Advertisment

୨୪୮.୫୧ କୋଟିର ଶ୍ରୀମନ୍ଦିର ବଜେଟ ପାରିତ, ଶ୍ରୀମନ୍ଦିର ସୁରକ୍ଷିତ କହିଲେ ଗଜପତି

ପୁରୀ (ଓଡ଼ିଶା ରିପୋର୍ଟର): ୨୦୨୨-୨୩ ବର୍ଷ ପାଇଁ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ଶ୍ରୀମନ୍ଦିର ବଜେଟ ପାରିତ ହୋଇଛି। ଯାହା ଭିତରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ଖର୍ଚ୍ଚ ରହିଛି। ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ରହିଛି। ଆଜି ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସ […]

ଅଦ୍ୟତନ ହୋଇଛି
୨୪୮.୫୧ କୋଟିର ଶ୍ରୀମନ୍ଦିର ବଜେଟ ପାରିତ, ଶ୍ରୀମନ୍ଦିର ସୁରକ୍ଷିତ କହିଲେ ଗଜପତି

srimandir

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ୨୦୨୨-୨୩ ବର୍ଷ ପାଇଁ ୨୪୮ କୋଟି ୫୧ ଲକ୍ଷ ଟଙ୍କାର ଶ୍ରୀମନ୍ଦିର ବଜେଟ ପାରିତ ହୋଇଛି। ଯାହା ଭିତରେ ବିଭିନ୍ନ ଯାନିଯାତ୍ରା, ପାଳିଆ ସେବକ ପାଉଣା, କର୍ମଚାରୀଙ୍କ ଦରମା, କର୍ପସ ଫଣ୍ଡ ଜମା ଆଦି ବିଭିନ୍ନ ଖର୍ଚ୍ଚ ରହିଛି। ହୁଣ୍ଡିରୁ ଆମଦାନୀ, ବିଭିନ୍ନ କର୍ପସ ଫଣ୍ଡର ସୁଧ, ସରକାରୀ ଅନୁଦାନ, ଜମି ଅଧିଗ୍ରହଣ ସହାୟତା ରାଶି ଆଦି ଆୟ ରହିଛି। ଆଜି ଗଜପତି ଦିବ୍ୟାସିଂହ ଦେବଙ୍କ ଅଧକ୍ଷତାରେ ପୁରୀ ନିଳାଦ୍ରୀ ଭକ୍ତ ନିବାସ ଠାରେ ବସିଥିବା ପରିଚାଳନା କମିଟି ବୈଠକରେ ଏନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

Advertisment

ବୈଠକରେ ସେବାୟତ କଲ୍ୟାଣକୁ ନେଇ ଆଲୋଚନା କରାଯାଇଥିଲା। ଗୁରୁକୁଳ ପ୍ରତିଷ୍ଠା ନେଇ ଭୂମିପୁତ୍ର ଫାଉଣ୍ଡେସନ ସହ ଏମଓୟୁ ଖୁବଶୀଘ୍ର କରାଯିବ। ବାସଗୃହ ଯୋଜନାରେ ସେବାୟତଙ୍କ ପାଇଁ ଘର ନିର୍ମାଣ ନିମେନ୍ତ ହରଚଣ୍ଡୀ ସାହି ଓ କାଳୀକାଦେବୀ ସାହିରେ ଜମି ଚି଼ହ୍ନଟ ହୋଇଛି। ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରାଯିବ। ଗୁରୁକୁଳ ନିର୍ମାଣ ପାଇଁ ୬ କୋଟିରୁ ଅଧିକ ଆର୍ଥିକ ଅନୁଦାନ ମିଳିଛି ବୋଲି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।

ବୈଠକ ପରେ ଶ୍ରୀମନ୍ଦି ପରିକ୍ରମା ପ୍ରକଳ୍ପକୁ ନେଇ ଗଜପତି କହିଛନ୍ତି, ଶ୍ରୀମନ୍ଦିର ସୁରକ୍ଷିତ ଅଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ମିଳିତ ଭାବରେ ଆଗେଇ ନେବା ଉଚିତ୍। ମହାପ୍ରଭୁଙ୍କ କାର୍ଯ୍ୟ ହେଉଛି ସମସ୍ତଙ୍କ କାର୍ଯ୍ୟ। ଏଥିରେ ବିରୋଧ କିମ୍ବା ବାଧା ଦେବା ଉଚିତ ନୁହେଁ। ଯଦି କିଛି ଦ୍ୱନ୍ଦ ଅଛି ତାହାଲେ ଏହାକୁ ମିଳିତ ଭାବରେ ସମାଧାନ କରିବା ଉଚିତ୍ ବୋଲି ସେ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe