/odisha-reporter/media/post_attachments/uploads/2020/06/BMC-000.jpg)
BMC-000
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ସ୍ଥିତ ସୀତାପୁର ଓ ତ୍ରିନାଥ ବସ୍ତିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି। ଏଠାରେ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହେବାରୁ ବିଏମ୍ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି।/odisha-reporter/media/post_attachments/wp-content/uploads/2020/07/BMC-33-77.jpg)
ଆଜିଠୁ ଏହି କଟକଣା ଲାଗୁ କରାଯାଇଛି। ତେବେ ବିଏମ୍ସି ଏହି ଅଞ୍ଚଳର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ସେହିପରି ଭୁବନେଶ୍ୱର ୟୁନିଟ୍-୪ ମାକେର୍ଟରୁ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ୟୁନିଟ୍ ୪ ମାର୍କେଟ ଓ ଏହାର ଆଖପାଖ ମାର୍କେଟକୁ ବନ୍ଦ ଘୋଷଣା କରାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ୟୁନିଟ୍ ୪ ମାର୍କେଟ ବନ୍ଦ ରହିବ ବୋଲି ବିଏମସି ପକ୍ଷରୁ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୧୯ରେ ପହଞ୍ଚିଛି। ବିଭିନ୍ନ କୋଭିଡ୍ ହସପିଟାଲରେ ୫୦୪ ଜଣ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୪୦୩ ସୁସ୍ଥ ଘରକୁ ଫେରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
