ବାର ଦେଖି ସାପ ଖାଉଛି ଆମିଷ

ବାଙ୍କୀ (ଓଡ଼ିଶା ରିପୋର୍ଟର): ସାପ ବି ବାର ଦେଖି ଆମିଷ ଖାଉଛନ୍ତି। ହଁ ଆଜ୍ଞା… ବୁଧବାର, ଶୁକ୍ରବାର ଓ ରବିବାର। ମଣିଷଙ୍କ ଭଳି ଏହି ବାରରେ ସାପମାନେ ବି ଆମିଷ ଖାଇବାକୁ ମାଛ ଦୋକାନକୁ ଆସୁଛନ୍ତି। ତା ପୁଣି ନିର୍ଦ୍ଦିଷ୍ଟ ସମୟରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଘଟଣାଟି ସତ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଡ୍ରେନ୍ ଦେଇ 6ରୁ 7ଟି ସାପ କେବଳ   ମାଛ କାତି, ଗାଲି ଖାଇବାକୁ ନିୟମିତ ଆସୁଛନ୍ତି। […]

saoa33

Puspanjali Panda
  • Published: Tuesday, 04 August 2020
  • , Updated: 04 August 2020, 02:57 PM IST

ବାଙ୍କୀ (ଓଡ଼ିଶା ରିପୋର୍ଟର): ସାପ ବି ବାର ଦେଖି ଆମିଷ ଖାଉଛନ୍ତି। ହଁ ଆଜ୍ଞା... ବୁଧବାର, ଶୁକ୍ରବାର ଓ ରବିବାର। ମଣିଷଙ୍କ ଭଳି ଏହି ବାରରେ ସାପମାନେ ବି ଆମିଷ ଖାଇବାକୁ ମାଛ ଦୋକାନକୁ ଆସୁଛନ୍ତି। ତା ପୁଣି ନିର୍ଦ୍ଦିଷ୍ଟ ସମୟରେ। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି କିନ୍ତୁ ଘଟଣାଟି ସତ। କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ଦୋକାନକୁ ଡ୍ରେନ୍ ଦେଇ 6ରୁ 7ଟି ସାପ କେବଳ   ମାଛ କାତି, ଗାଲି ଖାଇବାକୁ ନିୟମିତ ଆସୁଛନ୍ତି।

ସେଠାକାର ମାଛ ଦୋକାନୀଙ୍କ କହିବା ଅନୁସାରେ ‘ ଯେବେଠାରୁ ମୁଁ ଏହି ବଜାରରେ ମାଛ ଦୋକାନ କରିଛିଡ୍ରେନ୍‌ରେ ୭ଟି ଧଣ୍ଡ ସାପ ଆସି ଖେଳୁଥିବା ଦେଖିଛି। ଲୋକମାନେ ଆସି ଟେକାପଥର ମାରନ୍ତି। ହେଲେ ମୁଁ ସେମାନଙ୍କୁ ମନା କରେ। ମାଛ କାଟି ସାରିବା ପରେ କାତିକୁଟା ଓ ଗାଲିସି ମୁଁ ନଫୋପାଡ଼ି ସାପମାନଙ୍କୁ ଖାଇବାକୁ ଦେଇଥାଏ। ଠିକ୍‌ ସକାଳ ୭ଟାରେ ସାପମାନେ ଆସିଥାନ୍ତି ଏବଂ ୧୦ଟାବେଳେ ଖାଇସାରିବା ପରେ ଚାଲିଯାଇଥାନ୍ତି। ସପ୍ତାହର ଅନ୍ୟ ବାର ନୁହେଁକେବଳ ଆଇଁଷବାରି ବୁଧବାରଶୁକ୍ରବାର ଓ ରବିବାର ହିଁ ଏହି ସାପମାନେ ଦୋକାନ ପାଖକୁ ଆସିଥାନ୍ତି।

ଏହି ଘଟଣା ଜଣା ପଡ଼ିବା ପରେ ବାଙ୍କୀ ଅଞ୍ଚଳରେ ଲୋକଙ୍କ ପାଇଁ କୌତୁହଳ ସୃଷ୍ଟି କରିଛି। ସ୍ନେକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ଆସି କିଛି ସାପଙ୍କୁ ସେଠାରୁ ଉଦ୍ଧାର କରିଛନ୍ତି।

 

https://youtu.be/YbgK1C6D8nU

Related story