Advertisment

ମଠ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର। ମଠ ସଂସ୍କୃତିକୁ ଆଗକୁ ନେବା ପାଇଁ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରହିଛି- ରଥଦାଣ୍ଡକୁ ଐତିହ୍ୟ କରିଡର, […]

ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଜମି ଅଧିଗ୍ରହଣ ପାଇଁ ୪୦ କୋଟି ମଞ୍ଜୁର

puri-2..1

Advertisment

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀରେ ନିର୍ମାଣ ଓ ପୁନରୁଦ୍ଧାର ପାଇଁ ଗଠନ ହେବ ଉପ-ସମିତି। ଆଜି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ କ୍ରିଷ୍ଣନ କୁମାର। ମଠ ସଂସ୍କୃତିକୁ ଆଗକୁ ନେବା ପାଇଁ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

Advertisment

ଏଥିସହିତ ୫ଟି ପ୍ରକଳ୍ପକୁ ଅନୁମୋଦନ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଛି। ଏଥିମଧ୍ୟରେ ରହିଛି- ରଥଦାଣ୍ଡକୁ ଐତିହ୍ୟ କରିଡର, ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଉନ୍ନତିକରଣ, ଜଗନ୍ନାଥ ବଲ୍ଲଭରେ ପ୍ରମୋଦ ଉଦ୍ୟାନ, ଗୁଣ୍ଡିଚା ମନ୍ଦିରର ଉନ୍ନତୀକରଣ। କଳିଙ୍ଗ ସ୍ଥାପତ୍ୟ ଆଧାରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ମହାପ୍ରଭୁଙ୍କ ଜମି ବିକ୍ରି ପାଇଁ ୟୁନିଫର୍ମ ପଲିସି ଆଧାରରେ ଇ-ଅକ୍ସନ କରାଯିବ।

ସେପଟେ ଆଜି ପୁରୀ ଗସ୍ତରେ ଆସୁଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସକ୍ୟୁରୀ ରଞ୍ଜିତ କୁମାର ଓ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା। ଶ୍ରୀମନ୍ଦିର ଚୌହଦୀ ଭଙ୍ଗା କାର୍ଯ୍ୟ ଜାରି ରହିଥିବା ବେଳେ ଏହାକୁ ନେଇ ବଢୁଥିବା ବିରୋଧ ସହ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବେ ଆମିକସ କ୍ୟୁରୀ। ଏହି ସମୟରେ ସେ ପୁରୀ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଭଙ୍ଗା ହୋଇଥିବା ଓ ଭଙ୍ଗା ହେବାକୁ ଥିବା ବିଭିନ୍ନ ମଠର ମହନ୍ତ ଏବଂ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିପାରନ୍ତି। ଏଠାରୁ ଅନୁଧ୍ୟାନ ସାରି ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବେ ଆମିକସ କ୍ୟୁରୀ।

Advertisment

ଆମିକସ କ୍ୟୁରୀଙ୍କ ଗସ୍ତ ପୂର୍ବରୁ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଛି। ଯେଉଁଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe