Advertisment

ଖାକି ପୋଷାକ ତଳେ ବି ରହିଛି ଦରଦୀ ହୃଦୟ; ନିଜ ଖାଦ୍ୟକୁ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ଅଧିକାରୀ

ମାଲକାନଗିରି(ସନ୍ତୋଷ ନାଗ): ପୁଲିସ ନାଁ ଶୁଣିଲେ ସାଧାରଣ ଲୋକଙ୍କ ମନରେ ଟିକେ ଛନକା ପଶିଯାଏ।  କିନ୍ତୁ ଖାକି ପୋଷାକ ପଛରେ ବି ଏକ ଦରଦୀ ହୃଦୟ ଥାଏ ତାହା କମ୍‌ ଲୋକଙ୍କୁ ଜଣା । ଏପରି ଜଣେ ମହିଳା ପୁଲିସ ଅଫିସରଙ୍କ ମାନବିକତା ହେତୁ ଏବେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।  ସେ ହେଉଛନ୍ତି ଏସ୍‌ଆଇ  ଶୁଭଶ୍ରୀ ନାୟକ। ଲକ୍‌ଡାଉନ୍ ସମୟରେ ଧୁ ଧୁ ଖରାରେ ଏବେ ଏହି ମହିଳା ଅଫିସର ଜଣକ ମାଲକାନଗିରି ଜିଲ୍ଲାର […]

ଅଦ୍ୟତନ ହୋଇଛି
ଖାକି ପୋଷାକ ତଳେ ବି ରହିଛି ଦରଦୀ ହୃଦୟ; ନିଜ ଖାଦ୍ୟକୁ ଅସହାୟ ବୃଦ୍ଧାଙ୍କୁ ଖୁଆଇଲେ ମହିଳା ଅଧିକାରୀ  

malkangiri

Advertisment

ମାଲକାନଗିରି(ସନ୍ତୋଷ ନାଗ): ପୁଲିସ ନାଁ ଶୁଣିଲେ ସାଧାରଣ ଲୋକଙ୍କ ମନରେ ଟିକେ ଛନକା ପଶିଯାଏ।  କିନ୍ତୁ ଖାକି ପୋଷାକ ପଛରେ ବି ଏକ ଦରଦୀ ହୃଦୟ ଥାଏ ତାହା କମ୍‌ ଲୋକଙ୍କୁ ଜଣା । ଏପରି ଜଣେ ମହିଳା ପୁଲିସ ଅଫିସରଙ୍କ ମାନବିକତା ହେତୁ ଏବେ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟୁଛି।  ସେ ହେଉଛନ୍ତି ଏସ୍‌ଆଇ  ଶୁଭଶ୍ରୀ ନାୟକ।

Advertisment

ଲକ୍‌ଡାଉନ୍ ସମୟରେ ଧୁ ଧୁ ଖରାରେ ଏବେ ଏହି ମହିଳା ଅଫିସର ଜଣକ ମାଲକାନଗିରି ଜିଲ୍ଲାର ପଦ୍ମଗିରି ଛକ ନିକଟରେ ଡ୍ୟୁଟି କରୁଛନ୍ତି। ଛତିଶଗଡ଼ ଅଞ୍ଚଳରୁ କାଳେ ମାଲକାନଗିରିକୁ ଲୋକେ ପଶି ଆସିବେ ତେଣୁ ଏଠାରେ ଏସ୍‌ଆଇ  ଶୁଭଶ୍ରୀ ନାୟକଙ୍କ ସହ କିଛି  ପୁଲିସ୍ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ଗତକାଲି ଦ୍ୱିପହରରେ ଶୁଭଶ୍ରୀ ଖାଇବାକୁ ଯାଉଥିବା  ସମୟରେ ଜଣେ ଅସହାୟ ବୃଦ୍ଧା  ଚାଲି ଚାଲି ଯାଉଥିବା ଦେଖିବାକୁ ପାଇଲେ । ଏହା ଦେଖି ସେ ବୃଦ୍ଧାଙ୍କୁ  ଖାଦ୍ୟ ଖାଇଥିବା କଥା ପଚାରି ବୁଝିଥିଲେ। ହେଲେ ବୃଦ୍ଧା ଜଣକ କିଛି ଖାଇ ନଥିବା କହିଥିଲେ। ଏହାଦେଖି ଶୁଭଶ୍ରୀଙ୍କ ମନ ବିଚଳିତ ହୋଇଯିବାରୁ  ତୁରନ୍ତ  ସେ  ନିଜ ଖାଦ୍ୟରୁ ତାଙ୍କୁ  ଦେଇଥିଲେ। ତେବେ ବୃଦ୍ଧା ଜଣକ ନିଜେ ଖାଇ ନପାରିବାରୁ ସେ ନିଜ ହାତରେ ବୃଦ୍ଧାଙ୍କୁ ଖାଦ୍ୟ ଖୁଆଇ ଦେଇଥିଲେ।  ଏହି ଖବର ପ୍ରଚାର ହେବା ପରେ ଏସ୍‌ଆଇ ଶୁଭଶ୍ରୀଙ୍କୁ  ବିଭିନ୍ନ  ମହଲରୁ  ଅଭିନନ୍ଦନ ଜଣାଇବା ସହ ପ୍ରଶଂସା କରାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe