Advertisment

ବାର ଦେଖି ସାପ ଖାଉଛି ଆମିଷ

ବାଙ୍କୀ (ଓଡ଼ିଶା ରିପୋର୍ଟର): ସାପ ବି ବାର ଦେଖି ଆମିଷ ଖାଉଛନ୍ତି। ହଁ ଆଜ୍ଞା… ବୁଧବାର, ଶୁକ୍ରବାର ଓ ରବିବାର। ମଣିଷଙ୍କ ଭଳି ଏହି ବାରରେ ସାପମାନେ ବି ଆମିଷ ଖାଇବାକୁ ମାଛ ଦୋକାନକୁ ଆସୁଛନ୍ତି। ତା ପୁଣି ନିର୍ଦ୍ଦିଷ୍ଟ ସମୟରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଘଟଣାଟି ସତ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଡ୍ରେନ୍ ଦେଇ 6ରୁ 7ଟି ସାପ କେବଳ   ମାଛ କାତି, ଗାଲି ଖାଇବାକୁ ନିୟମିତ ଆସୁଛନ୍ତି। […]

ବାର ଦେଖି ସାପ ଖାଉଛି ଆମିଷ

saoa33

Advertisment

ବାଙ୍କୀ (ଓଡ଼ିଶା ରିପୋର୍ଟର): ସାପ ବି ବାର ଦେଖି ଆମିଷ ଖାଉଛନ୍ତି। ହଁ ଆଜ୍ଞା... ବୁଧବାର, ଶୁକ୍ରବାର ଓ ରବିବାର। ମଣିଷଙ୍କ ଭଳି ଏହି ବାରରେ ସାପମାନେ ବି ଆମିଷ ଖାଇବାକୁ ମାଛ ଦୋକାନକୁ ଆସୁଛନ୍ତି। ତା ପୁଣି ନିର୍ଦ୍ଦିଷ୍ଟ ସମୟରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଘଟଣାଟି ସତ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଡ୍ରେନ୍ ଦେଇ 6ରୁ 7ଟି ସାପ କେବଳ   ମାଛ କାତି, ଗାଲି ଖାଇବାକୁ ନିୟମିତ ଆସୁଛନ୍ତି।

Advertisment

ସେଠାକାର ମାଛ ଦୋକାନୀଙ୍କ କହିବା ଅନୁସାରେ ‘ ଯେବେଠାରୁ ମୁଁ ଏହି ବଜାରରେ ମାଛ ଦୋକାନ କରିଛିଡ୍ରେନ୍‌ରେ ୭ଟି ଧଣ୍ଡ ସାପ ଆସି ଖେଳୁଥିବା ଦେଖିଛି। ଲୋକମାନେ ଆସି ଟେକାପଥର ମାରନ୍ତି। ହେଲେ ମୁଁ ସେମାନଙ୍କୁ ମନା କରେ। ମାଛ କାଟି ସାରିବା ପରେ କାତିକୁଟା ଓ ଗାଲିସି ମୁଁ ନଫୋପାଡ଼ି ସାପମାନଙ୍କୁ ଖାଇବାକୁ ଦେଇଥାଏ। ଠିକ୍‌ ସକାଳ ୭ଟାରେ ସାପମାନେ ଆସିଥାନ୍ତି ଏବଂ ୧୦ଟାବେଳେ ଖାଇସାରିବା ପରେ ଚାଲିଯାଇଥାନ୍ତି। ସପ୍ତାହର ଅନ୍ୟ ବାର ନୁହେଁକେବଳ ଆଇଁଷବାରି ବୁଧବାରଶୁକ୍ରବାର ଓ ରବିବାର ହିଁ ଏହି ସାପମାନେ ଦୋକାନ ପାଖକୁ ଆସିଥାନ୍ତି।

ଏହି ଘଟଣା ଜଣା ପଡ଼ିବା ପରେ ବାଙ୍କୀ ଅଞ୍ଚଳରେ ଲୋକଙ୍କ ପାଇଁ କୌତୁହଳ ସୃଷ୍ଟି କରିଛି। ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଆସି କିଛି ସାପଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି।

Advertisment

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe