ସ୍କୁଲ ଗୋଦାମ ଘର ସାଜିଲା ବିବାହ ମଣ୍ଡପ। ବେକରେ ପଡ଼ିଲା ଫୁଲମାଳ। ଦ୍ୱିତୀୟ ଥର ପାଇଁ ବର ସାଜିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ। ଦ୍ୱିତୀୟ ପତ୍ନୀଙ୍କ ପାଖରେ ଛିଡ଼ା ହୋଇ ବେଶ୍ ଖୁସି ବି ଥିଲେ। ଉଭୟ ଏକସଙ୍ଗେ ଛେନାପୋଡ଼ କାଟିଲେ। ଉପସ୍ଥିତ ଅତିଥିଙ୍କୁ ଟି -ପାର୍ଟିରେ ଆପାୟିତ ବି କଲେ। ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ରସିକିଆ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱିତୀୟ ଥର ପାଇଁ ବର ସାଜିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରଥମ ପତ୍ନୀ। ମାତ୍ର ଏହା କେବଳ ମୋ’ ବାର୍ଥଡେ ପାର୍ଟି ଥିଲା ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଣକ। ଏପରି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଘଟିଛି। ଏହି ରସିକିଆ ହେଡମାଷ୍ଟର ହେଉଛନ୍ତି ଦାରିଙ୍ଗବାଡି ବ୍ଲକର ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଉତ୍ପାତ କରୁଛନ୍ତି ଚେନ୍ ଲୁଟେରା
ଦୁର୍ବୃତ୍ତ ସିନା ସୁନା ଚେନ୍ ନେଇ ପାରିଲେନାହିଁ, କିନ୍ତୁ ବିଷ୍ଣୁ ପାତ୍ର ବାଇକ୍ରୁ ପଡ଼ି ଯାଇଥିଲେ। ତାଙ୍କ ମୁଣ୍ଡ ମାଟିରେ ମାଡ଼ ହୋଇଯାଇଥିଲା। ସେ ରକ୍ତାକ୍ତ ହୋଇ ଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା।
Crime
ସପ୍ତମ ପାସ୍ରେ ଆୟୁର୍ବେଦିକ ଡାକ୍ତର, କରୁଥିଲେ ପାଇଲ୍ସ ଅପରେସନ
କେହି ଜଣେ ବି ଉତ୍ପଲଙ୍କ ନାଁରେ ଅଭିଯୋଗ କରିବା ପରେ ଆଜି ପୁଲିସ ପକ୍ଷରୁ ତାଙ୍କ କ୍ଲିନିକ୍ ଉପରେ ଚଢ଼ାଉ କରାଯାଇଥିଲା।
Education
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଟଙ୍କାଏ ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, ଆଦର୍ଶ ସ୍କୁଲରେ ହଷ୍ଟେଲ ମାଗଣା
ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କଠୁ ନିଆଯାଉଥିବା ମାସିକ ୨ହଜାର ଟଙ୍କା ଲେଖାଏଁ ଖାଇବା ଖର୍ଚ୍ଚକୁ ସମ୍ପୂର୍ଣ୍ଣ ଛାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
Entertainment
ଘୋଷଣା ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର; କିଏ କେଉଁ ପୁରସ୍କାର ପାଇଲେ ପଢ଼ନ୍ତୁ
୨୦୨୨ ମସିହା ପାଇଁ ବିଶିଷ୍ଟ ହାସ୍ୟ ଅଭିନେତା ଜୟରାମ ସାମଲଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ‘ମୋହନ ସ୍ୱାମୀ ଗୋସ୍ୱାମୀ ପୁରସ୍କାର ପ୍ରଦାନ କରାଯିବ।