍ୟ ଲାଇନ୍ ଡିପାର୍ଟମେଣ୍ଟ କର୍ମଚାରୀଙ୍କୁ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି । କୌଣସି ଲୋକ ଯେଭଳି ଟିକାକରଣରୁ ବାଦ୍ ନପଡ଼ିବେ ସେଥିପାଇଁ କୋ-ୱିନ୍ ପୋର୍ଟାଲରେ ଉପଲବ୍ଧ ଥିବା ବହୁମୁଖୀ ବିକଳ୍ପକୁ ଉପଯୋଗ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story