ହାରିଗଲା ହଣ୍ଟର: ବେଙ୍ଗର ସୁପର ବ୍ରେନ୍‌ ପାଇଁ ଗିଳି ପାରିଲାନି ସାପ: ଦେଖନ୍ତୁ ରୋମାଞ୍ଚଭରା ଭିଡିଓ

<p>ଭୁବନେଶ୍ୱର:ପ୍ରଥମରୁ ଦୃଶ୍ୟଟି ଦେଖିଲେ ଆପଣଙ୍କୁ ଚିରାରରିତ ଘଟଣା ଲାଗୁଥିବ। ଗୋଟିଏ ବେଙ୍ଗକୁ ସାପଟିଏ ଗିଳିବାକୁ ଉଦ୍ୟମ କରୁଛି। ଅବଶ୍ୟ ଦୃଶ୍ୟଟି ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନି। କାରଣ ବେଙ୍ଗଟି ଗୋଟିଏ କପଡ଼ା ଭିତରେ ଗୋଡ଼େଇ ହୋଇ ଲୁଚି ଯାଇଛି। ତଥାପି ସାପଟି ତା&rsquo; ଉଦ୍ୟମରେ ସଫଳ ହୋଇନି। ଅର୍ଥାତ ଖାଦ୍ୟକୁ ଅତି ନିକଟରେ ପାଇ ବି ଖାଦକ ଆତ୍ମସମର୍ପଣ କରିଛି। ଆପଣ ଭାବୁଥିବେ ବେଙ୍ଗଟିକୁ ପାଟିରେ ଧରି ମଧ୍ୟ ସାପ ତାକୁ ଗିଳି ପାରିଲା ନାହିଁ କାହିଁକି ? ତେବେ ମୃତ୍ୟୁର ପଞ୍ଝାରୁ ବେଙ୍ଗଟି ବର୍ତ୍ତି ଯିବା ପଛରେ ଏକ ଜବରଦସ୍ତ ଆତ୍ମରକ୍ଷାର କୌଶଳ ରହିଛି। ଯାହା ବେଙ୍ଗଟିର ଉପସ୍ଥିତ ବୁଦ୍ଧି ଏବଂ ସାହସିକ ପଦକ୍ଷେପକୁ ଦର୍ଶାଉଛି। ଛୋଟ ଜୀବ ହେଲେ ମଧ୍ୟ ଶତ୍ରୁଠାରୁ ବର୍ତ୍ତିବାର ବେଙ୍ଗଟି ଯେଉଁ କୌଶଳ ଅବଲମ୍ବନ କରିଛି, ତାହା କୌଣସି ହଲିଉଡ୍&zwnj; ଚଳଚ୍ଚିତ୍ରର ରୋମାଞ୍ଚକର ଦୃଶ୍ୟଠାରୁ କମ୍&zwnj; ନୁହେଁ। ଗୋଟିଏ ପଟେ ଶିକାରୀର ଆକ୍ରମଣ ଆଉ ଗୋଟିଏ ପଟେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ। ଘଟଣାଟି ଘଟିଛି ବାରଙ୍ଗର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପଛ ପଟେ ଥିବା ଷ୍ଟାଫ୍&zwnj; କ୍ୱାର୍ଟର୍ସ ପାଖରେ।</p> <p>ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ଏକ ସାପ ହାବୁଡ଼ରେ ଏକ ବେଙ୍ଗ ପଡ଼ିଥିଲା। ସାପଟି ବେଙ୍ଗଟିକୁ ଗିଳିବା ପାଇଁ ଉଦ୍ୟମ କରିଥିଲା। ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ବେଙ୍ଗଟି ପାଖରେ ଥିବା ଏକ କପ୍&zwnj;ଡ଼ାକୁ ଜୋରରେ କାମୁଡ଼ି ଧରିଥିଲା। ଏହି ଦୃଶ୍ୟ ଯେତିକି ଭୟାନକ ଥିଲା ସେତିକି ରୋମାଞ୍ଚକର ମଧ୍ୟ ଥିଲା। ପ୍ରାଣପ୍ରଣେ ଚେଷ୍ଟା କରି ବେଙ୍ଗଟି କପ୍&zwnj;ଡ଼ାକୁ କାମୁଡି ଧରିଥିଲା ଓ କପଡ଼ା ଭିତରେ ଛନ୍ଦି ହୋଇଯାଇଥିଲା। ସାପଟି କପଡ଼ା ସହ ବେଙ୍ଗଟିକୁ ଗିଳିବାକୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ସାପଟି ବେଙ୍ଗଟିକୁ ଗିଳୁଛି ତେବେ କନାଟି ପାଟି ଭିତରୁ ଯିବା ନିଶ୍ଚିତ। ତେଣୁ ଏହି ଭୟରେ ସାପଟି ବେଙ୍ଗଟିକୁ ଛାଡ଼ି ଦେଇଥିଲା।</p>

Ordigital Desk
  • Published: Monday, 16 October 2017
  • Updated: 16 October 2017, 09:05 PM IST

Sports

Latest News

<p>ଭୁବନେଶ୍ୱର:ପ୍ରଥମରୁ ଦୃଶ୍ୟଟି ଦେଖିଲେ ଆପଣଙ୍କୁ ଚିରାରରିତ ଘଟଣା ଲାଗୁଥିବ। ଗୋଟିଏ ବେଙ୍ଗକୁ ସାପଟିଏ ଗିଳିବାକୁ ଉଦ୍ୟମ କରୁଛି। ଅବଶ୍ୟ ଦୃଶ୍ୟଟି ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନି। କାରଣ ବେଙ୍ଗଟି ଗୋଟିଏ କପଡ଼ା ଭିତରେ ଗୋଡ଼େଇ ହୋଇ ଲୁଚି ଯାଇଛି। ତଥାପି ସାପଟି ତା&rsquo; ଉଦ୍ୟମରେ ସଫଳ ହୋଇନି। ଅର୍ଥାତ ଖାଦ୍ୟକୁ ଅତି ନିକଟରେ ପାଇ ବି ଖାଦକ ଆତ୍ମସମର୍ପଣ କରିଛି। ଆପଣ ଭାବୁଥିବେ ବେଙ୍ଗଟିକୁ ପାଟିରେ ଧରି ମଧ୍ୟ ସାପ ତାକୁ ଗିଳି ପାରିଲା ନାହିଁ କାହିଁକି ? ତେବେ ମୃତ୍ୟୁର ପଞ୍ଝାରୁ ବେଙ୍ଗଟି ବର୍ତ୍ତି ଯିବା ପଛରେ ଏକ ଜବରଦସ୍ତ ଆତ୍ମରକ୍ଷାର କୌଶଳ ରହିଛି। ଯାହା ବେଙ୍ଗଟିର ଉପସ୍ଥିତ ବୁଦ୍ଧି ଏବଂ ସାହସିକ ପଦକ୍ଷେପକୁ ଦର୍ଶାଉଛି। ଛୋଟ ଜୀବ ହେଲେ ମଧ୍ୟ ଶତ୍ରୁଠାରୁ ବର୍ତ୍ତିବାର ବେଙ୍ଗଟି ଯେଉଁ କୌଶଳ ଅବଲମ୍ବନ କରିଛି, ତାହା କୌଣସି ହଲିଉଡ୍&zwnj; ଚଳଚ୍ଚିତ୍ରର ରୋମାଞ୍ଚକର ଦୃଶ୍ୟଠାରୁ କମ୍&zwnj; ନୁହେଁ। ଗୋଟିଏ ପଟେ ଶିକାରୀର ଆକ୍ରମଣ ଆଉ ଗୋଟିଏ ପଟେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ। ଘଟଣାଟି ଘଟିଛି ବାରଙ୍ଗର ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପଛ ପଟେ ଥିବା ଷ୍ଟାଫ୍&zwnj; କ୍ୱାର୍ଟର୍ସ ପାଖରେ।</p><p>ଖାଦ୍ୟ ଅନ୍ୱେଷଣରେ ବାହାରିଥିବା ଏକ ସାପ ହାବୁଡ଼ରେ ଏକ ବେଙ୍ଗ ପଡ଼ିଥିଲା। ସାପଟି ବେଙ୍ଗଟିକୁ ଗିଳିବା ପାଇଁ ଉଦ୍ୟମ କରିଥିଲା। ହେଲେ ଉପସ୍ଥିତ ବୁଦ୍ଧି ଖଟାଇ ବେଙ୍ଗଟି ପାଖରେ ଥିବା ଏକ କପ୍&zwnj;ଡ଼ାକୁ ଜୋରରେ କାମୁଡ଼ି ଧରିଥିଲା। ଏହି ଦୃଶ୍ୟ ଯେତିକି ଭୟାନକ ଥିଲା ସେତିକି ରୋମାଞ୍ଚକର ମଧ୍ୟ ଥିଲା। ପ୍ରାଣପ୍ରଣେ ଚେଷ୍ଟା କରି ବେଙ୍ଗଟି କପ୍&zwnj;ଡ଼ାକୁ କାମୁଡି ଧରିଥିଲା ଓ କପଡ଼ା ଭିତରେ ଛନ୍ଦି ହୋଇଯାଇଥିଲା। ସାପଟି କପଡ଼ା ସହ ବେଙ୍ଗଟିକୁ ଗିଳିବାକୁ ଉଦ୍ୟମ କରିଥିଲେ ବି ବିଫଳ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଯଦି ସାପଟି ବେଙ୍ଗଟିକୁ ଗିଳୁଛି ତେବେ କନାଟି ପାଟି ଭିତରୁ ଯିବା ନିଶ୍ଚିତ। ତେଣୁ ଏହି ଭୟରେ ସାପଟି ବେଙ୍ଗଟିକୁ ଛାଡ଼ି ଦେଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos