Advertisment

ଆଜି ବି ବର୍ଷିବ, କୁଆପଥର ମାଡ଼ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ।  ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,  ଢେଙ୍କାନାଳ, କଟକ, ଅନୁଗୋଳ, ନୟାଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଆଜି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସବୁ ସ୍ଥାନରେ କୁଆପଥର ମାଡ଼ ବି […]

ଅଦ୍ୟତନ ହୋଇଛି
୧୦ଟି ଜିଲ୍ଲାରେ ପ୍ରବଳ ବର୍ଷିବ, ସତର୍କ ସୂଚନା ଜାରି

rain

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ରାଜ୍ୟରେ ଅଦିନିଆ ବର୍ଷା ଲାଗି ରହିଛି। ଆଜି ମଧ୍ୟ କିଛି ଜିଲ୍ଲାରେ ବର୍ଷା ହେବ।  ଭୁବନେଶ୍ୱର ଆଞ୍ଚଳିକ  ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

Advertisment

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ,  ଢେଙ୍କାନାଳ, କଟକ, ଅନୁଗୋଳ, ନୟାଗଡ଼, ସୋନପୁର, ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଏବଂ ନବରଙ୍ଗପୁର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ଆଜି ଘଡଘଡ଼ି ସହ ବର୍ଷା ହୋଇପାରେ। ଏହି ସବୁ ସ୍ଥାନରେ କୁଆପଥର ମାଡ଼ ବି ହୋଇପାରେ। କନ୍ଧମାଳ, ବୌଦ୍ଧ, ନୟାଗଡ଼, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ।

ସେହିପରି ଆସନ୍ତାକାଲି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବିଜୁଳି ଓ ଘଡ଼ଘନି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ୧୫ ତାରିଖ ବେଳକୁ ବର୍ଷାର ପ୍ରଭାବ କମିଯିବ ଓ ୧୬ତାରିଖରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସୂଚନାଯୋଗ୍ୟ,  ରାଜ୍ୟରେ ଲାଗି ରହିଥିବା ଅଦିନିଆ ବର୍ଷା ଯୋଗୁ ଚାଷୀମାନେ ସବୁଠୁ ଅଧିକ ଚିନ୍ତାରେ ପଡ଼ି ଯାଇଛନ୍ତି। କେଉଁଠି ପନିପରିବା ନଷ୍ଟ ହୋଇଗଲାଣି ତ କେଉଁଠି ମଣ୍ଡିରେ ଧାନ ଓଦା ହୋଇ ଗଜା ହେବାକୁ ବସିଲାଣି।

Weather Report
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe