ସିଙ୍ଗିରି ସରପଞ୍ଚଙ୍କୁ ହତ୍ୟା ଘଟଣା: ହତ୍ୟାକାରୀଙ୍କୁ ଗିରଫ ଦାବିରେ ବିଜେପିର ରାସ୍ତାରୋକ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଚିତ୍ରସେନ ଦାଶଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଓ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ଦାବିରେ ଆଜି ବିଜେପି ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ନିକଟରେ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶଡ ଗାଡ଼ି ଅଟକି ରହିଛି। ଚିତ୍ରସେନଙ୍କ ହତ୍ୟାକାଣ୍ଡକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ ଏଯାଏଁ ହତ୍ୟାକାରୀଙ୍କୁ ଗିରଫ କରିପାରିନାହିଁ। ଗତ ୮ […]

ali

Rakesh Mallick
  • Published: Monday, 13 June 2016
  • , Updated: 13 June 2016, 12:11 PM IST

ଆଳି: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସିଙ୍ଗିରି ପଞ୍ଚାୟତର ସରପଞ୍ଚ ଚିତ୍ରସେନ ଦାଶଙ୍କ ହତ୍ୟାକାରୀମାନଙ୍କୁ ତୁରନ୍ତ ଗିରଫ କରିବା ଓ ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ଦାବିରେ ଆଜି ବିଜେପି ପକ୍ଷରୁ କଟକ-ଚାନ୍ଦବାଲି ରାସ୍ତାର ପତ୍ରପୁର ନିକଟରେ ରାସ୍ତାରୋକ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶଡ ଗାଡ଼ି ଅଟକି ରହିଛି।

ଚିତ୍ରସେନଙ୍କ ହତ୍ୟାକାଣ୍ଡକୁ ୫ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ୍ ଏଯାଏଁ ହତ୍ୟାକାରୀଙ୍କୁ ଗିରଫ କରିପାରିନାହିଁ।

ଗତ ୮ ତାରିଖ ସକାଳେ ଚିତ୍ରସେନ ଘରୁ ବାଇକ୍‌ରେ ଆଳି ଅଭିମୁଖେ ଆସୁଥିବା ବେଳେ ଚଣ୍ଡିଆଗଡ଼ି ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ଏହି ମାମଲାରେ ଚିତ୍ରସେନଙ୍କ ପରିବାର ଲୋକେ ଆଳି ଥାନା ଆଇଆଇସି ନୀଳକଣ୍ଠ ପାତ୍ରଙ୍କ ସମେତ ୭ ଜଣଙ୍କ ନାଁରେ ଏତଲା ଦେଇଛନ୍ତି। ଆଳି ଆଇଆଇସିଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ନିଲମ୍ବନ କରିଛନ୍ତି।

Related story