Advertisment

କାର୍‌ରେ ପ୍ରେସ୍ ଲେଖି ଡେରା ପକାଇଥିଲେ, ହେଲେ ଫନ୍ଦି ଧରାପଡ଼ିଲା

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଶିକ୍ଷେଶ୍ୱର ଜଙ୍ଗଲରୁ ୬ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଓ ଏକ କାର୍‌ ଜବତ କରାଯାଇଛି। କାର୍‌ରେ ପ୍ରେସ୍ ଲେଖାଯାଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱରର, ଦୁଇ ଜଣ ହରିଚନ୍ଦନପୁରର ଓ ଜଣେ ଆନନ୍ଦପୁର ଅଞ୍ଚଳର ହୋଇ ଥିବା ବେଳେ ଅନ୍ୟ ଜଣେ ତେଲକୋଇ ଥାନା ଅନ୍ତର୍ଗତ କାରଦାଙ୍ଗିର ବୋଲି […]

ଅଦ୍ୟତନ ହୋଇଛି
କାର୍‌ରେ ପ୍ରେସ୍ ଲେଖି ଡେରା ପକାଇଥିଲେ, ହେଲେ ଫନ୍ଦି ଧରାପଡ଼ିଲା

keonjhar

Advertisment

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧୀନ ଶିକ୍ଷେଶ୍ୱର ଜଙ୍ଗଲରୁ ୬ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ସେମାନଙ୍କ ପାଖରୁ ଏକ ଦେଶୀ ବନ୍ଧୁକ ଓ ଏକ କାର୍‌ ଜବତ କରାଯାଇଛି। କାର୍‌ରେ ପ୍ରେସ୍ ଲେଖାଯାଇଥିଲା।

Advertisment

ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ବାଲେଶ୍ୱରର, ଦୁଇ ଜଣ ହରିଚନ୍ଦନପୁରର ଓ ଜଣେ ଆନନ୍ଦପୁର ଅଞ୍ଚଳର ହୋଇ ଥିବା ବେଳେ ଅନ୍ୟ ଜଣେ ତେଲକୋଇ ଥାନା ଅନ୍ତର୍ଗତ କାରଦାଙ୍ଗିର ବୋଲି ସୂଚନା ମିଳିଛି।

ଏହି ଶିକାରୀମାନେ ହାତୀ ଶିକାର ପାଇଁ ଗତ ୨୬ ତାରିଖରୁ ଶିକ୍ଷେଶ୍ୱର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିଲେ। ହେଲେ ଗତକାଲି ବନ ବିଭାଗ ସେମାନଙ୍କୁ ଧରି ଅଟକ ରଖିଥିଲା। ଆଜି ସେମାନଙ୍କୁ ଗିରଫ କରିଛି।

Advertisment

ଗିରଫ ୬ ଜଣ ହାତୀ ଶିକାର ପାଇଁ ଯୋଜନା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ତେଲକୋଇ ବନାଞ୍ଚଳ ଅଧିକାରୀ ସୂଚନା ଦେଇଛନ୍ତି।  ଶିକ୍ଷେଶ୍ୱର ସଂରକ୍ଷିତ ଜଙ୍ଗଲଟି ପାଲଲହଡ଼ା ଓ ତେଲକୋଇ ହାତୀ କରିଡର ମଧ୍ୟରେ ରହିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe