Advertisment

ସ୍କୁଲରେ ବାହା ହେଲେ ସାର୍‌ !

ସ୍କୁଲ ଗୋଦାମ ଘର ସାଜିଲା ବିବାହ ମଣ୍ଡପ। ବେକରେ ପଡ଼ିଲା ଫୁଲମାଳ। ଦ୍ୱିତୀୟ ଥର ପାଇଁ ବର ସାଜିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ। ଦ୍ୱିତୀୟ ପତ୍ନୀଙ୍କ ପାଖରେ ଛିଡ଼ା ହୋଇ ବେଶ୍‌ ଖୁସି ବି ଥିଲେ। ଉଭୟ ଏକସଙ୍ଗେ ଛେନାପୋଡ଼ କାଟିଲେ। ଉପସ୍ଥିତ ଅତିଥିଙ୍କୁ ଟି -ପାର୍ଟିରେ ଆପାୟିତ ବି କଲେ। ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ରସିକିଆ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱିତୀୟ ଥର ପାଇଁ ବର ସାଜିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରଥମ ପତ୍ନୀ। ମାତ୍ର ଏହା କେବଳ ମୋ’ ବାର୍ଥଡେ ପାର୍ଟି ଥିଲା ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଣକ। ଏପରି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଘଟିଛି।

Advertisment

ସ୍କୁଲ ଗୋଦାମ ଘର ସାଜିଲା ବିବାହ ମଣ୍ଡପ। ବେକରେ ପଡ଼ିଲା ଫୁଲମାଳ। ଦ୍ୱିତୀୟ ଥର ପାଇଁ ବର ସାଜିଲେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ। ଦ୍ୱିତୀୟ ପତ୍ନୀଙ୍କ ପାଖରେ ଛିଡ଼ା ହୋଇ ବେଶ୍‌ ଖୁସି ବି ଥିଲେ। ଉଭୟ ଏକସଙ୍ଗେ ଛେନାପୋଡ଼ କାଟିଲେ। ଉପସ୍ଥିତ ଅତିଥିଙ୍କୁ ଟି -ପାର୍ଟିରେ ଆପାୟିତ ବି କଲେ। ପ୍ରଥମ ବିବାହର ବିଚ୍ଛେଦ ହୋଇ ନ ଥିବା ବେଳେ ରସିକିଆ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦ୍ୱିତୀୟ ଥର ପାଇଁ ବର ସାଜିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରଥମ ପତ୍ନୀ। ମାତ୍ର ଏହା କେବଳ ମୋ’ ବାର୍ଥଡେ ପାର୍ଟି ଥିଲା ବୋଲି କହିଛନ୍ତି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜଣକ। ଏପରି ଘଟଣା କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକରେ ଘଟିଛି। ଏହି ରସିକିଆ ହେଡମାଷ୍ଟର ହେଉଛନ୍ତି ଦାରିଙ୍ଗବାଡି ବ୍ଲକର ସୁଜାମାଜୁ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ।

Advertisment
Odisha Teacher Remarriage
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe