Advertisment

ଆଦିତ୍ୟ ମୃତ୍ୟୁ ମାମଲା: ଆସିଲା ଆତ୍ମହତ୍ୟା ଚିଠିର ଫରେନ୍ସିକ୍ ରିପୋର୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜବତ ଡାଏରୀରେ ଥିବା ହାତଲେଖାକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଆଜି ଦୂର ହୋଇଯାଇଛି। ହାତଲେଖାର ଫରେନସିକ୍ ରିପୋର୍ଟ ଆସିଯାଇଛି। ଡାଏରୀରେ ଥିବା ହାତଲେଖା ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ମେଳ ଖାଉଥିବା ରିପୋର୍ଟରୁ ଜଣାପଡ଼ିଛି। ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରହସ୍ୟ ଓ ଗୁମର ଲାଗିରହିଛି। ଘଟଣାର ତଦନ୍ତ ଜିଆରପି କରୁଥିବା ବେଳେ […]

ଅଦ୍ୟତନ ହୋଇଛି
ଆଦିତ୍ୟ ମୃତ୍ୟୁ ମାମଲା: ଆସିଲା ଆତ୍ମହତ୍ୟା ଚିଠିର ଫରେନ୍ସିକ୍ ରିପୋର୍ଟ

aditya

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଜବତ ଡାଏରୀରେ ଥିବା ହାତଲେଖାକୁ ନେଇ ଲାଗି ରହିଥିବା ସସ୍ପେନ୍ସ ଆଜି ଦୂର ହୋଇଯାଇଛି। ହାତଲେଖାର ଫରେନସିକ୍ ରିପୋର୍ଟ ଆସିଯାଇଛି। ଡାଏରୀରେ ଥିବା ହାତଲେଖା ଆଦିତ୍ୟଙ୍କ ପୁରୁଣା ହାତଲେଖା ସହ ମେଳ ଖାଉଥିବା ରିପୋର୍ଟରୁ ଜଣାପଡ଼ିଛି।

Advertisment

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ରହସ୍ୟ ଓ ଗୁମର ଲାଗିରହିଛି। ଘଟଣାର ତଦନ୍ତ ଜିଆରପି କରୁଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ କୁହାଯାଉଥିବା ଜବତ ଡାଏରୀର ହାତଲେଖାର ଫରେନସିକ୍ ରିପୋର୍ଟକୁ ସମସ୍ତେ ଅପେକ୍ଷା କରିଥିଲେ। ରିପୋର୍ଟ ଆସିବା ପରେ ଆଦିତ୍ୟ ହିଁ ମୃତ୍ୟୁ ପୂର୍ବରୁ ଡାଏରୀରେ ନିଜ ଶେଷ କଥା ଲେଖିଥିଲେ ବୋଲି ସ୍ପଷ୍ଟ ହୋଇଯାଇଛି। ଏ ନେଇ ରେଲଓ୍ୱେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ଫରେନ୍ସିକ ରିପୋର୍ଟରେ ସ୍ପଷ୍ଟ ଲେଖାଯାଇଛି ଯେ ନିଜେ ଆଦିତ୍ୟ ଏହା ଲେଖିଛନ୍ତି। ଏହାପରେ ଜିଆରପି ଏହି ଦିଗରେ ତଦନ୍ତ ଆଗକୁ ନେବ।

Advertisment

ସୂଚନା ଥାଉ କି, ଗତ 7 ତାରିଖ ସକାଳେ ସାମାଜିକ କର୍ମୀ ତଥା ମୋଟିଭେସନାଲ ସ୍ପିକର ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ସ୍ଥାନୀୟ ଲିଙ୍ଗରାଜ ରେଳଲାଇନରୁ ଉଦ୍ଧାର କରାଯାଇଥିଲା। ଏହାପରେ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ବିଭିନ୍ନ ପ୍ରକାର ସସ୍ପେନ୍ସ ଲାଗିରହିଥିଲା। ଏହା ପରେ ଜବତ ଡାଏରୀରେ ଲେଖାଥିବା ଆଦିତ୍ୟଙ୍କ ଶେଷ କଥାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ପ୍ରକୃତରେ ସେ ହାତଲେଖା ଆଦିତ୍ୟଙ୍କର କି ନୁହେଁ ଏହା ଜାଣିବାକୁ ଡାଏରୀକୁ ଫରେନ୍ସିକ ଟେଷ୍ଟ ପାଇଁ ପଠାଗଲା। ତେବେ ଆଜି ଏହା ସ୍ପଷ୍ଟ ହୋଇଯାଇଛି ଯେ, ମୃତ୍ୟୁ ପୂର୍ବରୁ ଆଦିତ୍ୟ ହିଁ ନିଜ ଶେଷ କଥା ଲେଖିଛନ୍ତି।

ଆଦିତ୍ୟ ଏହି ଡାଏରୀରେ ନିଜ ବାପା, ମାଆଙ୍କ ପାଇଁ ବାର୍ତ୍ତା ଦେବା ସହ ସ୍ତ୍ରୀଙ୍କୁ ସ୍ନେହ ଜଣାଇଥିଲେ। ଏହାସହ ଆଶ୍ରମ ଜମି ବାବଦର ତଥ୍ୟ ଓ ଟଙ୍କା କାରବାର ନେଇ ସହଯୋଗୀ ପପୁ ଓ ବିକାଶଙ୍କ ଦାୟିତ୍ୱ ବିଷୟରେ ଉଲ୍ଲେଖ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ମଦ ବିରୋଧୀ କାର୍ଯ୍ୟ ତଥା ସରକାରଙ୍କ ସହ ପଙ୍ଗା ନେବାକୁ ହେଲେ ନିଜକୁ ମଜବୁତ୍ କରିବାକୁ ସେ ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଥିଲେ। ହେଲେ ଆତ୍ମବତ୍ୟାର କାରଣ ନେଇ ଚିଠିରେ କିଛି ବି ଲେଖି ନାହାନ୍ତି ଆଦିତ୍ୟ।

Aditya Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe