Advertisment

କୋଟିଆରେ ମୃତ୍ତିକା ସର୍ବେକ୍ଷଣ, ଆନ୍ଧ୍ର ଉପରେ ସନ୍ଦେହ

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ଅଞ୍ଚଳରେ ମୃତ୍ତିକା ସର୍ବେକ୍ଷଣ କାମକୁ ନେଇ ପୁଣି ଆନ୍ଧ୍ର ଉପରେ ସନ୍ଦେହ ଘନୀଭୂତ ହୋଇଛି।  କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଜଳପ୍ରପାତ ଗଲିଗବ୍ଦରଠାରେ ମୃତ୍ତିକା ଓ ପଥର ସର୍ଭେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଯନ୍ତ୍ରପାତି ନେଇ ଆସିଥିବା ଗାଡ଼ିଟିରେ କେନ୍ଦ୍ର ଖଣି ବିଭାଗ ଅଧୀନସ୍ଥ ଏନ୍ଆଇଆରଏମର ଫଳକ ଲାଗିଥିଲା। ଗାଡ଼ି ନମ୍ବର ପ୍ଲେଟ୍‌ରୁ ଏହା କର୍ଣ୍ଣାଟକରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡିଛି। ତେବେ ସର୍ଭେ ପାଇଁ ଆନ୍ଧ୍ରପ୍ରଦେଶ ନମ୍ବର […]

author-image
Niranjan Mishra
ଅଦ୍ୟତନ ହୋଇଛି
କୋଟିଆରେ ମୃତ୍ତିକା ସର୍ବେକ୍ଷଣ, ଆନ୍ଧ୍ର ଉପରେ ସନ୍ଦେହ

kotiaa

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ପଟ୍ଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତ ଅଞ୍ଚଳରେ ମୃତ୍ତିକା ସର୍ବେକ୍ଷଣ କାମକୁ ନେଇ ପୁଣି ଆନ୍ଧ୍ର ଉପରେ ସନ୍ଦେହ ଘନୀଭୂତ ହୋଇଛି।  କୋଟିଆ ପଞ୍ଚାୟତ ନିକଟବର୍ତ୍ତୀ ଜଳପ୍ରପାତ ଗଲିଗବ୍ଦରଠାରେ ମୃତ୍ତିକା ଓ ପଥର ସର୍ଭେ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି। ଯନ୍ତ୍ରପାତି ନେଇ ଆସିଥିବା ଗାଡ଼ିଟିରେ କେନ୍ଦ୍ର ଖଣି ବିଭାଗ ଅଧୀନସ୍ଥ ଏନ୍ଆଇଆରଏମର ଫଳକ ଲାଗିଥିଲା। ଗାଡ଼ି ନମ୍ବର ପ୍ଲେଟ୍‌ରୁ ଏହା କର୍ଣ୍ଣାଟକରେ ରେଜିଷ୍ଟ୍ରେସନ୍ ହୋଇଥିବା ଜଣାପଡିଛି।

Advertisment

ତେବେ ସର୍ଭେ ପାଇଁ ଆନ୍ଧ୍ରପ୍ରଦେଶ ନମ୍ବର ଥିବା ଏକ ଗାଡ଼ିରେ ଅଧିକାରୀମାନେ ଆସିଥିବାରୁ ଏହା ଆନ୍ଧ୍ର ସରକାରଙ୍କ ହସ୍ତକ୍ଷେପ ବୋଲି ଆଶଙ୍କା ପ୍ରକାଶ ପାଇଛି। କୋରାପୁଟ ଜିଲ୍ଲା ପରିଷଦ ସଦସ୍ୟ ଟିକାଈ ଗେମେଲ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି। ସେହି ଅଧିକାରୀଙ୍କୁ ଟିକାଈ କରିଥିବା ପ୍ରଶ୍ନର ସନ୍ତୋଷଜନକ ଉତ୍ତର ନମିଳିବାରୁ ସନ୍ଦେହ ଘନୀଭୂତ ହୋଇଥିଲା। କୋଟିଆ ଅଞ୍ଚଳ ସମେତ ଗଲିଗବ୍ଦର୍, ନୂଆଗାଁ ଆଦି ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ଆନ୍ଧ୍ର ସରକାର ବିଭିନ୍ନ ସମୟରେ ଆକର୍ଷଣୀୟ ପ୍ରଲୋଭନ ଦେଖାଇ ଆସୁଛନ୍ତି।

କୋଟିଆ ଅଞ୍ଚଳ ଖଣିଜ ସମ୍ପଦରେ ଭରପୂର ଥିବାରୁ ଆନ୍ଧ୍ର ଏହି ଅଞ୍ଚଳକୁ ଅକ୍ତିଆର କରିବାକୁ ପ୍ରଚେଷ୍ଟା କରୁଥିବା ଅନେକ ସମୟରେ ଅଭିଯୋଗ ଆସୁଛି। ତେବେ ଏହି ସର୍ଭେ କାର୍ଯ୍ୟ ଓଡ଼ିଶା ସରକାରଙ୍କ ଜ୍ଞାତସାରରେ ହେଉଛି ନା ଲୁଚା ଚୋରାରେ ହେଉଛି, ଏନେଇ ପ୍ରଶ୍ନ ଉଙ୍କି ମାରିଛି। ଏନେଇ ଜିଲ୍ଲାପ୍ରଶାସନର ଚୁପ୍ ବସିବା ସ୍ଥାନୀୟ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ପାଇଛି।

Advertisment