Advertisment

ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ

କେନ୍ଦୁଝର/ବଣାଇ/ପଦ୍ମପୁର/ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଉ ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ […]

author-image
Jyoshna Pradhan
ଅଦ୍ୟତନ ହୋଇଛି
ରାଜ୍ୟର ବିଭିନ୍ନ ସ୍ଥାନରେ ତୁଷାରପାତ

kjr

କେନ୍ଦୁଝର/ବଣାଇ/ପଦ୍ମପୁର/ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଆଉ ପାରଦ କମିବା ସହିତ କିଛି ସ୍ଥାନରେ ବରଫପାତ ମଧ୍ୟ ହେଉଛି। କେନ୍ଦୁଝର ଜିଲ୍ଲା ବାଉରିପଦା ଓ କାଞ୍ଜିପାଣି ଅଞ୍ଚଳରେ ଆଜି ବରଫ ଆସ୍ତରଣ ଦେଖିବାକୁ ମିଳିଛି। ସେହିପରି ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ମଧ୍ୟ ପ୍ରବଳ ଥଣ୍ଡା ହେଉଛି। କୋଇଡା, ଟେନ୍ସା, ଡେଙ୍ଗୁଲା, କଲମଙ୍ଗ, କଳାଟା, ମାଲଦା ଓ ସାନ ଇନ୍ଦୁପୁର ପ୍ରଭୁତି ଅଞ୍ଚଳରେ ଗାଡ଼ି, ଘାସ ଗାଲିଚା ଉପରେ ବରଫର ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି।publive-image

Advertisment

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସୀମାନ୍ତବର୍ତ୍ତୀ ଝାରବନ୍ଧ ଅଞ୍ଚଳର ପାଳଗଦା ଗୁଡ଼ିକରେ ବରଫ ଦେଖିବାକୁ ମିଳିଛି। ତେବେ ପଦ୍ମପୁର ଉପଖଣ୍ଡରେ ତାପାମତ୍ରା ୯ ଡିଗ୍ରୀ ଥିବା ବେଳେ ଝାରବନ୍ଧ ଅଞ୍ଚଳ ଘଞ୍ଚ ଜଙ୍ଗଲ ହେତୁ ଅଧିକ ଥଣ୍ଡା ଅନୁଭୂତ ହେଉଛି। ଏହି ଅଞ୍ଚଳରେ ପ୍ରଥମ ଥର ବରଫପାତ ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି।publive-image

କନ୍ଧମାଳ ଜିଲ୍ଲାରେ ମଧ୍ୟ ପ୍ରବଳ ଥଣ୍ଡା ହେବାରେ ଲାଗିଛି। ବିଶେଷକରି ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ସମେତ ଆଖପାଖ ଅଞ୍ଚଳର ବିଲମାଳ ଓ ପାଳ ଗଦା ଉପରେ ବରଫପାତ ହୋଇଛି। ପ୍ରବଳ ଜାଡ଼ ଲାଗି ରହିଥିବା ଯୋଗୁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଶୀତରୁ ରକ୍ଷା ପାଇବା ଲାଗି ଲୋକେ ନିଆଁ ଜାଳି ବସି ରହୁଛନ୍ତି। ତେବେ ପର୍ଯ୍ୟଟକମାନେ ବରଫପାତ ସହ ଥଣ୍ଡାର ମଜା ଉଠାଉଛନ୍ତି। ଦାରିଙ୍ଗବାଡ଼ି ସମେତ ବାଲିଗୁଡା , ରାଇକିଆ, ଜି.ଉଦୟଗିରି, କୋଟଗଡ଼, ତୁମୁଡିବନ୍ଧ ଓ ବେଳଘର ଅଞ୍ଚଳରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେବାରେ ଲାଗିଛି।

Advertisment