Advertisment

ଆଦିତ୍ୟ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ୍

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ରହସ୍ୟ ଲାଗି ରହିଥିବା ବେଳେ ଏନେଇ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଲଗାତର ଅସନ୍ତୋଷ ବ୍ୟକ୍ତ କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁର ସାତ ଦିନ ପରେ ଆଜି ଅଷ୍ଟମ ଦିନରେ ଜିଆରପି ପୋଲିସ ସିସିଟିଭି ଫୁଟେଜ୍ ଜାରି କରିଛି। ସିସିଟିଭି ଫୁଟେଜରେ ଲିଙ୍ଗରାଜ ଷ୍ଟେସନ ରୋଡ଼ରେ ଆଦିତ୍ୟ ଚାଲି ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ପୁଲିସ କହିଛି। ତେବେ ପୁଲିସ ଏହା […]

ଆଦିତ୍ୟ ମୃତ୍ୟୁ ମାମଲା: ମିଳିଲା ସିସିଟିଭି ଫୁଟେଜ୍

aditya

Advertisment

ଭୁବେନେଶ୍ୱର (ଓଡ଼ିଶା ରିପୋର୍ଟର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁକୁ ନେଇ ଗୋଟିଏ ରହସ୍ୟ ଲାଗି ରହିଥିବା ବେଳେ ଏନେଇ ଜିଆରପି ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ଲଗାତର ଅସନ୍ତୋଷ ବ୍ୟକ୍ତ କରାଯାଉଛି। ଆଦିତ୍ୟଙ୍କ ମୃତ୍ୟୁର ସାତ ଦିନ ପରେ ଆଜି ଅଷ୍ଟମ ଦିନରେ ଜିଆରପି ପୋଲିସ ସିସିଟିଭି ଫୁଟେଜ୍ ଜାରି କରିଛି।

Advertisment

ସିସିଟିଭି ଫୁଟେଜରେ ଲିଙ୍ଗରାଜ ଷ୍ଟେସନ ରୋଡ଼ରେ ଆଦିତ୍ୟ ଚାଲି ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ପୁଲିସ କହିଛି। ତେବେ ପୁଲିସ ଏହା ମଧ୍ୟ କହିଛି ଯେ, ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହୋଇ ଆଦିତ୍ୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ସମସ୍ତେ ହତବାକ ହୋଇ ରହିଥିବା ବେଳେ, ସୋଶାଲ ମିଡିଆରେ ପ୍ରଶଂସକମାନେ ଲଗାତର ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଉଛନ୍ତି। ଏହା ପରେ ପୁଲିସ ନିଜ ତଦନ୍ତ ପ୍ରକ୍ରିୟାରେ ଆଉ ପାଦେ ଆଗେଇ ଆଜି ସିସିଟିଭି ଫୁଟେଜ୍ ଜାରି କରିଛି।

Advertisment

ଏହାବ୍ୟତୀତ, ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ଆଦିତ୍ୟଙ୍କ ସହ ଲିଙ୍କ୍ ଥିବା 20ରୁ ଅଧିକ ଲୋକଙ୍କୁ ପୁଲିସ ଜେରା କରିସାରିଥିବା କହିଛି। ଏହାସହ ଆଦିତ୍ୟ ଓ ତାଙ୍କ ପତ୍ନୀ ବିଦ୍ୟାଶ୍ରୀ ଏବଂ ସହଯୋଗୀ ପପୁ ଓ ବିକାଶଙ୍କ ଫୋନ କଲ୍ ଯାଞ୍ଚ ଚାଲିଛି। ସେପଟେ ମିଳିଥିବା ଆତ୍ମହତ୍ୟା ଚିଠିକୁ ମଧ୍ୟ ଫୋରେନସିକ୍ ତଦନ୍ତ ପାଇଁ ପଠାଯାଇଛି। ଚିଠିରେ ଲେଖାଥିବା ଅକ୍ଷର ଆଦିତ୍ୟଙ୍କ ହସ୍ତାକ୍ଷର ସହ ମେଳ ଖାଉଛି କି ନାହିଁ ତାହା ଜଣାପଡ଼ିବା ପରେ ମାମଲାର ପ୍ରକୃତ ମୋଡ଼ କେଉଁଆଡ଼େ ଯିବ ତାହା ସ୍ପଷ୍ଟ ହୋଇଯିବ।

ଏଠାରେ ପ୍ରକାଶ ଥାଉ କି, ପୁଲିସ ସୂଚନା ଅନୁସାରେ ଆଦିତ୍ୟଙ୍କ ମୃତ୍ୟୁ ପୁରୁଷୋତ୍ତମ ଏକ୍ସପ୍ରେସରେ ଧକ୍କା ହେବା ଫଳରେ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ସମୟରେ ମୋଟ 3ଟି ଟ୍ରେନ୍ ଲିଙ୍ଗରାଜ ରେଳଧାରଣା ଦେଇ ଯାଇଛି। ଏଠାରେ କହିରଖୁଛୁ ଯେ, ନିୟମାନୁସାରେ କୌଣସି ବ୍ୟକ୍ତି କିମ୍ୱା ପଶୁ ଚଳନ୍ତା ଟ୍ରେନ ସମ୍ମୁଖରେ ଆସିଗଲେ, ହଠାତ୍ ଡ୍ରାଇଭର ବ୍ରେକ୍ ଲଗାଇପାରିବେ ନାହିଁ। ଏଣୁ ସେ ଆଗାମୀ ଷ୍ଟେସନରେ ଏଭଳି କିଛି ଦୂର୍ଘଟଣା ଘଟିଥିବା ନେଇ ରିପୋର୍ଟ କରିଥାନ୍ତି।

ଏଣୁ ଆଶା କରାଯାଉଛି, ପୁରୁଷୋତ୍ତମ ଏକ୍ସପ୍ରେସର ଡ୍ରାଇଭର ଦୂର୍ଘଟଣା ବାବଦରେ ମଧ୍ୟ ରିପୋର୍ଟ କରିଥିବେ ନିଶ୍ଚୟ। କିମ୍ୱା ଯଦି ଅନ୍ୟକୌଣସି ମାଲବାହୀ ଟ୍ରେନରେ ଧକ୍କା ହୋଇ ଆଦିତ୍ୟଙ୍କ ମତ୍ୟୁ ଘଟିଛି, ସେହି ପରିସ୍ଥିତିରେ ମଧ୍ୟ ଡ୍ରାଇଭର ଏନେଇ ରିପୋର୍ଟ କରିଥିବେ। ଏଣୁ ଏ ଦିଗରେ ପୁଲିସ ସଠିକ୍ ତଦନ୍ତ କରି ସଠିକ୍ ତଥ୍ୟ ଜନସାଧାରଣଙ୍କ ଆଗରେ ରଖିବା ଆବଶ୍ୟକ ରହିଛି।

Aditya Dash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe