Advertisment

ଆଜି ବିଳମ୍ବିତ ରାତିରେ ମିଳିବ ମହାଦେବ ଓ ମା’ ପାର୍ବତୀଙ୍କ ଯୁଗଳ ଦର୍ଶନ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଆଜି ବିଳମ୍ବିତ ରାତିରେ ବାହାରିବେ ମହାପ୍ରଭୁ ଶିବ ଓ ମା’ ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା। ନବ ବିବାହିତ ଦେବ ଦମ୍ପତ୍ତି ସୁସଜ୍ଜିତ ବିମାନରେ ଉପବେସନ କରି ନଗର ପରିକ୍ରମା କରିବେ। ଏହି ଅବସରରେ ହଜାର ହଜାର କଳାକାର ନୃତ୍ୟଗୀତ ପରିବେଷଣ କରିବେ। ଯାହା ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ଶୋଭାଯାତ୍ରା ଭିତରେ ଆସନ୍ତକାଲି ସଂଧ୍ୟାରେ ହିଁ ଠାକୁର ମନ୍ଦିରରେ ପ୍ରବେଶ କରିବେ। ଏଥିସହ ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଆଜି ବିଳମ୍ବିତ ରାତିରେ ମିଳିବ ମହାଦେବ ଓ ମା’ ପାର୍ବତୀଙ୍କ ଯୁଗଳ ଦର୍ଶନ

sitalasasti

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁରରେ ଆଜି ବିଳମ୍ବିତ ରାତିରେ ବାହାରିବେ ମହାପ୍ରଭୁ ଶିବ ଓ ମା’ ପାର୍ବତୀଙ୍କ ଯୁଗଳ ଦର୍ଶନ ଶୋଭାଯାତ୍ରା। ନବ ବିବାହିତ ଦେବ ଦମ୍ପତ୍ତି ସୁସଜ୍ଜିତ ବିମାନରେ ଉପବେସନ କରି ନଗର ପରିକ୍ରମା କରିବେ। ଏହି ଅବସରରେ ହଜାର ହଜାର କଳାକାର ନୃତ୍ୟଗୀତ ପରିବେଷଣ କରିବେ। ଯାହା ଆସନ୍ତା କାଲି ସଂଧ୍ୟା ପର୍ଯ୍ୟନ୍ତ ଚାଲିବ। ଏହି ଶୋଭାଯାତ୍ରା ଭିତରେ ଆସନ୍ତକାଲି ସଂଧ୍ୟାରେ ହିଁ ଠାକୁର ମନ୍ଦିରରେ ପ୍ରବେଶ କରିବେ। ଏଥିସହ ପ୍ରସିଦ୍ଧ ପର୍ବ ଶୀତଳ ଷଷ୍ଠୀ ଯାତ୍ରା ସମ୍ପନ୍ନ ହେବ।

Advertisment

ଗତକାଲି ବିଳମ୍ବିତ ରାତିରେ ଦେବଦେବ ମହାଦେବ ଦେବୀ ପାର୍ବତୀଙ୍କ ହାତ ଧରିଥିଲେ। ଏହି ଅବସରେ ବିଭିନ୍ନ ଶିବାଳୟରୁ ଭୋଳାବାବା ବରଯାତ୍ରୀମାନଙ୍କୁ ସାଙ୍ଗରେ ଧରି ବାହାରିଥିଲେ। ବିବାହ ଶୋଭାଯାତ୍ରାରେ ବାଜା, ବାଣ, ନାଚଗୀତ ଓ ରୋଷଣୀ ସାମିଲ ହୋଇଥିଲା। ପରେ ଶୋଭାଯାତ୍ରା କନ୍ୟା ଘର ଅଭିମୁଖେ ବାହାରିଥିଲା।

ଏହା ପୂର୍ବରୁ ଭୋଲାବାବାଙ୍କୁ ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ବିମାନରେ ଆସୀନ କରାଯାଇଥିଲା। ଶୋଭାଯାତ୍ରା ବିଭିନ୍ନ ପଡା ଅତିକ୍ରମ କରି କନ୍ୟା ଘରେ ପହଂଚିଥିଲା। ସେଠାରେ ଭୋଲାବାବାଙ୍କୁ ବାଟବରଣୀ କରାଯିବା ସହ ଯଥାବିଧି ବିବାହ ମଣ୍ଡପକୁ ନିଆଯାଇଥିଲା। ବୈଦିକ ରିତୀନିତୀରେ ବିବାହ ସମ୍ପନ୍ନ ହୋଇଥିଲା।

Advertisment

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ ସାଂସଦ ସୁରେଶ ପୂଜାରୀ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କୁ ବିଭିନ୍ନ ପଡାର ଆଳତି ସମୟରେ ଦେଖିବାକୁ ମିଳିଥିଲା।