Advertisment

ଆଜି ସୂର୍ଯ୍ୟପରାଗ, କେତେ ସମୟ ରହିବ ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତ ପାଇଁ ଏହା ଆଂଶିକ ସୂର୍ଯ୍ୟପରାଗ ହେବ। କେବଳ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ।  ଜମ୍ମୁ ଓ କାଶ୍ମୀରରେ ଖୁବ୍‌ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ। କିନ୍ତୁ ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଦୌ ଦୃଶ୍ୟମାନ ହେବ ନାହିଁ। ସୂର୍ଯ୍ୟପରାଗର ସମୟ ଦିନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ବେଳକୁ […]

author-image
Jitendra Garnayak
ଅଦ୍ୟତନ ହୋଇଛି
ଆଜି ସୂର୍ଯ୍ୟପରାଗ, କେତେ ସମୟ ରହିବ ଜାଣନ୍ତୁ

Solar Eclipse

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଦୃଶ୍ୟମାନ ହେବ ଏ ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଭାରତ ପାଇଁ ଏହା ଆଂଶିକ ସୂର୍ଯ୍ୟପରାଗ ହେବ। କେବଳ ଲଦାଖ ଓ ଅରୁଣାଚଳ ପ୍ରଦେଶରେ ଏହା ଦୃଶ୍ୟମାନ ହେବ।  ଜମ୍ମୁ ଓ କାଶ୍ମୀରରେ ଖୁବ୍‌ କମ୍ ଅଂଚଳରେ ୧୦ ପ୍ରତିଶତରୁ କମ୍ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ। କିନ୍ତୁ ଓଡ଼ିଶାରେ ଏହି ସୂର୍ଯ୍ୟପରାଗ ଆଦୌ ଦୃଶ୍ୟମାନ ହେବ ନାହିଁ

Advertisment

ସୂର୍ଯ୍ୟପରାଗର ସମୟ ଦିନ ୧ଟା ୪୨ରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୪୧ ବେଳକୁ ଶେଷ ହେବ। ଅପରାହ୍ଣ ୪ଟା ୧୧ରେ ଏହା ପୂର୍ଣ୍ଣ ଭାବେ ସଂଘଠିତ ହେବ।

ଉତ୍ତରକାନାଡ଼ା, ଗ୍ରୀନଲାଣ୍ଡ ଓ ଋଷିଆର କିଛି ଅଂଚଳରେ ଏହା ଦେଖାଯିବ। ଆମେରିକା, ୟୁରୋପ ଓ ଏସିଆ ମହାଦେଶର ଅନେକ ଅଂଚଳରେ ଆଂଶିକ ସୂର୍ଯ୍ୟପରାଗ ଦେଖାଯିବ।

Advertisment

ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଭାରତରେ ପରବର୍ତ୍ତୀ ସୂର୍ଯ୍ୟପରାଗ ଆସନ୍ତାବର୍ଷ ଅକ୍ଟୋବର ୨୫ ତାରିଖରେ ଦେଖାଯିବ।

Solar Eclipse