Advertisment

ସ୍ମାର୍ଟ ବସ୍‌ ପରେ ସ୍ମାର୍ଟ ସାଇକେଲ୍‌ !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ବସ୍‌ ପରେ ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ୍‌। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୫୦୦ ସ୍ମାର୍ଟ ସାଇକେଲ୍‌। ୟୁଲୁ ଆପ୍ସ ମାଧ୍ୟମରେ ବ୍ୟବହାର ହେବାକୁ ଥିବା ଏହି ସାଇକେଲ୍‌ର ପରିଚାଳନା ଦାୟିତ୍ୱ ନେଇଛି ପ୍ଲେ ବୁକ୍‌ ସଂସ୍ଥା। ଏଥିରେ ରହିଛି ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆରଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଓ କିଛି ନୂଆ ଫିଚର ଥିବା ଏହି ସ୍ମାର୍ଟ ସାଇକେଲ୍‌ ଭୁବନେଶ୍ୱରର ପ୍ରତି […]

ସ୍ମାର୍ଟ ବସ୍‌ ପରେ ସ୍ମାର୍ଟ ସାଇକେଲ୍‌ !

smartcycle

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସ୍ମାର୍ଟ ବସ୍‌ ପରେ ରାଜଧାନୀରେ ଗଡ଼ିବ ସ୍ମାର୍ଟ ସାଇକେଲ୍‌। ଏଥିପାଇଁ ଭୁବନେଶ୍ୱରରେ ପହଞ୍ଚିଛି ୫୦୦ ସ୍ମାର୍ଟ ସାଇକେଲ୍‌। ୟୁଲୁ ଆପ୍ସ ମାଧ୍ୟମରେ ବ୍ୟବହାର ହେବାକୁ ଥିବା ଏହି ସାଇକେଲ୍‌ର ପରିଚାଳନା ଦାୟିତ୍ୱ ନେଇଛି ପ୍ଲେ ବୁକ୍‌ ସଂସ୍ଥା।

Advertisment

ଏଥିରେ ରହିଛି ସ୍ମାର୍ଟ ବେଲ୍ ,ସ୍ମାର୍ଟ ଲକିଂ ସହ ଜିପିଆରଏସ୍‌ ଦ୍ୱାରା ଟ୍ରାକିଂ ସୁବିଧା। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଓ କିଛି ନୂଆ ଫିଚର ଥିବା ଏହି ସ୍ମାର୍ଟ ସାଇକେଲ୍‌ ଭୁବନେଶ୍ୱରର ପ୍ରତି ଛକ, ବସ୍‌ଷ୍ଟପ୍‌ରେ ଭଡ଼ାରେ ମିଳିବ। ଅତି କମ ଖର୍ଚ୍ଚରେ ମିଳିବ ଏହି ସୁବିଧା। ଏପରିକି ବ୍ୟବହାର ପରେ ବିଳମ୍ବିତ ରାତି ହେଲେ ଘରେ ଲକ୍‌ କରି ସକାଳେ ଫେରାଇବାର ବି ବ୍ୟବସ୍ଥା ରହିଛି।

ସ୍ମାର୍ଟ ସିଟିର ଏହି ସ୍ମାର୍ଟ ପ୍ରକଳ୍ପ ଖୁବ ଶୀଘ୍ର ଉଦ୍‌ଘାଟିତ ହେବାକୁ ଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ୫୦୦ଟି ସାଇକେଲ୍‌ ଆସିଛି। ଆଉ ୫୦୦ ସାଇକେଲ୍‌ ଅଣାଯିବାକୁ ଯୋଜନା ହୋଇଛି। ଏହି ସାଇକେଲ୍‌ଗୁଡିକ ରହିବା ପାଇଁ ବସ୍‌ଷ୍ଟପ୍‌ରେ ବ୍ୟବସ୍ଥା କରାଯିବ ବୋଲି ଜଣାପଡ଼ିଛି।

Advertisment

ପୂର୍ବରୁ ରାହାଗିରି ଲାଗି ଆସିଥିବା ହଜାର ହଜାର ସାଇକେଲ୍‌ ଖତ ଖାଉଛି। ଏବେ ପୁଣି ନୂଆ ସ୍ମାର୍ଟ ସାଇକେଲ ଲୋକଙ୍କୁ କେତେ ସାହାଯ୍ୟ କରିବ ଓ ଏହାର ସ୍ଥାୟିତ୍ୱକୁ ନେଇ ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe