Advertisment

ଲକ୍‌ଡାଉନ୍ ବେଳେ ସିରିଜ୍ ଶିକାର! ଏସ୍‌ଆଇଟିକୁ ମିଳିଲା ଆଉ ଏକ ହାତୀ କଙ୍କାଳ

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ ବନଖଣ୍ଡ ଅଞ୍ଚଳରେ ସିରିଜ୍‌ ହାତୀ ହତ୍ୟା ମାମଲାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ STF। ଆଜି ଏହି ତଦନ୍ତ ବେଳେ ହଠାତ୍ ଆଉ ଏକ ହାତୀର କଙ୍କାଳକୁ ମାଟିତଳୁ ପାଇଛି STF । କଟକ ବଡ଼ମ୍ବା ବନାଞ୍ଚଳ ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଏହି ହାତୀ କଙ୍କାଳ ଠାବ ହୋଇଛି। ଏହି ହାତୀକୁ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରି STF ତଦନ୍ତ ଆଗେଇଛି। ପ୍ରାୟ ୨ ବର୍ଷ ତଳେ ଏହି ହାତୀ […]

ଅଦ୍ୟତନ ହୋଇଛି
ଲକ୍‌ଡାଉନ୍ ବେଳେ ସିରିଜ୍ ଶିକାର! ଏସ୍‌ଆଇଟିକୁ ମିଳିଲା ଆଉ ଏକ ହାତୀ କଙ୍କାଳ

elefant-STF

Advertisment

ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ ବନଖଣ୍ଡ ଅଞ୍ଚଳରେ ସିରିଜ୍‌ ହାତୀ ହତ୍ୟା ମାମଲାର ତଦନ୍ତ କରୁଥିଲା କ୍ରାଇମବ୍ରାଞ୍ଚ STF। ଆଜି ଏହି ତଦନ୍ତ ବେଳେ ହଠାତ୍ ଆଉ ଏକ ହାତୀର କଙ୍କାଳକୁ ମାଟିତଳୁ ପାଇଛି STF । କଟକ ବଡ଼ମ୍ବା ବନାଞ୍ଚଳ ଗୋପପୁର ରେଞ୍ଜ ମଣ୍ଡପ ରିଜର୍ଭ ଜଙ୍ଗଲରୁ ଏହି ହାତୀ କଙ୍କାଳ ଠାବ ହୋଇଛି। ଏହି ହାତୀକୁ ମଧ୍ୟ ହତ୍ୟା କରାଯାଇଥିବା ସନ୍ଦେହ କରି STF ତଦନ୍ତ ଆଗେଇଛି। ପ୍ରାୟ ୨ ବର୍ଷ ତଳେ ଏହି ହାତୀ ମୃତ୍ୟୁ ହୋଇଥିବା ଅଶଙ୍କା କରାଯାଉଛି। ଆଜି କ୍ରାଇମବ୍ରାଞ୍ଚ STF ଟିମ ଆଠଗଡ ବନଖଣ୍ଡ ଅଧିକାରୀଙ୍କୁ ସାଙ୍ଗରେ ଧରି କଙ୍କାଳ ବାହାରି ଥିବା ୩ଟି ଜାଗା ବୁଲିବା ସହ ପଚରାଉଚରା କରିଥିଲେ। ଏହା ପରେ ଆଉ ଏକ ହାତୀ କଙ୍କାଳ ଠାବ କରିଥିଲେ। ଯାହା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

କରୋନା ମହାମାରୀ ସମୟରେ ସମସ୍ତେ ମହାମାରୀ ଦମନ ଓ ଲକଡାଉନ, ସଟଡାଉନ୍‌ରେ ରହିଥିବା ବେଳେ ବନ ବିଭାଗର ଅଧିକାରୀଙ୍କ ସହଯୋଗରେ ବହୁ ସଂଖ୍ୟକ ହାତୀ ଶିକାର କରାଯାଇ ସେମାନଙ୍କ ଦାନ୍ତ ଓ ଗୁରୁତ୍ୱପୂର୍ଣ୍ଣ ଅଂଶ ଚୋରାଚାଲାଣ ହୋଇଥିବା ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏହି ଗୁଇନ୍ଦା ଖବରକୁ ନେଇ ଏବେ ଖୋଳତାଡ଼ ଚାଲିଛି।

ସୂଚନା ଥାଉକି, ଗତ ୨ ଓ ୩ ତାରିଖରେ STF ଟିମ୍ ବଡମ୍ବା ଚନ୍ଦ୍ରଗିରି ଅଞ୍ଚଳରୁ ୨ଟି କଙ୍କାଳ ମାଟିତଳୁ ଖୋଳି ଠାବ କରିଥିଲା । ସେହିଭଳି ଆଠଗଡ DFO ୧୪ ତାରିଖରେ ବଡମ୍ବା ଜାନିପଦର ଅଞ୍ଚଳରୁ ଗୋଟିଏ କଙ୍କାଳ ଉଦ୍ଧାର କରିଥିଲେ। ଏହି ଘଟଣାରେ ପିସିସିଏଫ୍ ଶଶିପଲ  ତଦନ୍ତ କରିବା ପାଇଁ STF ଟିମ୍ ଗଠନ କରିଥିଲେ।

Advertisment

ଏମାନଙ୍କୁ ଶିକାର କରି ଦାନ୍ତ ଲୁଟିନେଇଛନ୍ତି ଲୁଟେରା। ଏଭଳି ସନ୍ଦେହ ସ୍ପଷ୍ଟ ହେବା ପରେ ବହୁ ବନ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ତେବେ ଏହାର ସବିଶେଷ ତଦନ୍ତ କରିବା ନିମନ୍ତେ କିଛି ଦିନ ଧରି ଜାରି ରହିଛି ହାତୀ ମୃତ୍ୟୁ ମାମଲାର  STF ତଦନ୍ତ। ଆଠଗଡ଼ ଡିଏଫ୍ଓ, ଅନୁଗୁଳ ସର୍କଲର ସିସିଏଫ୍, କ୍ରାଇମବ୍ରାଞ୍ଚର ଜଣେ ଡିଏସ୍‌ପି ମିଳିତ ଭାବେ ତଦନ୍ତରେ ସାମିଲ ହୋଇଛନ୍ତି।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି PCCF ଶଶି ପଲ୍। ସେ କହିଛନ୍ତି, ଏହି ଘଟଣାରେ ୩ଜଣ ଟ୍ରାକରଙ୍କ ସହ ରେଞ୍ଜର ଓ ଫରେଷ୍ଟରଙ୍କ ସମ୍ପୃକ୍ତ ରହିଛି। ୩ ଜଣ ଟ୍ରାକରଙ୍କୁ ଗିରଫ ବି କରାଯାଇଛି। ରେଞ୍ଜର ଓ ଫରେଷ୍ଟର ଫେରାର୍ ଅଛନ୍ତି। ଗିରଫ କରିବାକୁ ପ୍ରୟାସ ଚାଲିଛି। ଏମାନଙ୍କ ବିରୋଧରେ ଅପରାଧିକ ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ। ଏହାଛଡ଼ା ଆଗାମୀ ଦିନରେ କେହି ଯେପରି ଏଭଳି କରିବେନି ସେ ନେଇ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପିସିସିଏଫ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe