Advertisment

୬ମାସରେ କେମିତି ତିଆରି ହେବ ୫ ଲକ୍ଷ ଘର, କେନ୍ଦ୍ର ଖପ୍ପା

ଭୁବନେଶ୍ୱର (ପ୍ରକାଶ ସେଠୀ): ଗ୍ରାମାଞ୍ଚଳରେ ଗତ ୪ବର୍ଷ ମଧ୍ୟରେ ବିଜୁ ପକ୍କାଘର ଯୋଜନାରେ ୧୭ଲକ୍ଷ ଗୃହ ନିର୍ମାଣ ହୋଇଛି ବୋଲି ଦାବି କରୁଥିବା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି। କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଞ୍ଚଳ)ରେ ଆବଣ୍ଟିତ ଗୃହ ନିର୍ମାଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଦର୍ଶାଇ ୨୦୧୮ ଡିସେମ୍ବର ସୁଦ୍ଧା ୪ ଲକ୍ଷ ୯୬ ହଜାର ଘର ତିଆରି କାମ ସାରିବା […]

୬ମାସରେ କେମିତି ତିଆରି ହେବ ୫ ଲକ୍ଷ ଘର, କେନ୍ଦ୍ର ଖପ୍ପା

2017_7$largeimg09_Jul_2017_112435787

Advertisment

ଭୁବନେଶ୍ୱର (ପ୍ରକାଶ ସେଠୀ): ଗ୍ରାମାଞ୍ଚଳରେ ଗତ ୪ବର୍ଷ ମଧ୍ୟରେ ବିଜୁ ପକ୍କାଘର ଯୋଜନାରେ ୧୭ଲକ୍ଷ ଗୃହ ନିର୍ମାଣ ହୋଇଛି ବୋଲି ଦାବି କରୁଥିବା ରାଜ୍ୟ ସରକାରଙ୍କ ପାରିବାପଣିଆ ଉପରେ କେନ୍ଦ୍ର ସରକାର ପ୍ରଶ୍ନ ଉଠାଇଛନ୍ତି।

Advertisment

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରଶାନ୍ତ କୁମାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମାଞ୍ଚଳ)ରେ ଆବଣ୍ଟିତ ଗୃହ ନିର୍ମାଣ କାର୍ଯ୍ୟ ଧିମା ଗତିରେ ଚାଲିଥିବା ଦର୍ଶାଇ ୨୦୧୮ ଡିସେମ୍ବର ସୁଦ୍ଧା ୪ ଲକ୍ଷ ୯୬ ହଜାର ଘର ତିଆରି କାମ ସାରିବା ଉପରେ ଗୁରୁତ୍ୱ ଦେଇଛନ୍ତି ।

ରାଜ୍ୟ ପଞ୍ଚାୟତିରାଜ ସଚିବ ଦେଓରଞ୍ଜନ ସିଂହଙ୍କୁ ଚିଠି ଲେଖି ସେ କହିଛନ୍ତି ଯେ, ଓଡ଼ିଶା ଗତ ବର୍ଷକ ମଧ୍ୟରେ (୨୦୧୭ ଏପ୍ରିଲରୁ ୨୦୧୮ ମାର୍ଚ୍ଚ) ଯେଉଁ ଗତିରେ ଗୃହ ନିର୍ମାଣ କରିଛି ତା’ର ସଂଖ୍ୟା ଦୈନିକ ୧୧୬୬ ଓ ମାସିକ ୩୫,୪୭୨ ରହିଛି। ଗତ ୩ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ଓଡ଼ିଶାକୁ ମୋଟ ୯.୯୨ଲକ୍ଷ ଗୃହ ଆବଣ୍ଟିତ ହୋଇଥିବାବେଳେ ଏଥିରୁ ମାତ୍ର ୫୦ ପ୍ରତିଶତ ଅର୍ଥାତ ୪.୯୬ଲକ୍ଷ ଘର ନିର୍ମାଣ ସରିଛି।publive-image

Advertisment

ବାକି ୪.୯୬ଲକ୍ଷ ଗୃହ ନିର୍ମାଣ କାର୍ଯ୍ୟ ସାରିବାକୁ ହେଲେ ଦୈନିକ ୨୭୫୫ (ମାସିକ ୮୨,୬୬୧)ଟି ଗୃହ ନିର୍ମାଣ କରିବାକୁ ପଡ଼ିବ। ତେଣୁ ଲକ୍ଷ୍ୟ ହାସଲ ପାଇଁ ରାଜ୍ୟକୁ ଦ୍ୱିଗୁଣ ପ୍ରୟାସ କରିବା ଜରୁରୀ ହୋଇପଡ଼ିଛି।

ଏହି ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟ ୧୨ ମାସରେ ସରିବା କଥା କିନ୍ତୁ ରାଜ୍ୟରେ ୧୨ ମାସ ପରେ ମଧ୍ୟ ୮୯,୬୨୧ଟି ଘରର ନିର୍ମାଣ କାର୍ଯ୍ୟ ସରି ପାରିନି। ସେହିପରି ପ୍ରଥମ କିସ୍ତି ଦେବାର ୯ମାସ ପରେ ମଧ୍ୟ ୯୬,୬୩୬ଟି ଘରର ନିର୍ମାଣ କାମ ଆରମ୍ଭ ହୋଇନି। ପୁଣି, ପ୍ରଥମ କିସ୍ତି ଦେବାର ୯୦ଦିନ ପରେ ମଧ୍ୟ ୬୫,୧୭୬ଟି ଘର ନିର୍ମାଣ ପାଇଁ ଦ୍ୱିତୀୟ କିସ୍ତି ଦିଆଯାଇନି। ୬୦,୦୭୮ଟି ଘରକୁ ମଧ୍ୟ ତୃତୀୟ କିସ୍ତି ମିଳିନାହିଁ।

ଏଭଳି ସ୍ଥିତି ଯୋଗୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ ଲକ୍ଷ୍ୟ ହାସଲ ନିଶ୍ଚୟ ପ୍ରଭାବିତ ହେବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବାସହୀନଙ୍କୁ ଜମି ଯୋଗାଣ କରି ସେମାନଙ୍କୁ ପକ୍କାଘର ବଣ୍ଟନ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରିବା ପାଇଁ ପଞ୍ଚାୟତିରାଜ ସଚିବଙ୍କୁ ଅନୁରୋଧ କରିଛନ୍ତି ଏହା ସହିତ ଇନ୍ଦିରା ଆବାସ ଯୋଜନାର ସ୍ଥିତାବସ୍ଥା ଓ ବିନିଯୋଗ ପ୍ରମାଣପତ୍ର ତୁରନ୍ତ ଦାଖଲ କରିବାକୁ କେନ୍ଦ୍ର ସରକାର କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe