Advertisment

ଓଡ଼ିଶା ପାଇଁ ମୋଦି ପଠାଉଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି: ଧର୍ମେନ୍ଦ୍ର

ମାହାଙ୍ଗା(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ମୋଦି ସରକାରଙ୍କ ୮ ବର୍ଷର ସୁଶାସନ ଏବଂ ଅନ୍ୟପଟେ ୨୨ ବର୍ଷର ଅହଙ୍କାରୀ ଶାସନ। ଓଡ଼ିଶାର ଭିତିଭୂମି ଓ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି। ମୋଦି ସରକାରଙ୍କ ପଇସାକୁ ରାଜ୍ୟ ଶାସନରେ ବସିଥିବା କିଛି ଲୋକ ଲୁଟ କରି ଚାଲିଛନ୍ତି ବୋଲି କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୋଦି ସରକାରଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ କଟକ ମାହାଙ୍ଗା ପୋଡାମରାଇ […]

ଓଡ଼ିଶା ପାଇଁ ମୋଦି ପଠାଉଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି: ଧର୍ମେନ୍ଦ୍ର

Dharmendra

Advertisment

ମାହାଙ୍ଗା(ଓଡ଼ିଶା ରିପୋର୍ଟର): ଗୋଟିଏ ପଟେ ମୋଦି ସରକାରଙ୍କ ୮ ବର୍ଷର ସୁଶାସନ ଏବଂ ଅନ୍ୟପଟେ ୨୨ ବର୍ଷର ଅହଙ୍କାରୀ ଶାସନ। ଓଡ଼ିଶାର ଭିତିଭୂମି ଓ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି। ମୋଦି ସରକାରଙ୍କ ପଇସାକୁ ରାଜ୍ୟ ଶାସନରେ ବସିଥିବା କିଛି ଲୋକ ଲୁଟ କରି ଚାଲିଛନ୍ତି ବୋଲି କାର୍ଯ୍ୟକର୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment

ମୋଦି ସରକାରଙ୍କ ସୁଶାସନର ୮ ବର୍ଷ ପୂର୍ତି ଉପଲକ୍ଷେ କଟକ ମାହାଙ୍ଗା ପୋଡାମରାଇ ଠାରେ ଆୟୋଜିତ 'ବିଶାଳ ଗରିବ କଲ୍ୟାଣ ସଭା'କୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି। ସେ ଆହୁରି କହିଥିଲେ, ଗରିବଙ୍କୁ ଶତପ୍ରତିଶତ ସୁବିଧା ହେଲେ ହିଁ ସମାଜର କଲ୍ୟାଣ ହେବ ।  ଆଜି ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଅଦ୍ୱିତୀୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି ଯେଉଁ ପର୍ଯ୍ୟନ୍ତ ଭାରତବର୍ଷର ସବୁ ଗରିବ ଲୋକଙ୍କ ଜୀବନରେ ମୂଳଭୂତ ପରିବର୍ତ୍ତନ ଅଣାନଯାଇଛି, ସେ ପର୍ଯ୍ୟନ୍ତ ଆମେ ବିଶ୍ରାମ କରିବା ନାହିଁ। ଜନତାଙ୍କ ଆଦେଶରେ ମୋଦି ଦେଶର ସେବା କରୁଛନ୍ତି ଏବଂ କାମରେ ଲାଗିବା ପାଇଁ ଆମକୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅହ୍ୱାନ କ୍ରମେ ଓଡ଼ିଶାରେ ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ବ୍ୟାଙ୍କ ଖାତା, ରନ୍ଧନ ଗ୍ୟାସ, ୱାନ ନେସନ-ଓାନ୍ ରାସନ କାର୍ଡ ସହ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଲାନ୍ତ ପରିଶ୍ରମ କରିବାର ସଙ୍କଳ୍ପ ନେବା ଦରକାର।

ଅତୀତରେ ଓଡ଼ିଶାର ବିକାଶ ପାଇଁ ମୋଦିଙ୍କ ଭଳି କେହି ଦାୟିତ୍ୱ ନେଇନାହାନ୍ତି। ମୋଦି ସରକାରରେ ପୂର୍ବାପେକ୍ଷା ପକ୍କା ଘର ପାଇଁ ଅନୁଦାନ ବୃଦ୍ଧି ପାଇଛି । ୮ ବର୍ଷରେ ରାଜ୍ୟ ଓ ଦେଶର ଲୋକସେବାର ଜନସହଭାଗିତାର ଆନ୍ଦୋଳନ ନରେନ୍ଦ୍ର ମୋଦିଙ୍କ ନାଁରେ ପୂରଣ ହୋଇଛି । ‘ସବ୍‌କା ସାଥ,ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରୁଛି ।

Advertisment

ମନ୍ କି ବାତ୍ ଓ ପଦ୍ମ ପୁରସ୍କାର ଦ୍ୱାରା ଓଡ଼ିଶାର ସମ୍ମାନ ଜାତୀୟ ସ୍ତରରେ ବଢ଼ିଛି । ମୋଦି ସରକାରରେ ଗରିବ କଲ୍ୟାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ଓଡ଼ିଶାର ମାନ ମର୍ଯ୍ୟାଦା,ମହିଳାଙ୍କ ପାଇଁ ଯୁବକ, ଜନଜାତି, ଦଳିତଙ୍କ ସମ୍ମାନ ପାଇଁ ନିରନ୍ତର ମୋଦି ସରକାର କାମ କରିଛନ୍ତି । ସେହିପରି ଜାତୀୟ ରାଜପଥ, ରେଳ, ବନ୍ଦର, ଶିଳ୍ପାୟନ, କରୋନା ଟିକା, ବ୍ୟାଙ୍କ୍ ଖାତାରେ ସିଧାସଳଖ ଟଙ୍କା, କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକ ନିଆଯାଇଛି ।

ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଥିବା ବେଳେ ଏହି ଯୋଜନା ଲାଗୁ ହୋଇନାହିଁ । ମାହାଙ୍ଗା ଭଳି ବିଭିନ୍ନ ଅଂଚଳରେ ଯୁବକଙ୍କ ରୋଜଗାର ମିଳୁନାହିଁ । ଓଡ଼ିଶା ସରକାର ନିଜ ଦଳୀୟ ଲୋକଙ୍କୁ କାମ ଦେବା ପାଇଁ ପିଡବ୍ଲ୍ୟୁଡି କୋଡକୁ ବଦଳାଇଛନ୍ତି । ଯେଉଁ ସରକାର ଓଡ଼ିଆ ଲୋକଙ୍କୁ ରୋଜଗାର ଦେଇପାରେନାହିଁ , ଓଡ଼ିଆ ଲୋକଙ୍କ ପଇସାରେ ମୌଜ କରେ ସେ ସରକାରକୁ ବଦଳାଇବାର ସମୟ ଆସିଛି ।

ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କ ମୋଦିଙ୍କ ପ୍ରତି ଇର୍ଷା ପରାୟଣତା ବଢ଼ୁଥିବା ବେଳେ ବିପରୀତରେ ଓଡ଼ିଶାବାସୀଙ୍କର ମୋଦିଙ୍କ ପ୍ରତି ସମର୍ଥନ ବୃଦ୍ଧି ପାଉଛି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଗରିବ କଲ୍ୟାଣ ପାଇଁ ଲୋକଙ୍କ ପାଖକୁ ଯିବା ଓ ମୋଦିଙ୍କ ଟଙ୍କାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଁଚାଇବା ପାଇଁ ସେତୁ ଭାବେ କାମ କରିବା । ଆମ ଦାୟିତ୍ୱ, ସମସ୍ତେ ସାମୂହିକ ଉଦ୍ୟମରେ ପ୍ରଧାନମନ୍ତ୍ରୀ ଦେଖିଥିବା ଓଡ଼ିଶାର ୧ କୋଟି ପରିବାରଙ୍କ ଘରେ ସମ୍ପନ୍ନତା, ସ୍ୱାଭିମାନକୁ ପହଁଚାଇବାର ଦାୟିତ୍ୱକୁ ପୂରଣ କରିବା ।

ମାହାଙ୍ଗା ଭଳି ସାରସ୍ୱତ ଭୂମିରେ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାରୁ ଆମ ଦଳର ନେତା କୁଳମଣି ବରାଳ,ଦିବ୍ୟସିଂହ ବରାଳଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଗଲା, ଏହା ଆମେ ଭୁଲିବା ଅନୁଚିତ୍ । ଗରିବ ମାନଙ୍କ ପ୍ରତି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରିଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାହାଙ୍ଗା ଠାରେ ‘ସେବା ପ୍ରକୋଷ୍ଠ’ ଉଦଘାଟନ କରିବା ସହ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe