କୋଭିଡ୍ କଟକଣା ଭିତରେ ସରିଲା ଶ୍ରୀ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ କେଦାର ଗୌରୀ ମନ୍ଦିରରେ ଗତକାଲି ରାତି ୧୧ଟା ୩୦ରେ ବିବାହ ଆରମ୍ଭ ହୋଇ ଆଜି ଭୋର ୪ଟା ୩୦ରେ ଶେଷ ହୋଇଥିଲା। ବିବାହ ପରେ କେଦାର ଗୌରୀ ମନ୍ଦିରରେ ପରବର୍ତ୍ତୀ ପୂଜା ଓ ନୀତି ଅନୁଷ୍ଠିତ ହେଉଛି । ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଦେବଦମ୍ପତି ମନ୍ଦିର ଫେରିବେ । ଏହା ପରେ ଦେବ […]

Lingaraj Temple

Lingaraj Temple

Tapas Behera
  • Published: Wednesday, 16 June 2021
  • Updated: 16 June 2021, 05:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଛି ଶ୍ରୀ ଲିଙ୍ଗରାଜଙ୍କ ପବିତ୍ର ଶୀତଳଷଷ୍ଠୀ ଯାତ୍ରା । ରୀତିନୀତି ଅନୁଯାୟୀ କେଦାର ଗୌରୀ ମନ୍ଦିରରେ ଗତକାଲି ରାତି ୧୧ଟା ୩୦ରେ ବିବାହ ଆରମ୍ଭ ହୋଇ ଆଜି ଭୋର ୪ଟା ୩୦ରେ ଶେଷ ହୋଇଥିଲା। ବିବାହ ପରେ କେଦାର ଗୌରୀ ମନ୍ଦିରରେ ପରବର୍ତ୍ତୀ ପୂଜା ଓ ନୀତି ଅନୁଷ୍ଠିତ ହେଉଛି ।

ଆଜି ରାତି ୯ଟାରୁ ୧୦ଟା ମଧ୍ୟରେ ଦେବଦମ୍ପତି ମନ୍ଦିର ଫେରିବେ । ଏହା ପରେ ଦେବ ଦମ୍ପତିଙ୍କର ବଡ଼ସିଂହାର ବେଶ ଅନୁଷ୍ଠିତ ହେବ। ଗତକାଲି ରାତି ୧୦ଟା ୪୫ରେ ଶ୍ରୀ ଲିଙ୍ଗରାଜ, ମାତା ପାର୍ବତୀ ଓ ବାସୁଦେବଙ୍କ ଚଳନ୍ତି ପ୍ରତିମା କେଦାର ଗୌରୀ ମନ୍ଦିର ବିଜେ କରିଥିଲେ । ଏହା ପରେ ଅନୁଷ୍ଠିତ ହୋଇଥିଲା ବିବାହ ଉତ୍ସବ । କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ୨୫ ଜଣ ସେବାୟତ ଉପସ୍ଥିତ ଥିଲେ।

କରୋନା କଟକଣା  ଯୋଗୁ ଜନ ସମାବେଶକୁ ନଥିଲା କିନ୍ତୁ ବିବାହ ବିଧି‌ରେ ଟିକିଏ ବି ଊଣା ହୋଇନଥିଲା। ବରଯାତ୍ରୀ ପଟୁଆର ନେଇ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଶ୍ୱଶୁର ଘର କେଦାରଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ଓ ସେଠାରେ ଯଥାରୀତି ମା’ ପ‌ାର୍ବତୀଙ୍କ ସହ ତାଙ୍କ ଶୁଭପରିଣୟ ଅନୁଷ୍ଠିତ ହୋଇଥିଲା। ମା’ଙ୍କ ପାଣିଗ୍ରହଣ ଉତ୍ସବ ପରେ ଜ୍ୱାଇଁ ଓ ବରଯାତ୍ରୀଙ୍କୁ ପାରମ୍ପରିକ ରୀତିରେ ଶ୍ୱଶୁର ଘର ପକ୍ଷରୁ ଅଭ୍ୟର୍ଥନା ଦିଆଯାଇଥିଲା।  ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ପ୍ରଭୁଙ୍କ ବରଯାତ୍ରୀରେ କେବଳ ସେବାୟତମାନେ ସାମିଲ୍ ହୋଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos