Advertisment

‘ଗାମୁଛା ଦେବ ବଡ଼ ପ୍ରମାଣ’

ନୟାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗତକାଲି ସାମ୍ନାକୁ ଆସିଥିଲା ଏକ ଗାମୁଛା। ପରୀକୁ ହତ୍ୟା କରିବା ପରେ ଏହି ଗାମୁଛାରେ ତା’ ନାକରୁ ବୋହିଥିବା ରକ୍ତକୁ ପୋଛିଥିଲା ଅଭିଯୁକ୍ତ ସରୋଜ ସେଠୀ। ଏସ୍‌ଆଇଟି ସରୋଜ ଘରୁ ଗାମୁଛାଟିକୁ ଜବତ କରିଥିବା ବେଳେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି ଓ ଏହା ବି ଏସ୍‌ଆଇଟିର ମନଗଢ଼ା କାହାଣୀର ଏକ ଅଂଶ ବୋଲି କୁହାଯାଉଛି। ଅପରପକ୍ଷରେ ଏହି ଗାମୁଛା ଏହି ମାମଲାର ବଡ଼ […]

ଅଦ୍ୟତନ ହୋଇଛି
‘ଗାମୁଛା ଦେବ ବଡ଼ ପ୍ରମାଣ’

arunbotrhra1

Advertisment

ନୟାଗଡ଼ (ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗତକାଲି ସାମ୍ନାକୁ ଆସିଥିଲା ଏକ ଗାମୁଛା। ପରୀକୁ ହତ୍ୟା କରିବା ପରେ ଏହି ଗାମୁଛାରେ ତା’ ନାକରୁ ବୋହିଥିବା ରକ୍ତକୁ ପୋଛିଥିଲା ଅଭିଯୁକ୍ତ ସରୋଜ ସେଠୀ। ଏସ୍‌ଆଇଟି ସରୋଜ ଘରୁ ଗାମୁଛାଟିକୁ ଜବତ କରିଥିବା ବେଳେ ଏହାକୁ ନେଇ ବହୁତ ଚର୍ଚ୍ଚା ହେଉଛି ଓ ଏହା ବି ଏସ୍‌ଆଇଟିର ମନଗଢ଼ା କାହାଣୀର ଏକ ଅଂଶ ବୋଲି କୁହାଯାଉଛି।

Advertisment

ଅପରପକ୍ଷରେ ଏହି ଗାମୁଛା ଏହି ମାମଲାର ବଡ଼ ପ୍ରମାଣ ହେବ ବୋଲି ଆଜି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ସେ କହିଛନ୍ତି, ପରୀକୁ ହତ୍ୟା ପରେ ବୋହିଥିବା ରକ୍ତ ସରୋଜ ଗାମୁଛାରେ ପୋଛିଥିଲା। ଗାମୁଛାଟିକୁ ତା’ ଘରୁ ଜବତ କରାଯାଇଛି। ଏହାକୁ ସାବୁନରେ ଅନେକ ଥର ଧୁଆ ଯାଇଛି। ତେବେ ଯେତେ ଧୋଇଲେ ବି ରକ୍ତଦାଗ କିଛି ରହିଯାଇଥାଏ। ଆମେ ଉକ୍ତ ଗାମୁଛାକୁ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଇଛୁ।

ଏସ୍‌ଆଇଟି ମୁଖ୍ୟ ଆହୁରି କହିଛନ୍ତି, ପୋଖରୀରୁ ମିଳିଥିବା ଲେଗିଙ୍ଗସକୁ ମଧ୍ୟ ପରୀକ୍ଷା ପାଇଁ ଲ୍ୟାବ୍‌କୁ ପଠାଯାଇଛି। ଲେଗିଙ୍ଗସରେ କିଛି ଦାଗ ଅଛି କି ନାହିଁ ପରୀକ୍ଷା କରାଯିବ। ପ୍ରମାଣ ପାଇଁ ଉଭୟ ଗାମୁଛା ଏବଂ ଲେଗିଙ୍ଗସ ଆମକୁ ବଡ଼ ସହାୟତା ଦେବ।

Advertisment

ଏହା ସହିତ ସେ କହିଛନ୍ତି ଯେ ଘଟଣା ସଂପର୍କରେ ଅଭିଯୁକ୍ତ ସରୋଜ ସେଠୀର ପରିବାରର କେହି ନା କେହି ସଦସ୍ୟ ଜାଣିଥିଲେ। ସେ ନେଇ ତଦନ୍ତ ଚାଲିଛି।
ସୂଚନାଯୋଗ୍ୟ, ଆଜି ସରୋଜର ରିମାଣ୍ଡ ଅବଧି ସରୁଥିବା ବେଳେ ସରୋଜକୁ ଯଦୁପୁର ଆଣି ସିନ୍ ରିକ୍ରିଏସନ୍ କରିଥିଲା ଏସ୍‌ଆଇଟି। ଘଟଣା ସ୍ଥଳକୁ ଆଣି ସରୋଜକୁ ଡେମୋ କରାଯାଇଥିଲା। ପୋଖରୀ କୂଳରେ ସେ ଘଟଣା ସଂପର୍କରେ ବର୍ଣ୍ଣନା କରିଥିଲା। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଜେ ତାକୁ ସେଠାରେ ପଚରାଉଚରା କରିଥିଲେ।

ଅଧିକ ପଢନ୍ତୁ : ପୋଖରୀ ପାଖରେ କ୍ରାଇମ ସିନ୍‌ ରିକ୍ରିଏଟ କଲା ସରୋଜ

Nayagarh Pari Murder Case SIT Investigation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe