Advertisment

ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

କଟକ(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ରେଡ୍ ବେଳେ ଧରାପଡ଼ିଲା ବିପୁଳ ରୁପା ଇଟା।  ଗାଡ଼ିର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର୍‌ କରାଯାଉଥିଲା ଟୋଲ୍‌ ଗେଟ୍‌ରେ ଧରା ପଡ଼ିଯାଇଛି । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଉଥିବା ବେଳେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଏଥିସହ […]

author-image
Niharika Rout
ଅଦ୍ୟତନ ହୋଇଛି
ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ଏକ କୁଇଣ୍ଟାଲ ରୁପା ଇଟା

silver bricks

କଟକ(ଓଡ଼ିଶା ରିପୋର୍ଟର): ଗଞ୍ଜେଇ ରେଡ୍ ବେଳେ ଧରାପଡ଼ିଲା ବିପୁଳ ରୁପା ଇଟା।  ଗାଡ଼ିର ସିକ୍ରେଟ ଚାମ୍ବରରେ ରୁପା ଇଟାକୁ ସୀମା ପାର୍‌ କରାଯାଉଥିଲା ଟୋଲ୍‌ ଗେଟ୍‌ରେ ଧରା ପଡ଼ିଯାଇଛି । ପୂଜା ପୂର୍ବରୁ କଟକ ଜିଲ୍ଲା ଟାଙ୍ଗି ଟୋଲଗେଟରେ ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଉଥିବା ବେଳେ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ମଧ୍ୟ ଜବତ ହୋଇଥିବା ଜଣାଯାଇଛି। ଏଥିସହ ଗାଡିରୁ ୧୪ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିବା ସୂଚନା ମିଳିଛି।

Advertisment

[caption id="attachment_768360" align="aligncenter" width="650"]ctc କାର୍‌ରୁ ଜବତ ଅଳଙ୍କାର ।[/caption]

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରୁ ପଶ୍ଚିମବଙ୍ଗର ଖଡଗପୁରକୁ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏହାପରେ ଆଜି ଟାଙ୍ଗୀ ଟୋଲଗେଟ ପାଖରେ ଛପି ରହିଥିଲେ ଅବକାରୀ କର୍ମଚାରୀ। ଦିନ ପ୍ରାୟ ୧୨ଟା ବେଳେ କଟକ ପଟୁ ଆସୁଥିବା ଏକ କାର୍‌କୁ ଅଟକାଇ ସେମାନେ ଖୋଳତାଡ଼ ଆରମ୍ଭ କଲେ। କାର୍‌ର ସିଟ୍‌ କାଟି ତା’ ତଳେ ସିକ୍ରେଟ ଚାମ୍ବର ଥିବା ଦେଖିବାକୁ ପାଇଥିଲେ।

Advertisment

ହେଲେ ସିକ୍ରେଟ ଚାମ୍ବରରୁ ଗଞ୍ଜେଇ ନୁହେଁ, ବାହାରିଲା ପୁଳା ପୁଳା ରୁପା ଇଟା ଓ ନଗଦ ଟଙ୍କା । ଯାଞ୍ଚ ବେଳେ  କାର୍‌ରୁ ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ରୁପା ଇଟା ସହ ବହୁ ଚାନ୍ଦି ଅଳଙ୍କାର ଓ ୧୪ ଲକ୍ଷରୁ ଅଧିକ କ୍ୟାସ୍‌  ଜବତ ହୋଇଥିବା ସୂଚନା ମିଳିଛି।

ଏହି ରୁପା ଇଟା ଇଶତ ହଳଦିଆ ରଙ୍ଗର ଦେଖାଯାଉଥିବା ବେଳେ ସେଥିରେ କିଛି ସୁନା ମିଶିଥିବା ଅନୁମାନ କରାଯାଉଛି। ଯାଞ୍ଚ ପରେ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ଜିଏସ୍‌ଟି ଅଧିକାରୀ।

[caption id="attachment_768361" align="aligncenter" width="650"]car ଜବତ କାର୍‌ ।[/caption]

ଏହି ଗାଡ଼ିଟି ଆସ୍କାରୁ ଖଡଗପୁର ଅଭିମୁଖେ ଯାଉଥିଲା। ଗାଡ଼ିରେ କେବଳ ଡ୍ରାଇଭର ଓ ହେଲପର ଥିବାରୁ ସେମାନଙ୍କୁ ଅଟକ ରଖି ଅଧିକ ପଚରାଉଚରା କରାଯାଉଛି। ତେବେ ଏହି ରୁପା ଇଟା ଆସିକା ଅଞ୍ଚଳର ବାପୁ ନାମକ ଯୁବକଙ୍କର ବୋଲି କହିଛନ୍ତି ଡ୍ରାଇଭର। ସେ ଜଣେ ଚାନ୍ଦି ବ୍ୟବସାୟୀ ହୋଇଥିବା ବେଳେ ଏହି ରୁପା ଇଟା ଓ ଟଙ୍କା ଖଡଗପୁର ପଠାଉଥିଲେ ବୋଲି କହିଛନ୍ତି ଗାଡ଼ି ଡ୍ରାଇଭର।

ଗାଡ଼ିରେ ପଶ୍ଚିମବଙ୍ଗର ନମ୍ବରପ୍ଲେଟ ଥିବା ବେଳେ ଏହାର ମାଲିକଙ୍କ ବିଷୟରେ ଖୋଳତାଡ଼ ଆରମ୍ଭ କରିଛି ପୁଲିସ୍‌ ।ଜବତ ରୁପା ଇଟାର ମୂଲ୍ୟ ଆକଳନ କରିବାକୁ ଜିଏସଟି ବିଭାଗ ଅଧିକାରୀ ପହଞ୍ଚିଥିବା ଜଣାଯାଇଛି।