/odisha-reporter/media/media_files/2026/02/18/odia-labour-2026-02-18-15-38-58.jpg)
କାମ କରିବାକୁ ଯାଇ ଥାଇଲ୍ୟାଣ୍ଡରେ ଫସି ରହିଛନ୍ତି ୬ ଜଣ ଓଡ଼ିଆ ଶ୍ରମିକ। ଘରକୁ ଫେରାଇ ନେବାକୁ ସାହାଯ୍ୟ କରିବାକୁ ସେମାନେ ଏକ ଭିଡିଓ ବାର୍ତା ମାଧ୍ୟମରେ ଓଡିଶା ସରକାରଙ୍କୁ କରିଛନ୍ତି ନିବେଦନ।
Advertisment
ଏହି ଶ୍ରମିକମାନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଓ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳରେ। ୫ ଜଣ ରାଜକନିକା ଅଞ୍ଚଳର ହୋଇଥିବା ବେଳେ ଜଣେ ହେଉଛନ୍ତି ଚାନ୍ଦବାଲି ଅଞ୍ଚଳର। ୨୦୨୪ ଅଗଷ୍ଟ ମାସରେ ସେମାନେ ଥାଇଲ୍ୟାଣ୍ଡକୁ କାମ କରିବାକୁ ଯାଇଥିଲେ।
ସେଠାରେ ଏହି ଶ୍ରମିକମାନେ ଏକ ପ୍ଲାଇଉଡ୍ କମ୍ପାନୀରେ କାମ କରୁଥିଲେ। ହେଲେ ୪ ମାସ ହେଲାଣି ସେମାନଙ୍କୁ କମ୍ପାନୀ ପାରିଶ୍ରମିକ ଦେଉ ନଥିବା ସେମାନେ କହିଛନ୍ତି। ପାରିଶ୍ରମିକ ମାଗିଲେ କମ୍ପାନୀ ମାଲିକ ଧମକ ଚମକ ଦେଉଛନ୍ତି। ଏମିତିକି ସେମାନେ ଯେଉଁ ମେସ୍ରେ ରହୁଛନ୍ତି, ସେଠାରେ ୪ ଦିନ ହେଲା ରୋଷେଇ ବନ୍ଦ କରି ଦେଇଛନ୍ତି ମାଲିକ। ଫଳରେ ଭୋକ ଉପାସରେ ସେମାନେ ରହୁଛନ୍ତି। ସେଥିପାଇଁ ଘରକୁ ଫେରାଇ ନେବାକୁ ସେମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
Advertisment
କେନ୍ଦ୍ରାପଡ଼ାର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା କହିଛନ୍ତି, ଏନେଇ ଆମ ପାଖରେ ଖବର ଅଛି। ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଏ ସମ୍ପର୍କରେ ମଧ୍ୟ ଅବଗତ କରାଯାଇଛି। କିପରି ଶ୍ରମିକମାନେ ଘରକୁ ଫେରିବେ ସେ ନେଇ ବ୍ୟବସ୍ଥା କରାଯାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
