ସାହିତ୍ୟ ଉତ୍ସବ ନା କନ୍‌ଷ୍ଟିପେସନ୍ ଉତ୍ସବ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଇ କିଛିଦିନ ତଳେ ଦେଶର ଏକ ଜଣାଶୁଣା ପୁରୁଣା କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ଏକ ‘ସାହିତ୍ୟ ଉତ୍ସବ’ର ଆୟୋଜନ କରାଯାଇଥିଲା। ସାରା ଦେଶରୁ ବଡ଼ ବଡ଼ ଲୋକଙ୍କୁ ଡକାଯାଇଥିଲା। ଆଲୋଚନା ପର୍ଯ୍ୟାଲୋଚନା ଜମିଥିଲା। କିନ୍ତୁ ସେଠି ନଥିଲା ଓଡ଼ିଆ ସାହିତ୍ୟର ଗନ୍ଧ। ବେଶୀ ଥିଲେ ମ୍ୟାନେଜମେଣ୍ଟ କଲେଜ ପିଲା, ଯେଉଁମାନେ ଆଦୌ ଓଡ଼ିଆ ଜାଣିନଥିଲେ। ଏହି ସାହିତ୍ୟ ଉତ୍ସବକୁ ଯାଇଥିବା କିଛି ସାହିତ୍ୟିକଙ୍କ କହିବା କଥା, ଏହାକୁ ବରଂ ‘କନଷ୍ଟିପେସନ୍ ଉତ୍ସବ’ କହିଥିଲେ […]

19

19

Amaresh Biswal
  • Published: Friday, 25 January 2019
  • Updated: 25 January 2019, 09:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏଇ କିଛିଦିନ ତଳେ ଦେଶର ଏକ ଜଣାଶୁଣା ପୁରୁଣା କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ଏକ ‘ସାହିତ୍ୟ ଉତ୍ସବ’ର ଆୟୋଜନ କରାଯାଇଥିଲା। ସାରା ଦେଶରୁ ବଡ଼ ବଡ଼ ଲୋକଙ୍କୁ ଡକାଯାଇଥିଲା। ଆଲୋଚନା ପର୍ଯ୍ୟାଲୋଚନା ଜମିଥିଲା। କିନ୍ତୁ ସେଠି ନଥିଲା ଓଡ଼ିଆ ସାହିତ୍ୟର ଗନ୍ଧ। ବେଶୀ ଥିଲେ ମ୍ୟାନେଜମେଣ୍ଟ କଲେଜ ପିଲା, ଯେଉଁମାନେ ଆଦୌ ଓଡ଼ିଆ ଜାଣିନଥିଲେ।

ଏହି ସାହିତ୍ୟ ଉତ୍ସବକୁ ଯାଇଥିବା କିଛି ସାହିତ୍ୟିକଙ୍କ କହିବା କଥା, ଏହାକୁ ବରଂ ‘କନଷ୍ଟିପେସନ୍ ଉତ୍ସବ’ କହିଥିଲେ ଭଲ ହୋଇଥାନ୍ତା। କାରଣ ଏଠାରେ ସାହିତ୍ୟିକଙ୍କ ପାଇଁ କୌଣସି ରିଫ୍ରେସ୍‌ମେଣ୍ଟ ବ୍ୟବସ୍ଥା ହୋଇନଥିଲା। ନା ଥିଲା ଚା’ ପାଣି ନା ଥିଲା ଖାଇବା। ଉତ୍ସବ ସକାଳୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ଚାଲୁଥିଲା। ପୂରା କାର୍ଯ୍ୟକ୍ରମ ଦେଖିବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ ହୋଇନଥିଲା। କିଛି ସାହିତ୍ୟିକ ପ୍ରଶ୍ନ କରିଥିଲେ- ଆମେ କ’ଣ ସକାଳ ଓଳି କାର୍ଯ୍ୟକ୍ରମ ଦେଖି ପୁଣି ଘରକୁ ଯାଇ ଖାଇକି ଆସିବୁ ବାକି ଉପର ଓଳିର କାର୍ଯ୍ୟକ୍ରମ ଦେଖିବାକୁ?

ଏ ସଂପର୍କରେ ପଚାରିବାରୁ ଜଣେ ଆୟୋଜକ ପ୍ରାଇଭେଟ୍‌ଲି କହିଲେ, ଓଡ଼ିଆ ସାହିତ୍ୟିକଙ୍କୁ ମଧ୍ୟାହ୍ନ ଭୋଜନ ଦେଇ କମ୍ପାନୀ କାଳେ ବିଗତ ବର୍ଷଗୁଡ଼ିକରେ ଭାରି ହଇରାଣ ହୋଇଥିଲା। ଯେତିକି ମିଲ୍‌ ବ୍ୟବସ୍ଥା ହୋଇଥିଲା, ଲୋକସଂଖ୍ୟା ତା’ଠାରୁ ଅଧିକ ଥିଲା। ଫଳରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆମର କହିବା କଥା, ଏତେବଡ଼ କମ୍ପାନୀ, ଯିଏ ଓଡ଼ିଶାକୁ ଗତ ଶହେବର୍ଷ ଧରି ଲୁଟି ଚାଲିଛି, ଖଣି ପାଣି ସବୁ ନେଇଛି, ସେ କ’ଣ ଶହେ ଓଡ଼ିଆ ସାହିତ୍ୟିକଙ୍କ ପାଇଁ ଖାଇବା ବ୍ୟବସ୍ଥା କରିପାରିବନି? ଯଦି ଅଧିକ ପଚାଶ ଲୋକଙ୍କ ପାଇଁ ଖାଇବା ହାତରୁ ଦେବାକୁ ପଡ଼ିଲା,ସେଇଠୁ କ’ଣ ଅଶୁଦ୍ଧ ହେଇଗଲା?

କମ୍ପାନୀଟି ଭାରତବର୍ଷର ଏକ ବଡ଼ ବ୍ରାଣ୍ଡ। ପ୍ରାୟ ଶହେବର୍ଷ ଧରି ଏହା ଓଡ଼ିଶାରୁ ଖଣି ଲୁଟି ଚାଲିଛି। ଯାଜପୁର ଜିଲ୍ଲାର କଳିଙ୍ଗନଗରରେ କମ୍ପାନୀର କାରଖାନା ପ୍ରତିଷ୍ଠା ବେଳେ କିଛି ଲୋକ ଗୁଳି ଖାଇ ମରିଥିଲେ। କୁହାଯାଏ, ଏହି କମ୍ପାନୀ ଓଡ଼ିଶାର ସୁକିନ୍ଦାରୁ ବର୍ଷ ବର୍ଷ ଧରି ଶାଗମାଛ ଦରରେ ଲୁହାପଥର ନେଇ ଜାମ୍‌ସେଦ୍‌ପୁରରେ କାରଖାନା ବସେଇଛି। ଏଥିରୁ ଓଡ଼ିଶା କିଛି ଲାଭ ପାଇନି। ସେହି କମ୍ପାନୀ ଯଦି ଏବେ କିଛି ସାହିତ୍ୟିକଙ୍କୁ ଖାଇବାକୁ ଦେବାକୁ ଟଙ୍କା ଖର୍ଚ୍ଚ କଲା ତେବେ ଏତେ କୁନ୍ଥାଣ କାହିଁକି?

ପୂର୍ବରୁ ମଧ୍ୟ ଆଉଏକ ଜଣାଶୁଣା ଇଂରାଜୀ ଖବରକାଗଜ ସବୁବର୍ଷ ଗୋଟେ ସାହିତ୍ୟ ଉତ୍ସବ କରିଆସୁଛି। ସେଠି ବି ସେଇ ଅବସ୍ଥା। ସେଠି ସାହିତ୍ୟ କମ୍, ରାଜନୀତି ବେଶୀ ହୁଏ। ସାହିତ୍ୟ ସହ ସଂପର୍କିତ ନଥିବା ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡାକି ଇଣ୍ଟରଭ୍ୟୁ କରାଯାଇଥିଲା। ସେଠି ମଧ୍ୟ ଓଡ଼ିଆ ସାହିତ୍ୟିକ ପ୍ରାୟ କେହି ନଥିଲେ। ହାତଗଣତି କିଛି ଆଇଏଏସ୍ ସାହିତ୍ୟିକଙ୍କୁ କେବଳ ନିମନ୍ତ୍ରଣ କରାଯାଇଥିଲା।

ବାସ୍ତବ କଥା ହେଲା, ସାହିତ୍ୟ ଆଳରେ ଏ ସବୁ କମ୍ପାନୀ ଓଡ଼ିଶାକୁ ଆସି, ରାଜନୈତିକ ନେତା ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ନିଜର ପତିଆରା ସୃଷ୍ଟି କରିବାକୁ ଚାହୁଁଛନ୍ତି। ବାସ୍ତବରେ ଓଡ଼ିଆ ସାହିତ୍ୟର ବିକାଶ ହେଉ ବୋଲି ଏମାନଙ୍କର ତିଳେମାତ୍ର ଆନ୍ତରିକତା ନଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story