Advertisment

ମଝି ସମୁଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ, ରକ୍ଷା ପାଇଁ ଦୀପ ଜାଳୁଛି ଭଉଣୀ

ମାଲକାନଗିରି(ଜିତେନ୍ଦ୍ର ବେଉରା): କରୋନା ଚକ୍ରବ୍ୟୁହରେ ଫସି ଯାଇଛି ଭାଇ। ଠିକ୍‌ ମହାଭାରତର ଅଭିମନ୍ୟୁନଙ୍କ ଭଳି ସେ ଆଉ ବାହାରିବାର ବାଟ ପାଉ ନାହାନ୍ତି। ସୁରକ୍ଷା ପାଇଁ ଭାରତ ସରକାରଙ୍କୁ  ଆକୁଳ ନିବେଦନ କରୁଛନ୍ତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ଏପଟେ ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ମନ୍ଦିରରେ ଦୀପ ଜାଳି ଭାଇକୁ ବଞ୍ଚାଇବା ପାଇଁ ନେହୁରା ହୋଇଛି। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ […]

ଅଦ୍ୟତନ ହୋଇଛି
ମଝି ସମୁଦ୍ରରେ କରୋନା ଚକ୍ରବ୍ୟୁହରେ ଫସିଛି ଭାଇ, ରକ୍ଷା ପାଇଁ ଦୀପ ଜାଳୁଛି ଭଉଣୀ

malkangiri

Advertisment

ମାଲକାନଗିରି(ଜିତେନ୍ଦ୍ର ବେଉରା): କରୋନା ଚକ୍ରବ୍ୟୁହରେ ଫସି ଯାଇଛି ଭାଇ। ଠିକ୍‌ ମହାଭାରତର ଅଭିମନ୍ୟୁନଙ୍କ ଭଳି ସେ ଆଉ ବାହାରିବାର ବାଟ ପାଉ ନାହାନ୍ତି। ସୁରକ୍ଷା ପାଇଁ ଭାରତ ସରକାରଙ୍କୁ  ଆକୁଳ ନିବେଦନ କରୁଛନ୍ତି । ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ବୁଲୁଥିବା ବେଳେ ଏପଟେ ଭାଇକୁ ରକ୍ଷା କରିବା ପାଇଁ ଭଗବାନଙ୍କ ଠାରେ ଗୁହାରୀ କରିଛି ଭଉଣୀ। ମନ୍ଦିରରେ ଦୀପ ଜାଳି ଭାଇକୁ ବଞ୍ଚାଇବା ପାଇଁ ନେହୁରା ହୋଇଛି। ଜାପାନର ୟୋକୋହାମାରେ ଜାହାଜ ଭିତରେ ‘କୋରୋନା’ ଆକ୍ରାନ୍ତଙ୍କ ମଧ୍ୟରେ ଫସିରହିଥିବା ଓଡ଼ିଆ ଯୁବ ଇଂଜିନିୟର ଶିବାଶିଷ ନାୟକଙ୍କ ମଙ୍ଗଳ କାମନା କରିଛି ଭଉଣୀ। ମାଲକାନଗିରିରେ ରହୁଥିବା ତାଙ୍କ ଭଉଣୀ ଆଜି ସ୍ଥାନୀୟ ଦୁର୍ଗା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ଶିବାଶିଷଙ୍କୁ ଉଦ୍ଧାର ପାଇଁ ତାଙ୍କ ଭଉଣୀ-ଭିଣୋଇ ସରକାରଙ୍କୁ ନିବେଦନ କରିଛନ୍ତି।publive-image

Advertisment

ବ୍ରହ୍ମପୁରର ଇଂଜିନିୟର ଶିବାଶିଷ ନାୟକ ଜାପାନ ଉପକୂଳରେ ଡାଇମଣ୍ଡ ପ୍ରିନ୍ସେସ୍ ଜାହାଜ ଭିତରେ ଫସିରହିଛନ୍ତି। ଦିଲ୍ଲୀରେ ଏକ କମ୍ପାନୀରେ କାର୍ଯ୍ୟରତ ଶିବାଶିଷ ଥାଇଲ୍ୟାଣ୍ଡରୁ ବ୍ୟାଙ୍କକକ୍ ଓ ପରେ ଭିଏତନାମରୁ ଜାପାନ୍ ଅଭିମୁଖେ ଏହି ଜାହାଜରେ ଯାଉଥିଲେ। ଜାହାଜରେ ଥିଲେ ଦେଶ ବିଦେଶର ମୋଟ ୩,୭୧୧ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୧୩୮ ଜଣ ଭାରତୀୟ ଥିବାବେଳେ ୧୩୨ କ୍ୟୁ ମେମ୍ବର ଏବଂ ୬ ଜଣ ଯାତ୍ରୀ ଥିଲେ। ୧୩୮ ଭାରତୀୟଙ୍କ ମଧ୍ୟରୁ ଶିବାଶିଷଙ୍କ ବ୍ୟତୀତ ଅନ୍ୟ ୭ ଭାରତୀୟ ‘କୋରୋନା’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ତେବେ ଶିବାଶିଷ ଆଜିକୁ ୧୪ ଦିନ ବିତିଗଲାଣି ଜାହାଜ ଭିତରେ ଫସିରହିଥିବା ବେଳେ ଉଦ୍ଧାର ପାଇଁ ସେ ନିଜେ ତାଙ୍କ ବାପା, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe