୨୦୮୩ କୋଟିର ୭ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଇଓସିଏଲ୍ ଓ ଏଚପିସିଏଲର ଇଥାନଲ ପ୍ଲାଣ୍ଟ ସ୍ଥାପନ ପ୍ରକଳ୍ପ ସମେତ ମୋଟ ୨୦୮୩. ୮୮କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଓ ଏହା ଦ୍ୱାରା ରାଜ୍ୟରେ ୨୧୪୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଏହି ପ୍ରକଳ୍ପ […]

iocl-1

iocl-1

Ordigital Desk
  • Published: Friday, 30 July 2021
  • Updated: 30 July 2021, 07:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଆଇଓସିଏଲ୍ ଓ ଏଚପିସିଏଲର ଇଥାନଲ ପ୍ଲାଣ୍ଟ ସ୍ଥାପନ ପ୍ରକଳ୍ପ ସମେତ ମୋଟ ୨୦୮୩. ୮୮କୋଟି ଟଙ୍କାର ୭ଟି ପ୍ରକଳ୍ପକୁ ଆଜି ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ୭ଟି ପୁଞ୍ଜିନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ଓ ଏହା ଦ୍ୱାରା ରାଜ୍ୟରେ ୨୧୪୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆର୍ଥିକ ଗତିବିଧି ବୃଦ୍ଧି ପାଇବା ସହ ବହୁ ପରିମାଣର ପରୋକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ମୁଖ୍ୟ ସଚିବ ଶ୍ରୀ ମହାପାତ୍ର କହିବା ସହ ପ୍ରକଳ୍ପଗୁଡ଼ିକ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ଆବଶ୍ୟକ ଜମି ଓ ଜଳର ବାସ୍ତବ ଆକଳନ କରି ସେମାନଙ୍କୁ ଯୋଗାଇ ଦେବାକୁ ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଶକ୍ତି ଓ ଅକ୍ଷୟ ଶକ୍ତି, ପର୍ଯ୍ୟଟନ ଓ ଖାଦ୍ୟ ପ୍ରକ୍ରିୟାକରଣ ପ୍ରକଳ୍ପଗୁଡ଼ିକୁ ଆଜି ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଯେଉଁସବୁ ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍‌ଜୁରୀ ମିଳିଛି ସେଥିରେ ଇଣ୍ଡିଆନ ଅଏଲ କର୍ପୋରେସନ୍ (ଆଇଓସିଏଲ) ଦ୍ୱାରା ୮୭୦କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରର ବାଳଗୋପାଳପୁର ଶିଳ୍ପାଂଚଳରେ ଇଥାନଲ ପ୍ଲାଣ୍ଟ ଓ ୮ମେଗାୱାଟର ବିଦ୍ୟୁତ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହା କାର୍ଯ୍ୟକ୍ଷମ ହେଲେ ୧୯୪ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ(ଏଚପିସିଏଲ) ୫୦୦କୋଟି ଟଙ୍କା ବ୍ୟୟରେ ନବରଙ୍ଗପୁରର ଉମରକୋଟଠାରେ ଇଥାନଲ ପ୍ଲାଣ୍ଟ ନିର୍ମାଣ କରିବ। ଏଥିରେ ୨୪୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ମିଳିବ। ନ୍ୟୁଲଟ୍ ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ୧୨୫କୋଟି ଟଙ୍କା ବ୍ୟୟରେ ଅନୁଗୁଳ ଜିଲ୍ଲାର ବନ୍ତଳା ନିକଟରେ ବାୟୋଗ୍ୟାସ୍ ପ୍ଲାଣ୍ଟ ଓ ୨.୨୦ ମେଗାୱାଟ ବିଶିଷ୍ଟ ପାୱାର ପ୍ଲାଣ୍ଟ ସ୍ଥାପନ କରାଯିବ। ଏଥିରେ ୬୫୦ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ ଆଣ୍ଡ ଇନଫ୍ରାଷ୍ଟକଚର ପ୍ରାଃ ଲିମିଟେଡ୍ ୧୫୦କୋଟି ଟଙ୍କା ବ୍ୟୟରେ କୁଜଙ୍ଗରେ ଏକ ମଲଟି ମୋଡାଲ୍ ଲଜିଷ୍ଟିକ୍ ପାର୍କ ସ୍ଥାପନ କରିବ। ଏଥିରେ ୧୦୦ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ମିଳିବ। ସେହିପରି ବଲାଙ୍ଗୀରର ସଇଁତଳାଠାରେ ଆଦିତ୍ୟ ବିର୍ଲା ରିନ୍ୟୁଏବଲ୍ ଲିଃ ଦ୍ୱାରା ୮୯.୪୪କୋଟି ଟଙ୍କା ବ୍ୟୟରେ ୧୮.୭୫ ମେଗାୱାଟ ବିଶିଷ୍ଟ ସୋଲାର ପାୱାର ପ୍ଲାଣ୍ଟ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ଏହି ପ୍ରକଳ୍ପ କାର୍ଯକ୍ଷମ ହେଲେ ପ୍ରାୟ ୨୮ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ସେହିପରି ଅନ୍ୟ ଦୁଇଟି ପଂଚତାରକା ହୋଟେଲ ପ୍ରକଳ୍ପକୁ ମଧ୍ୟ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ ମିଳିଛି। ଆଟମୋସ୍ପିୟର କୋର ଇଣ୍ଡିଆ ପ୍ରାଃ ଲିମିଟେଡ୍ ଦ୍ୱାରା ଖୋର୍ଦ୍ଧା ଜିଲ୍ଲାରେ ୧୮୪.୬୪ କୋଟି ଟଙ୍କା ବ୍ୟୟରେ ଏକ ପଂଚତାରକା ହୋଟେଲ ନିର୍ମାଣ କରାଯିବ। ଏଥିରେ ୪୬୯ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ସେହିପରି ଡିଏନ୍ ହୋମସ ପ୍ରାଃ ଲିଃ ଦ୍ୱାରା ଭୁବନେଶ୍ୱରର ଚନ୍ଦକା ନିକଟରେ ୧୬୪.୮୦କୋଟି ଟଙ୍କା ବ୍ୟୟରେ ଏକ ପଂଚତାରକା ହୋଟେଲ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ହୋଟେଲ କାର୍ଯ୍ୟକ୍ଷମ ହେଲେ ୪୬୩ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଏହି ସିଙ୍ଗଲୱିଣ୍ଡୋ ଅଥରିଟି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ଶିଳ୍ପ ସଚିବ ହେମନ୍ତ କୁମାର ଶର୍ମା, ଜଳସମ୍ପଦ ସଚିବ ଅନୁ ଗର୍ଗ, ଅର୍ଥ ସଚିବ ଅଶୋକ କୁମାର ମୀନା ଓ ଇପିକଲ ଏମଡି ବିଏସ ପୁନିଆଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos