Advertisment

ଯଦୁପୁରରେ ଏସଆଇଟି ମୁଖ୍ୟ, ପୋଖରୀ ଘାଣ୍ଟିଲା ଓଡ୍ରାଫ

ନୟାଗଡ (ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ପୋଖରୀରୁ ଲେଗିନ୍ସ ମିଳିବା ପରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇଥିଲେ ଆଇଜି ଅରୁଣ। ସେଠାରେ ପହଞ୍ଚି ସେ ପୋଖରୀ ନିକଟରେ ଓଡ୍ରାଫ‍ ଟିମ ଓ ଅଗ୍ନିଶମ ବାହିନୀ ସହ ଆଲୋଚନା କରି ପୁଣି ଫେରିଛନ୍ତି । ସେପଟେ ଗତକାଲି ଲେଗିନ୍ସ ମିଳିବା ପରେ ବି ଅଧିକ ପ୍ରମାଣ ପାଇଁ ଆଜି ୧୦ ଜଣିଆ ଓଡ୍ରାଫ ଟିମ ପୋଖରୀ ଭିତରେ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଯଦୁପୁରରେ ଏସଆଇଟି ମୁଖ୍ୟ, ପୋଖରୀ ଘାଣ୍ଟିଲା ଓଡ୍ରାଫ

sit-chief-arun-bothra

ନୟାଗଡ (ଓଡ଼ିଶା ରିପୋର୍ଟର): ନୟାଗଡ ଜିଲ୍ଲା ଯଦୁପୁରରେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା । ଗତକାଲି ପୋଖରୀରୁ ଲେଗିନ୍ସ ମିଳିବା ପରେ ଆଜି ନୟାଗଡ ଯଦୁପୁର ଗସ୍ତରେ ଯାଇଥିଲେ ଆଇଜି ଅରୁଣ। ସେଠାରେ ପହଞ୍ଚି ସେ ପୋଖରୀ ନିକଟରେ ଓଡ୍ରାଫ‍ ଟିମ ଓ ଅଗ୍ନିଶମ ବାହିନୀ ସହ ଆଲୋଚନା କରି ପୁଣି ଫେରିଛନ୍ତି ।

Advertisment

ସେପଟେ ଗତକାଲି ଲେଗିନ୍ସ ମିଳିବା ପରେ ବି ଅଧିକ ପ୍ରମାଣ ପାଇଁ ଆଜି ୧୦ ଜଣିଆ ଓଡ୍ରାଫ ଟିମ ପୋଖରୀ ଭିତରେ ଅପେରସନ ଜାରି ରଖିଥିଲେ।  ପୋଖରୀ ଭିତରେ ଖୋଜାଖୋଜି ପରେ ଦିନ ଗୋଟାଏ ବେଳେ ଅପରେସନ ସରିଛି, ଓଡ୍ରାଫ ଟିମ ସେଠାରୁ ଫେରି ଆସିଛନ୍ତି । ଗତକାଲି ପମ୍ପ ଯୋଗେ ପୋଖରୀର ପ୍ରାୟ ୭୫ ପ୍ରତିଶତ ପାଣି ଶୁଖା ଯାଇଥିଲା।  ଅଧା ଶୁଖା ପୋଖରୀରୁ କାଲି ଗୋଟିଏ ଲେଗିନ୍ସ ମିଳିଥିଲା। ତେବେ ଏହି ଲେଗିନ୍ସ କାହାର, ତାହା ସ୍ପଷ୍ଟ ଭାବେ ଜଣାପଡ଼ିନି। ଉକ୍ତ ଲେଗିନ୍ସଟିକୁ ରୀକ୍ଷାଗାରକୁ ପଠାଯାଇଛି ।

ସେପଟେ ନୟାଗଡର ୫ ବର୍ଷର ନାବାଳିକାକୁ ହତ୍ୟା ଓ ଦୁଷ୍କର୍ମ ଅଭିଯୋଗରେ ସରୋଜ ସେଠୀକୁ ଗିରଫ କରାଯାଇଛି । ଗତକାଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସାମ୍ବାଦିକ ସମ୍ମିଳନୀ କରି ନାବାଳିକାକୁ କିଭଳି ଓ କେଉଁ ଉଦ୍ଧେଶ୍ୟରେ ହତ୍ୟା କରାଯାଇଥିଲା ତା’ର ସମସ୍ତ ଗୁମର ଖୋଲିଥିଲେ ।

Advertisment
Pari Murder Case