Advertisment

କାଲିଠୁ ଗଞ୍ଜାମ ଜିଲ୍ଲାରେ ହଟିବ କିଛି କଟକଣା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କଟକଣା କୋହଳ ହେବ। ଗଞ୍ଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ।  ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ। ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର […]

କାଲିଠୁ ଗଞ୍ଜାମ ଜିଲ୍ଲାରେ ହଟିବ କିଛି କଟକଣା

berhampur

Advertisment

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ଲକ୍‌ଡାଉନ୍ ନିୟମରେ କିଛିଟା କଟକଣା କୋହଳ ହେବ। ଗଞ୍ଜାମ ଜିଲ୍ଲାରେ ଅତ୍ୟାବଶ୍ୟକ ସେବା ପାଇଁ ନିୟୋଜିତ ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ମିଳିବ ବୋଲି ଜିଲ୍ଲାପାଳ କହିଛନ୍ତି। ବାଇକ୍‌ରେ ଜଣେ ଓ କାରରେ ୨ଜଣ ହିଁ ଯାଇପାରିବେ।  ଅତ୍ୟାବଶ୍ୟକ ସେବା ପାଇଁ ଏହି ଗାଡ଼ିକୁ ଚଳାଚଳ ପାଇଁ ଅନୁମତି ଦିଆଯିବ।

Advertisment

ପବ୍ଲିକ ଟ୍ରାନ୍ସପୋର୍ଟ କିନ୍ତୁ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକାନଗୁଡ଼ିକରେ ସାମାଜିକ ଦୂରତ୍ୱ ପାଳନ ହେଉଛି କି ନାହିଁ ତାହାର ଯାଞ୍ଚ ହେବ। ଏଥିପାଇଁ ଜିଲ୍ଲାରେ ସୋଶାଲ ଡିସ୍‌ଟାନ୍ସିଂ ମନିଟରିଂ ସ୍କ୍ୱାଡ ଗଠନ କରାଯାଇଛି।

ମନ୍ଦିର, ମସଜିଦ, ଚର୍ଚ୍ଚ ବନ୍ଦ ରହିବ।  ବାହାଘର ଭଳି ସାମାଜିକ ଉତ୍ସବ ଉପରେ କଟକଣା ରହିବ।  ଶବ ସତ୍କାର କାର୍ଯ୍ୟରେ ୨୦ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ଅନୁମତି ମିଳିବ ନାହିଁ।

Advertisment

ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେବ। ସାମାଜିକ ଦୂରତା ରଖି ଶ୍ରମିକମାନେ କାମ କରିବେ।  ଏନେଇ ବିଡିଓ ଓ ତହସିଲଦାରଙ୍କ ମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି।

ତେବେ ରାସ୍ତା କଡ଼ରେ ଥିବା ଠେଲା ଦୋକାନ, ପାନ, ଗୁଟଖା, ମଦ ଦୋକାନ ସଂପୂର୍ଣ୍ଣଭାବେ ବନ୍ଦ ରହିବ।  ଗତକାଲି ସୁଦ୍ଧା ଜିଲ୍ଲାରେ ୮ଶହଟି ଟେଷ୍ଟ ହୋଇଛି ଓ ସମସ୍ତ ନମୂନା ନେଗେଟିଭ ବାହାରିଥିବା ଜିଲ୍ଲପାଳ ସୂଚନା ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe