ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଢେଙ୍କାନାଳ, କଟକ, ଅନୁଗୋଳ, ନୟାଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଆଜି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସବୁ ସ୍ଥାନରେ କୁଆପଥର ମାଡ଼ ବି ହୋଇପାରେ। କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।
ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘନି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ବେଳକୁ ବର୍ଷାର ପ୍ରଭାବ କମିଯିବ ଓ ୧୬ତାରିଖରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ସବୁଠୁ ଅଧିକ ଚିନ୍ତାରେ ପଡ଼ି ଯାଇଛନ୍ତି। କେଉଁଠି ପନିପରିବା ନଷ୍ଟ ହୋଇଗଲାଣି ତ କେଉଁଠି ମଣ୍ଡିରେ ଧାନ ଓଦା ହୋଇ ଗଜା ହେବାକୁ ବସିଲାଣି।
#ପ୍ରେସ #ବିଜ୍ଞପ୍ତି: ୧୪ ଜାନୁୟାରୀ ୨୦୨୨ ଯାଏଁ ଓଡିଶାର ଜିଲ୍ଲା ଗୁଡିକ ଉପରେ ବୃଷ୍ଟିପାତରେ ବୃଦ୍ଧି ସମ୍ଭାବନା | pic.twitter.com/B0qdIn4Dj1
— Meteorological Centre, Bhubaneswar (@mcbbsr) January 12, 2022
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।