Advertisment

ଯାଯାବର ଗୀତ ଗାଇବା ପରେ ଚାଲିଗଲେ ‘ଜୟପୁରର ଅକ୍ଷୟ ମହାନ୍ତି’ ମୁରଲୀ ମହାପାତ୍ର

ଜୟପୁର (ଟି. ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ ଘଟିଛି। ମୁରଲୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱର୍ଗୀୟ ଅକ୍ଷୟ ମହାନ୍ତିଙ୍କ […]

ଅଦ୍ୟତନ ହୋଇଛି
ଯାଯାବର ଗୀତ ଗାଇବା ପରେ ଚାଲିଗଲେ ‘ଜୟପୁରର ଅକ୍ଷୟ ମହାନ୍ତି’ ମୁରଲୀ ମହାପାତ୍ର

murali mohapatra

Advertisment

ଜୟପୁର (ଟି. ଗୌରୀ ଶଙ୍କର): କୋରାପୁଟ ଜିଲ୍ଲା ଜୟପୁରର ଅକ୍ଷୟ ମହାନ୍ତି ଭାବେ ପରିଚିତ ବରିଷ୍ଠ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର ପରଲୋକ ଘଟିଛି। ମୁରଲୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

Advertisment

ଗତକାଲି ରାତିରେ ସ୍ଥାନୀୟ ରାଜନଗରଠାରେ ଦୁର୍ଗାପୂଜା ଉପଲକ୍ଷେ ସଙ୍ଗୀତ ସଂଧ୍ୟାର ଆୟୋଜନ ହୋଇଥିଲା। ଏଥିରେ ଗୀତ ଗାଉଥିଲେ ମୁରଲୀ। ଷ୍ଟେଜ ଉପରେ ଗୀତ ଗାଇବା ଆରମ୍ଭ କରିବା ପୂର୍ବରୁ ନିଜ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ସେ ଦର୍ଶକଙ୍କୁ କହିଥିଲେ। ପରେ ସେ ସ୍ୱର୍ଗୀୟ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତ ଗାଇଥିଲେ। ଗୀତ ଗାଇବା ପରେ ଷ୍ଟେଜରେ ପଡ଼ିଥିବା ଚେୟାରରେ ବସିଥିଲେ। ଷ୍ଟେଜରେ ଆଉ ଜଣେ କଣ୍ଠଶିଳ୍ପୀ ଗୀତ ଗାଉଥିଲେ। ମୁରଲୀ ପଛରେ ବସି କଣ୍ଠଶିଳ୍ପୀଙ୍କ ଗୀତରେ ଝୁମୁଥିଲେ। ଏହି ସମୟରେ ହଠାତ୍ ସେ ଚେୟାରରୁ ଟଳି ପଡ଼ିଥିଲେ।  ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।  ହେଲେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ।

ମୁରଲୀ ଜଣେ ସରକାରୀ କର୍ମଚାରୀ ଥିଲେ। କିନ୍ତୁ ତାଙ୍କ ନିଶା ଥିଲା ଗୀତ ଗାଇବା। ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ସେ ଜୟପୁରରେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇଯାଇଛି ଜୟପୁର ସହର। ସାଧାରଣ ଲୋକ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe