ଶିଶୁକୁ ଗରମ ଚେଙ୍କ ଦିଆଯିବା ଘଟଣା: ଅଭିଯୁକ୍ତ ଦିଶାରୀ ଗିରଫ

ନବରଙ୍ଗପୁର: ନବରଙ୍ଗପୁରରେ ୬ ମାସର ରୋଗୀଣା ଶିଶୁକୁ ଗରମ ଚେଙ୍କ ଦିଆଯିବା ଘଟଣାରେ ଅଭିଯୁକ୍ତ ଦିଶାରୀ ଗିରଫ। ଦିଶାରୀ ପଦ୍ମା ଭତ୍ରାକୁ ଆଜି ଗିରଫ କରିଛି ପୋଲିସ୍। କୋଡିଙ୍ଗ। ଥାନା ସାନପଞ୍ଜୁରିଆଗୁଡ଼ାରେ ଏକ ୬ ମାସର ରୋଗୀଣା ଶିଶୁକୁ ଭଲ କରିବା ପାଇଁ ତତଲା ଚେଙ୍କ ଦେବାକୁ ଶିଶୁର ବାପ-ମାଆଙ୍କୁ ପରାମର୍ଶ ଦେଇଥିଲା ସଂପୃକ୍ତ ଦିଶାରୀ। ଚେଙ୍କ ଦେବା ପରେ ଶିଶୁଟିର ଦେହ ଗୁରୁତର ହୋଇଥିଲା। ଶେଷରେ ବାପ-ମାଆ ଶିଶୁଟିକୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। […]

nabaranhapur

Rakesh Mallick
  • Published: Tuesday, 26 May 2015
  • , Updated: 26 May 2015, 02:09 AM IST

ନବରଙ୍ଗପୁର: ନବରଙ୍ଗପୁରରେ ୬ ମାସର ରୋଗୀଣା ଶିଶୁକୁ ଗରମ ଚେଙ୍କ ଦିଆଯିବା ଘଟଣାରେ ଅଭିଯୁକ୍ତ ଦିଶାରୀ ଗିରଫ। ଦିଶାରୀ ପଦ୍ମା ଭତ୍ରାକୁ ଆଜି ଗିରଫ କରିଛି ପୋଲିସ୍। କୋଡିଙ୍ଗ। ଥାନା ସାନପଞ୍ଜୁରିଆଗୁଡ଼ାରେ ଏକ ୬ ମାସର ରୋଗୀଣା ଶିଶୁକୁ ଭଲ କରିବା ପାଇଁ ତତଲା ଚେଙ୍କ ଦେବାକୁ ଶିଶୁର ବାପ-ମାଆଙ୍କୁ ପରାମର୍ଶ ଦେଇଥିଲା ସଂପୃକ୍ତ ଦିଶାରୀ। ଚେଙ୍କ ଦେବା ପରେ ଶିଶୁଟିର ଦେହ ଗୁରୁତର ହୋଇଥିଲା। ଶେଷରେ ବାପ-ମାଆ ଶିଶୁଟିକୁ ନବରଙ୍ଗପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ସଂପୃକ୍ତ ଦିସାରୀଙ୍କ ବିରୋଧରେ ଥାନାରେ ଏଫ୍ଆଇଆର୍ ଦାୟର କରିଥିଲା।

Related story