Advertisment

ସଲମାନଙ୍କୁ ଯାଞ୍ଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍‌କୁ  ଜବତ କରାଯାଇଛି। ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍‌ର ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା କୁହାଯାଇଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି […]

author-image
Niharika Rout
ଅଦ୍ୟତନ ହୋଇଛି
ସଲମାନଙ୍କୁ ଯାଞ୍ଚ କରିଥିବା ସୋମନାଥଙ୍କ ମୋବାଇଲ ଜବତ

Salman khan

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାୟାନଗରୀ ମୁମ୍ବାଇ  ବିମାନବନ୍ଦରରେ ସଲମାନ ଖାନଙ୍କୁ ଅଟକାଇ ରାତାରାତି ଚର୍ଚ୍ଚାକୁ ଚାଲି ଆସିଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଅଡ଼ୁଆରେ ପଡ଼ି ଯାଇଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲ୍‌କୁ  ଜବତ କରାଯାଇଛି।

Advertisment

ଘଟଣା ସଂପର୍କରେ ଗଣମାଧ୍ୟମକୁ ଜଣାଇବା ସିଆଇଏସ୍ଏଫ୍‌ର ପ୍ରୋଟକଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜବତ କରି ନିଆଯାଇଥିବା କୁହାଯାଇଛି। ସେ ଯେପରି ଗଣମାଧ୍ୟମ ସହ ଆଉ କୌଣସି ପ୍ରକାର କଥା ହୋଇ ନ ପାରିବେ, ସେଥିଲାଗି ତାଙ୍କ ମୋବାଇଲ୍‌କୁ ଜବତ କରାଯାଇଛି ବୋଲି ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ‘ଟାଇଗର-ଥ୍ରୀ’ ଫିଲ୍ମର ଶୁଟିଂ ପାଇଁ ସଲମାନ ନିଜ ଟିମ୍‌ ସହ ଋଷ ଯାଉଥିବାବେଳେ ସୋମନାଥ ତାଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇଥିଲେ। କେବଳ ସେତିକି ନୁହେଁ, ସଲମାନଙ୍କୁ ଯାଞ୍ଚରେ ସହଯୋଗ କରିବାକୁ କହିଥିଲେ ସୋମନାଥ । ସଲମାନ ଖାନ ମଧ୍ୟ ମୁହଁରୁ ମାସ୍କ ଖୋଲି ଯାଞ୍ଚରେ ସହଯୋଗ କରିଥିଲେ। ଯାଞ୍ଚ ସରିବା ପରେ ବିମାନ ବନ୍ଦର ଭିତରକୁ ପ୍ରବେଶ କରିଥିଲେ ସଲମାନ ଖାନ୍‌ ଓ ତାଙ୍କ ପୂରା ଟିମ୍‌।

Advertisment

ସିଆଇଏସ୍‌ଏଫ୍‌ ଯବାନ ସୋମନାଥ ମହାନ୍ତିଙ୍କ ଏପରି  କାର୍ଯ୍ୟଶୈଳୀକୁ  ଖୁବ୍‌ ପ୍ରଶଂସା କରାଯାଇଥିବା ବେଳେ, ଏହାର ଭିଡିଓ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍‌ ହୋଇଥିଲା। ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୩ ପାସ୍‌ କରିବା ପରେ ୨୦୧୮ ମସିହାରେ CISFରେ ଯୋଗଦେଇଥିଲେ ସୋମନାଥ।

Bollywood Salman Khan