Advertisment

ଏବର୍ଷ ସ୍ନାନଯାତ୍ରାରେ ଭକ୍ତ ପାଇବେ ଶ୍ରୀଜଗନ୍ନାଥ ଦର୍ଶନ

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ତିନି ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ତେବେ ଏହି ସମୟରେ କୌଣସି ଭକ୍ତ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସୂଚନା ମୁତାବକ, ଜୁନ୍ ୧୪ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ […]

ଅଦ୍ୟତନ ହୋଇଛି
ଏବର୍ଷ ସ୍ନାନଯାତ୍ରାରେ ଭକ୍ତ ପାଇବେ ଶ୍ରୀଜଗନ୍ନାଥ ଦର୍ଶନ

Ratha-Jatra

Advertisment

ପୁରୀ(ଓଡ଼ିଶା ରିପୋର୍ଟର): ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ତିନି ଘଣ୍ଟା ପାଇଁ ସ୍ନାନ ମଣ୍ଡପରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ। ତେବେ ଏହି ସମୟରେ କୌଣସି ଭକ୍ତ ଶ୍ରୀବିଗ୍ରହମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନା ମୁତାବକ, ଜୁନ୍ ୧୪ରେ ହେବାକୁ ଥିବା ଦେବସ୍ନାନ ପୂର୍ଣ୍ଣିମା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥାବଳୀରେ ମୋହର ମାରିଛି ପରିଚାଳନା କମିଟି। ଦେବସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ କରାଯିବ। ଏହିଦିନ ଭକ୍ତ ମାନେ ବଡ଼ଦାଣ୍ଡରୁ ଜଳଲାଗି ଓ ହାତୀବେଶ ଦର୍ଶନ କରିପାରିବେ।

ହାତୀବେଶ ସୁରକ୍ଷିତ ଓଲାଗି କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ। ବିଶୃଙ୍ଖଳିତ ଆଚରଣ ରୋକିବା ପାଇଁ ସ୍ନାନ ମଣ୍ଡପରେ ସିସିଟିଭି ଓ ଭିଡ଼ିଓ ରେକର୍ଡିଂ ବ୍ୟବସ୍ଥା କରାଯିବ।

Advertisment

ସ୍ନାନଯାତ୍ରା, ରଥଯାତ୍ରା ଓ ସୁନାବେଶ ଦିନ ପୁରୀର ବିଭିନ୍ନ ସ୍ଥାନରେ ଏଲ୍‌ଇଡ଼ି ଲାଗିବ। ଏହା ଦ୍ୱାରା ଭକ୍ତମାନେ ଯେଉଁଠାରେ ଥିଲେ ବି ଏହି ରଥଯାତ୍ରା ପର୍ବର ଲାଇଭ ଦୃଶ୍ୟ ଦେଖିପାରିବେ। ଏହା ଭିଡ଼ ନିୟନ୍ତ୍ରଣରେ ମଧ୍ୟ ସହାୟକ ହେବ। ସମୁଦ୍ରକୂଳ, ଷ୍ଟେସନ, ବସଷ୍ଟାଣ୍ଡ ଆଦି ସ୍ଥାନରେ ଏଲ୍‌ଇଡ଼ି ଲାଗିବ। ସିଧା ପ୍ରସାରଣ ଦାୟିତ୍ୱ ସୂଚନା ଓ ଲୋକସମ୍ପର୍କ ବିଭାଗକୁ ଦିଆଯିବାକୁ ନିଷ୍ପତ୍ତି ହୋଇଥିବା ବୈଠକ ପରେ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଏହାଛଡ଼ା ସେବାୟତ ବାସ ଗୃହ ଯୋଜନା, ଆଦର୍ଶ ଗୁରୁକୁଳ ପାଇଁ ହୋଇଥିବା ସୋସାଇଟି ଓ ବାଇଲ ଅନୁମୋଦନ ସହ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଦର୍ଶ ଗୁରୁକୁଳ ଏମଓୟୁ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ଅନୁମୋଦନ ପରେ ବିର୍ଲା କମ୍ପାନୀ ସହ ଏମଓୟୁ କରାଯିବ ବୋଲି ସୂଚନା ମିଳିଛି।

ବୈଠକ ପରେ ପୁରୀ ଗସ୍ତରେ ଆସିଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ଶ୍ରୀମନ୍ଦିର ଭିତରକୁ ଯାଇ ଭିତର ଏବଂ ବାହାର ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଐତିହ୍ୟ କରିଡର ପ୍ରକଳ୍ପରେ ବିସ୍ତୃତ ସ୍ଥାନ ମିଳିଥିବାରୁ ଏହି ସ୍ଥାନକୁ ସଠିକ୍ ଭାବେ ବ୍ୟବହାର କରାଯାଇ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ସେନେଇ ସମସ୍ତ ବ୍ୟବସ୍ଥା ହେବ। ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ପାଇଁ ଅଧିକ ପାର୍କିଂ ସ୍ଥଳ ନିରୂପଣ କରାଯିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe