Advertisment

୮ ବର୍ଷ ଯଦି ସହିଲେ, ସେ ବହୁତ ବଡ଼ ସତୀ ସାବିତ୍ରୀ: ହ୍ୟୁମାନ

ପତ୍ନୀ ଶ୍ରୀୟା କହିଛନ୍ତି, ସେ ମୁକ୍ତିମଣ୍ଡପରେ ବସୁଥିବା ଗୋଟିଏ ବ୍ରାହ୍ମଣ ଘରର ଝିଅ। ସେତିକି ଭଲ ପାଇବା ମିଳିବାରୁ ଖ୍ରୀଷ୍ଟିଆନ୍ ପରିବାରରେ ବିବାହ କରିଥିଲେ।

ଅଦ୍ୟତନ ହୋଇଛି
humane sagar and his wife shriya

humane sagar and his wife shriya

Advertisment

ବିବାହ ପରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ତାଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କୁ ମାଡ଼ ମାରିବା ଓ ବିଭିନ୍ନ ପ୍ରକାର ନିର୍ଯାତନା ଦେବା ଘଟଣା ଏବେ ବଡ଼ ଧରଣର ରୂପ ନେଇଛି। ମିଡିଆ ସାମ୍ନାରେ ମୁହଁ ଖୋଲି ଘର କଳିର ଗୁମର ଖୋଲି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ର ସଫା ସଫା କହିଛନ୍ତି, ଥାର୍ଡ ପର୍ସନର ଏଣ୍ଟ୍ରି ହିଁ ତାଙ୍କ ପାରିବାରିକ ଅଶାନ୍ତିର କାରଣ ହୋଇଛି। ତୃତୀୟ ପକ୍ଷର ଅବାଧ ପ୍ରବେଶ ପାଇଁ ହିଁ ଭାଙ୍ଗିଯାଇଛି ତାଙ୍କ ସୁନାର ସଂସାର। ସେପଟେ ପତ୍ନୀଙ୍କ ଅଭିଯୋଗକୁ ପୂରାପୂରି ମିଛ ଦର୍ଶାଇଛନ୍ତି ହ୍ୟୁମାନ। ସେ କହିଛନ୍ତି,‘ପରକୀୟା ପ୍ରୀତି ଲାଗି ତାଙ୍କ ବୟସ ନାହିଁ କି ସମୟ ନାହିଁ। ଯଦି ୮ ବର୍ଷ ହେଲା ଶ୍ରୀୟା ସବୁ ସହିଲେ, ବହୁତ ବଡ଼ ସତୀ ସାବିତ୍ରୀ ସେ।’ ଯାହାକୁ ନେଇ ବିବାଦ ପୁଣି ଘନେଇଛନ୍ତି।

Advertisment

ଭୁବନେଶ୍ୱରରେ ଶ୍ରୀୟା ଆଜି ପ୍ରେସ୍‌ ମିଟ୍‌ରେ କହିଥିଲେ, ମଦ ପିଇଲେ କେମିତି ଅମଣିଷ ପାଲଟି ଯାଆନ୍ତି ହ୍ୟୁମାନ। ଅଯଥାରେ ତାଙ୍କୁ ଭୀଷଣ ମାଡ଼ ମାରନ୍ତି ହ୍ୟୁମାନ। ଥରେ ମାଡ଼ ମାରି ଆଖି ଓ ପତା ପଚା ପକାଇ ଦେଇଥିଲେ। ଝିଅ ଜନ୍ମ ପରେ ତାଙ୍କ ଉପରେ ନିର୍ଯାତନା ବଢିଥିଲା। ସ୍ୱାମୀ-ସ୍ତ୍ରୀ ଭିତରେ କଳି ଲାଗିଲେ ପରସ୍ପର ବୁଝାମଣା କରିବା କଥା। ହେଲେ ସେଠି ତୃତୀୟ ପକ୍ଷ ଆସି ହସ୍ତକ୍ଷେପ କରିବା ଓ ଝଗଡ଼ାକୁ ସମାଧନ ନ କରି ବଢ଼ାଇବାର ମାନେ କ’ଣ ?

ତେବେ ମଦ ପିଇ ବାଡେଇବା କଥାକୁ ଖଣ୍ଡନ କରିଛନ୍ତି ହ୍ୟୁମାନ। ସେ କହିଛନ୍ତି, ସ୍ୱାମୀ-ସ୍ତ୍ରୀ କଳି ଘରେ ରହିବା ଉଚିତ୍। ବାହାରକୁ ଆସିଲା କାହିଁକି? ମୋ ସହ ହଜାରେ ଲୋକ କଥା ହୁଅନ୍ତି, ତୃତୀୟ ପକ୍ଷ କେହି ନାହାନ୍ତି। ମୋର କାହାରି ସହ ଅବୈଧ ସମ୍ପର୍କ ନାହିଁ। ବୟସ ୨୫ କିମ୍ବା ୨୬ ନୁହେଁ ଯେ କାହା ସଙ୍ଗେ ଦାରେନାରେ ହେବି। ପତ୍ନୀଙ୍କ ପ୍ରେସମିଟ୍‌କୁ ନେଇ ବି ସେ ପ୍ରଶ୍ନ ଉଠାଇ କହିଛନ୍ତି, ଦୁଇଦିନ ଏ ବାବଦରେ ମାଗିଥିଲେ। ଏହା ଭିତରେ ପ୍ରେସ୍ ମିଟ୍ କରିବା କ’ଣ ଦରକାର ଥିଲା।

Advertisment

ସେପଟେ ସୋମବାର ଥାନାରେ ହାଜର ହୋଇ ନିଜ ପକ୍ଷ ରଖିବେ ବୋଲି କହିଛନ୍ତି ହ୍ୟୁମାନ। ଏଥିସହ ପୁଣି ଦୋହରାଇଛନ୍ତି, ପତ୍ନୀଙ୍କ ସହ ଆପୋସ ବୁଝାମଣା ସେ ଚାହୁଁଛନ୍ତି। ଏନେଇ ସେ ଥାନାକୁ ଜଣାଇ ଦେଇଛନ୍ତି। ପ୍ରେମ କଥା ହେବା ବେଳେ କେହି ତୃତୀୟ ପକ୍ଷ ନ ଥିଲେ। ଯେତେବେଳେ ଝଗଡ଼ା ହୋଇଯାଏ ସେତେବେଳେ ବହୁତ ତୃତୀୟ ପକ୍ଷ ବାହାରନ୍ତି। ତେଣୁ ମାଇଣ୍ଡ ସେଲ୍ ଭଲ ହେବା ଦରକାର ବୋଲି ହ୍ୟୁମାନ କହିଛନ୍ତି।

ପତ୍ନୀ ଶ୍ରୀୟା କହିଛନ୍ତି, ସେ ମୁକ୍ତିମଣ୍ଡପରେ ବସୁଥିବା ଗୋଟିଏ ବ୍ରାହ୍ମଣ ଘରର ଝିଅ। ସେତିକି ଭଲ ପାଇବା ମିଳିବାରୁ ଖ୍ରୀଷ୍ଟିଆନ୍ ପରିବାରରେ ବିବାହ କରିଥିଲେ। ପୂର୍ବପରି ସ୍ତ୍ରୀର ମର୍ଯ୍ୟଦା ଓ ଭଲପାଇବା ମିଳିଲେ ପୁଣି ଘରକୁ ଫେରିବେ। କିନ୍ତୁ ହ୍ୟୁମାନଙ୍କ ପକ୍ଷରୁ ନା ଏ ବାବଦରେ ନା ଫୋନ୍ ଆସୁଛି, ନା ଆଲୋଚନା କରାଯାଉଛି। କେବଳ ଗଣମାଧ୍ୟମରେ ମତ ପ୍ରକାଶ କରାଯାଉଛି।

ଦାମ୍ପତ୍ୟ କଳିକୁ ନେଇ ତମ୍ବିତୋଫାନ ଭିତରେ ହ୍ୟୁମାନଙ୍କ ଗୀତ ଗାଇବା କିନ୍ତୁ ବନ୍ଦ ହୋଇନି। ଶନିବାର ଦେବଗଡ଼ ଜିଲ୍ଲା ମହୋତ୍ସବ ପ୍ରଧାନପାଟ ସାଂସ୍କୃତିକ ମଂଚରେ ଶୁଣିବାକୁ ମିଳିଥିଲା ହ୍ୟୁମାନଙ୍କ ହୃଦୟ ସ୍ପର୍ଶୀ ଗୀତ। ଏହି ଉତ୍ସବରେ ହ୍ୟୁମାନ ଫ୍ୟାନଙ୍କୁ କହିଥିଲେ, ଯେତେ ବିବାଦ, ଯେତେ କଷ୍ଟ ଆସିଲେ ବି ନିଶ୍ୱାସ ଚାଲୁଥିବା ଯାଏଁ ଭଲ ପାଉଥିବା ଲୋକଙ୍କ ପାଇଁ ସେ ଗୀତ ଗାଇବେ।

Family Dispute
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe