ବାରିପଦା(ମାନିକଲାଲ ପାଣି): ପଲଙ୍କ ଉପରେ ରେଜେଇ। ଆଉ ରେଜେଇ ତଳେ ଶୋଇଥିଲା ସାପ। ଘର ମାଲିକ ଶୋଇବାକୁ ଗଲା ବେଳେ ସାପଙ୍କୁ ଦେଖି ଚମକି ପଡ଼ିଥିଲେ। ଆଉ ଅଳ୍ପକେ ବର୍ତ୍ତି ଗଲା ତାଙ୍କ ଜୀବନ। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାରେ।
ବାରିପଦା ସହରର ଦେଉଳ ସାହି ଦୁର୍ଗା ହୋଟେଲ ସାମ୍ନାରେ ଏକ ଭଡ଼ା ଘରେ ରୁହନ୍ତି ସନ୍ତୋଷ ମହାନ୍ତି। ଗତ ଦୁଇ ଦିନ ହେଲା ସେ ଘରେ ନଥିଲେ। କୌଣସି କାମରେ ବାହାରକୁ ଯାଇଥିଲେ। ଆଜି ସକାଳେ ସେ ଘରେ ପହଞ୍ଚି ଥିଲେ। ଏହି ସମୟରେ ଘର ଭିତରେ ସାପର ଗର୍ଜନ ଶୁଣିବାକୁ ପାଇଥିଲେ। ଚନ୍ଦ୍ରବୋଡ଼ା ସାପଟି ପଲଙ୍କ ଉପରେ ଥିବା ରେଜେଇ ତଳେ ଛପି ରହିଥିଲା। ସାପର ଗର୍ଜନ ଶୁଣି ସନ୍ତୋଷ ଭୟଭୀତ ହୋଇ ପଡ଼ିଥିଲେ। ସେ କୌଶଳ କରି ଘରୁ ବାହାରକୁ ଚାଲି ଆସିଥିଲେ।
ଏନେଇ ସେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ। ଖବର ପାଇ ସ୍ନେକ ହେଲ୍ପ ଲାଇନ୍ର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ଉଦ୍ଧାର କରି ଶିମିଳିପାଳ ଅଭୟାରଣ୍ୟରେ ଛାଡ଼ିଛନ୍ତି। ସାପ ଲମ୍ୱ ଛଅ ଫୁଟ୍ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।