Advertisment

ଶେଷରେ ହାରିଗଲା ମା’ର ମମତା, ଦଳରେ ପଶି ନ ପାରି ନର୍ସରୀ ଗଲା ଛୁଆ ହାତୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମା’ ଚାହୁଁଥାଏ ଛୁଆକୁ କୋଳେଇ ନେବାକୁ । ଛୁଆ ବି ଚାହୁଁଥାଏ ମା’ ପାଖକୁ ଦୌଡ଼ିଯିବାକୁ ।  ହେଲେ ଯେତେ ଚେଷ୍ଟା କଲେ ବି ମା’ ପାଖକୁ ଯାଇ ନ ପାରି ବିକଳ ହୋଇ ଚାହିଁ ରହିଥାଏ ଛୁଆ ହାତୀଟି। ଦଳପତି ଦନ୍ତାର ନିୟମ ଆଗରେ ଫିକା ପଡ଼ିଲା ମା’ର ମମତା। ବାରମ୍ବାର ଛୁଆ ହାତୀକୁ ଦଳରୁ ବିଦା କରିଦେଉଥାଏ ଦନ୍ତାହାତୀ । ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ଶତଚେଷ୍ଟା ମଧ୍ୟ ଫେଲ୍‌ […]

author-image
Niharika Rout
ଅଦ୍ୟତନ ହୋଇଛି
ଶେଷରେ ହାରିଗଲା ମା’ର ମମତା, ଦଳରେ ପଶି ନ ପାରି ନର୍ସରୀ ଗଲା ଛୁଆ ହାତୀ

hati

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ମା’ ଚାହୁଁଥାଏ ଛୁଆକୁ କୋଳେଇ ନେବାକୁ । ଛୁଆ ବି ଚାହୁଁଥାଏ ମା’ ପାଖକୁ ଦୌଡ଼ିଯିବାକୁ ।  ହେଲେ ଯେତେ ଚେଷ୍ଟା କଲେ ବି ମା’ ପାଖକୁ ଯାଇ ନ ପାରି ବିକଳ ହୋଇ ଚାହିଁ ରହିଥାଏ ଛୁଆ ହାତୀଟି। ଦଳପତି ଦନ୍ତାର ନିୟମ ଆଗରେ ଫିକା ପଡ଼ିଲା ମା’ର ମମତା। ବାରମ୍ବାର ଛୁଆ ହାତୀକୁ ଦଳରୁ ବିଦା କରିଦେଉଥାଏ ଦନ୍ତାହାତୀ । ବନ କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକଙ୍କ ଶତଚେଷ୍ଟା ମଧ୍ୟ ଫେଲ୍‌ ମାରିଲା। ଶେଷରେ ହାରିଗଲା ମା’, ଜିତିଗଲା ଦନ୍ତା।ଗତକାଲି ଦିନ ତମାମ ଗଞ୍ଜାମ ଜିଲ୍ଲା ଚିକିଟିର ସୋନପୁର-ସୋରଳିତାମ୍ପର ହ୍ରଦ ନିକଟରେ ଦେଖିବାକୁ ମିଳିଥିଲା ଏପରି ହୃଦୟ ବିଦାରକ ଦୃଶ୍ୟ   ।

Advertisment

ଅଧିକ ପଢ଼ନ୍ତୁ : ଜନ୍ମଦିନ ପାଳିଲା ନନ୍ଦନକାନନ

ଗତକାଲି ସକାଳୁ ସାନ ଚିଲିକାରେ ୧୬ ଟିକିଆ ହାତୀପଲ  ପଶିଥିଲେ। ଘଉଡ଼ାଇବାରୁ ହାତୀମାନେ ପଳାଇଯାଇଥିଲେ ବି ଚିଙ୍ଗୁଡ଼ି ଘେରି ପଙ୍କରେ ଫସିଯାଇଥିଲା ଏକ ଛୁଆ ହାତୀ। କିଛି ମତ୍ସଜୀବୀ ଛୁଆ ହାତୀଟିକୁ ଡଙ୍ଗାରେ ଉଦ୍ଧାର କରି ପଲରେ ଛାଡିଥିଲେ । ହେଲେ  ମା’ ହାତୀ ପାଖରେ ଛାଡ଼ିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ  ହାତୀ ପଲ ଛୁଆକୁ ଗ୍ରହଣ କଲେ ନାହିଁ। ବାରମ୍ବାର ହାତୀଛୁଆ ପଲକୁ ଯିବାକୁ ଉଦ୍ୟମ କରୁଥିଲା ଏବଂ ଦନ୍ତାହାତୀ ତାକୁ ଶୁଣ୍ଢରେ ଠେଲି ପଲରୁ ଦୁରେଇ ଦେଇଥିଲେ  ।

elephant calf

ହାତୀ ଛୁଆଟି ବାରମ୍ବାର ଦଳ ଭିତରକୁ ପଶିବାକୁ ଚେଷ୍ଟା କରୁଥିବା ବେଳେ ମା’ ହାତୀ ତାକୁ ଚାହିଁ ରହିଥିଲା। କିନ୍ତୁ ଦନ୍ତା ହାତୀଟି ଛୁଆ ହାତୀକୁ ବାରମ୍ବାର ଘଉଡ଼ାଉଥିବା ଦେଖିବାକୁ ମିଳିଥିଲା। ଫଳରେ ନିରାଶ ହୋଇ ହାତୀ ଛୁଆଟି ଜନବସତି ଆଡ଼େ ମୁହାଁଇଥିଲା। ଶେଷରେ ବନ ବିଭାଗ ଛୁଆ ହାତୀଟିକୁ ନିଜ ହେପାଜତକୁ ନେଇଛି।

Advertisment

ବ୍ରହ୍ମପୁର ଉପକଣ୍ଠ ସୋନପୁରରୁ ଉଦ୍ଧାର ହୋଇଥିବା ହାତୀ ଛୁଆକୁ ଟମଣାସ୍ଥିତ ଏକ ନର୍ସରୀରେ ରଖାଯାଇ ପ୍ରାଥମିକ ଚିକିତ୍ସା କରାଯାଇଛି। ସେଠାରେ ତାକୁ କଦଳୀ ଖାଇବାକୁ ଦିଆଯାଉଥିବ ବେଳେ ଆବଶ୍ୟକତା ଅନୁସାରେ କ୍ଷୀର ଓ ଗ୍ଲୁକୋଜ ମଧ୍ୟ ମହଜୁଦ ରଖାଯାଇଥିବା ଡିଏଫଓ କହିଛନ୍ତି।

Odia News