Advertisment

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲିନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ, ସାହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କର। ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଜ୍ୟୋଷ୍ଠ ପୁତ୍ର ମହାଦୀପ କର ମୁଖାଗ୍ନି ଦେଇଥିଲେ। ସାନ ପୁଅ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ପୁତ୍ରବଧୁ, ନାତି ନାତୁଣୀ, ସଙ୍ଗୀତ ପ୍ରେମୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜିବୀ, ସାଧାରଣ ବ୍ୟକ୍ତି ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ […]

ପଞ୍ଚଭୂତରେ ବିଲୀନ ହେଲେ ପ୍ରଫୁଲ୍ଲ

prafulla-kar

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ପଞ୍ଚଭୂତରେ ବିଲିନ ହେଲେ ବିଶିଷ୍ଟ ସଙ୍ଗୀତଜ୍ଞ, ସାହିତ୍ୟିକ ତଥା ସ୍ତମ୍ଭକାର ପଦ୍ମଶ୍ରୀ ଡଃ ପ୍ରଫୁଲ୍ଲ କର। ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଜ୍ୟୋଷ୍ଠ ପୁତ୍ର ମହାଦୀପ କର ମୁଖାଗ୍ନି ଦେଇଥିଲେ। ସାନ ପୁଅ ମହାପ୍ରସାଦ କର, କନ୍ୟା ସନ୍ଧ୍ୟାଦୀପ କର, ପୁତ୍ରବଧୁ, ନାତି ନାତୁଣୀ, ସଙ୍ଗୀତ ପ୍ରେମୀ, ବିଶିଷ୍ଟ ବ୍ୟକ୍ତି ବିଶେଷ, ବୁଦ୍ଧିଜିବୀ, ସାଧାରଣ ବ୍ୟକ୍ତି ପ୍ରମୁଖ ଏହି ସମୟରେ ଉପସ୍ଥିତ ଥିଲେ।

Advertisment

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଆଇନ ମନ୍ତ୍ରୀ ପ୍ରତାପ ଜେନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସ୍ୱର୍ଗଦ୍ୱାରଠାରେ ସ୍ୱର୍ଗତ କରଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୂର୍ବତନ ସାଂସଦ ତଥାଗତ ଶତପଥୀ, ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧିକ୍ଷକ ଡଃ. କନୱାର ବିଶାଲ ସିଂ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe