Advertisment

Politics: ସୋଫିଆ-ସୁବାସ କଳି

ଜଣ୍ଡିସ ପାଇଁ ସିଧା ମେୟରଙ୍କୁ ଦାୟୀ କରି ବର୍ଷିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଥିଲେ, ନିଜ ଦାୟିତ୍ୱ ତୁଲାଉନାହାନ୍ତି ମେୟର। ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଗୋଟିଏ ଏଜେନସୀକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର।

Subas and Sofia
Advertisment

ଜଣ୍ଡିସ ପରେ ଅପାରଗ-ଅଯୋଗ୍ୟ ବାକଯୁଦ୍ଧକୁ ନେଇ କଟକରେ ବଢିଛି ରାଜନୈତିକ ଉଷ୍ମତା। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବାରବାଟୀ କଟକ ବିଧାୟିକା ଓ ସିଏମ୍‌ସି ମେୟର । ଜଣ୍ଡିସ ପାଇଁ ସିଧା ମେୟରଙ୍କୁ ଦାୟୀ କରି ବର୍ଷିଲେ ବିଧାୟିକା ସୋଫିଆ ଫିର୍ଦ୍ଦୋସ। ସେ କହିଥିଲେ, ନିଜ ଦାୟିତ୍ୱ ତୁଲାଉନାହାନ୍ତି ମେୟର। ଦୁର୍ନୀତିରେ ଲିପ୍ତ ରହୁଛନ୍ତି। ନିଜ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଗୋଟିଏ ଏଜେନସୀକୁ ବାରମ୍ବାର ଦେଉଛନ୍ତି ଟେଣ୍ଡର। ନାଳନର୍ଦ୍ଦମା ସଫା ହେଉନି, ପାନୀୟ ଜଳରେ ମିଶୁଛି ଡ୍ରେନ ପାଣି। ସିଏମସି ଓ ଅପାରଗ ମେୟରଙ୍କ ପାଇଁ କଟକ ବାସୀ ଦଶା ଭୋଗୁଛନ୍ତି କହି ସୁବାସଙ୍କ ବିରୋଧରେ ବିଷୋଦଗାର କରିଥିଲେ ସୋଫିଆ।

Advertisment

ସୋଫିଆଙ୍କ ଅଭିଯୋଗକୁ ହଜମ କରି ପାରି ନାହାନ୍ତି ସୁବାସ ସିଂ। ଅପାରଗ ମନ୍ତବ୍ୟର ଜବାବ ଅଯୋଗ୍ୟରେ ଦେଇଛନ୍ତି କଟକ ମେୟର। ସୁବାସ କହିଛନ୍ତି, ସୋଫିଆ ଜଣେ ଅଯୋଗ୍ୟ ବିଧାୟିକା। ଦୁର୍ନୀତିରେ ସେ ଓ ତାଙ୍କ ବାପା ବୁଡ଼ି ରହିଛନ୍ତି। ବାପାଙ୍କ ଭଳି ସେ ଆକ୍ସିଡେଣ୍ଟାଲ୍ ବିଧାୟିକା।

ଏଥିସହ ସୁବାସ ପ୍ରଶ୍ନ କରିଛନ୍ତି, ଜଣ୍ଡିସ ବେଳେ ମ୍ୟାଡମ କେଉଁଠି ଥିଲେ ? ହଠାତ୍ ଗଣମାଧ୍ୟମ ସାମ୍ନାକୁ ଆସି କହୁଛନ୍ତି ଜଣ୍ଡିସ ବ୍ୟାପିବା ପାଇଁ ମେୟର ଓ ସିଏମସି ଦାୟୀ । ଆମେ ପ୍ରଭାବିତ ଅଞ୍ଚଳ ବୁଲି ପଦକ୍ଷେପ ନେଇଛୁ। ସେ ବିଧାୟିକା ଭାବରେ କ’ଣ ଦାୟିତ୍ୱ ତୁଲାଇଛନ୍ତି ? ବିଧାୟିକା ପାଇଁ ସୋଫିଆ ଅଯୋଗ୍ୟ ବୋଲି ରୋକ୍ ଠୋକ୍ ଜବାବ ଦେଇଛନ୍ତି ସୁବାସ ସିଂ।

Advertisment

ପୂର୍ବରୁ କଟକ ସହରର ବିଭିନ୍ନ ସମସ୍ୟାକୁ ନେଇ ଦେଖିବାକୁ ମିଳିଥାଏ ସୋଫିଆ-ସୁବାସ ତୁତୁ ମେଁମେଁ। ଏବେ ଜଣ୍ଡିସକୁ ନେଇ ପଲିଟିକ୍ସ ଓ ପୁଣି ଥରେ ତୀବ୍ର ହୋଇଛି ବିଧାୟିକା-ମେୟର ଆରୋପ ପ୍ରତ୍ୟାରୋପ।

ଭୁବନେଶ୍ୱରରୁ ସୌମ୍ୟରଞ୍ଜନ ସାହୁ ଓ କଟକରୁ ଦେବାଶିଷ ମହାନ୍ତିଙ୍କ ରିପୋର୍ଟ

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe