Advertisment

ଷ୍ଟେଜ୍‌ରେ ଜଲୱା ଦେଖାଇଲେ ତାରା

ଲମତାପୁଟ(ଜଗତ ଜୀବନ): ସ୍ମିତା ଭତ୍ରା ହେଲେ ମିସ୍‌ କୋରାପୁଟ। ତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ପରେ ସେ ସୁନ୍ଦରୀଙ୍କ ହାତ ଧରି ରେଡ୍‌ କାର୍ପେଟରେ ଚାଲିଥିଲେ। ତାରାଙ୍କ ରାମ୍ପ ଶୋ’ ବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭା ସ୍ଥଳ। ଜୟପୁର ରେଡ୍‌ଉଡ ଇଂରାଜୀ ବିଦ୍ୟାଳୟ ପରିସରରେ ୨୦୨୨ ମିସ୍‌ କୋରାପୁଟ ସୁନ୍ଦରୀ ପ୍ରତିଯୋଗିତା ହୋଇଯାଇଛି। କୋରାପୁଟ ଜିଲ୍ଲାର ୧୩ ସୁନ୍ଦରୀ ନିଜର ଦକ୍ଷତା ଦେଖାଇଥିଲେ। ଏଥିରେ ଜୟପୁର ପାରବେଡା ସ୍ଥିତ ସ୍ମିତା […]

author-image
Manoranjan Sial
ଷ୍ଟେଜ୍‌ରେ ଜଲୱା ଦେଖାଇଲେ ତାରା

Koraput

ଲମତାପୁଟ(ଜଗତ ଜୀବନ): ସ୍ମିତା ଭତ୍ରା ହେଲେ ମିସ୍‌ କୋରାପୁଟ। ତାଙ୍କୁ ବିଜୟୀ ମୁକୁଟ ପିନ୍ଧାଇଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ପରେ ସେ ସୁନ୍ଦରୀଙ୍କ ହାତ ଧରି ରେଡ୍‌ କାର୍ପେଟରେ ଚାଲିଥିଲେ। ତାରାଙ୍କ ରାମ୍ପ ଶୋ’ ବେଳେ କରତାଳିରେ ପ୍ରକମ୍ପିତ ହୋଇଥିଲା ସଭା ସ୍ଥଳ।

Advertisment

ଜୟପୁର ରେଡ୍‌ଉଡ ଇଂରାଜୀ ବିଦ୍ୟାଳୟ ପରିସରରେ ୨୦୨୨ ମିସ୍‌ କୋରାପୁଟ ସୁନ୍ଦରୀ ପ୍ରତିଯୋଗିତା ହୋଇଯାଇଛି। କୋରାପୁଟ ଜିଲ୍ଲାର ୧୩ ସୁନ୍ଦରୀ ନିଜର ଦକ୍ଷତା ଦେଖାଇଥିଲେ। ଏଥିରେ ଜୟପୁର ପାରବେଡା ସ୍ଥିତ ସ୍ମିତା ଭତ୍ରା ମିସ୍‌ କୋରାପୁଟ ଭାବେ ବିଜୟୀ ହୋଇଛନ୍ତି। ସିଗ୍ନାରାଣୀ ପାଢ଼ୀ ଫାଷ୍ଟ ରନର୍ସ ଅଫ୍‌ ହୋଇଥିବା ବେଳେ ସୀମା ପାଢ଼ୀ ସେକେଣ୍ଡ ରନର୍ସ ଅଫ୍‌ ହୋଇଛନ୍ତି। ଏଥିରେ ରାମ୍ପ ଫୋକ୍‌ ଶୋ, ଡ୍ୟାନ୍ସ ଓ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରହିଥିଲା। ଶେଷ ପର୍ଯ୍ୟାୟକୁ ୧୩ ସୁନ୍ଦରୀ ଯାଇଥିଲେ। ସମସ୍ତଙ୍କୁ ଚକିତ କରି ୨୦୨୨ ମିସ୍‌ କୋରାପୁଟ ସୁନ୍ଦରୀ ଭାବରେ ବିଜୟୀ ହୋଇଛନ୍ତି ସ୍ମିତା ଭତ୍ରା।

ସୁନ୍ଦରୀମାନଙ୍କୁ ପୁରସ୍କୃତ ପାଇଁ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଏଥିରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଜୟପୁର ପୌର ପାଳିକାର ଅଧକ୍ଷ ନରୀ ମହାନ୍ତି ଉପସ୍ଥିତ ରହି ସୁନ୍ଦରୀମାନଙ୍କୁ ଉତ୍ସାହିତ କରିଥିଲେ। ପରେ ମିସ୍‌ କୋରାପୁଟ ସୁନ୍ଦରୀଙ୍କୁ ମୁକୁଟ ପିନ୍ଧାଇ ପୁରୁସ୍କୃତ କରିଥିଲେ।

Advertisment