ସୋର(ଶଶିକାନ୍ତ ବେହେରା): ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ମୃତକଙ୍କ ନାଁ ମନୋଜ ବେହେରା।
ସୂଚନାଅନୁସାରେ, ଗତକାଲି ରାତିରେ ମନୋଜଙ୍କ ବାପା ଭାଗିରଥୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତେଣୁ ମନୋଜ ଭାଗିରଥୀଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଭାଗିରଥୀଙ୍କ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେବାକୁ କହିଥିଲେ।
ଆଜି ସକାଳେ ଏକ ବାଇକ୍ ଯୋଗେ ମନୋଜ ତାଙ୍କ ବାପା ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ଭଦ୍ରକ ଡାକ୍ତରଖାନା ନେଉଥିଲେ। ହେଲେ ଚରମ୍ପା ରେଳ ପୋଲ ନିକଟରେ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମନୋଜଙ୍କ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷରେ ମନୋଜଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି। ତେବେ ବାଇକ୍ରେ ବସିଥିବା ଗାଁର ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ଭକ୍ତଙ୍କ ପାଇଁ ପୁଣି ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ- ଆଜିଠୁ ୪ ଦ୍ୱାର ଦେଇ ସାଧାରଣ ଦର୍ଶନାର୍ଥୀ ପ୍ରବେଶ କରିବେ, କିନ୍ତୁ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ।
Miscellaneous
ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ଆନ୍ଦୋଳନ ମନା, ଆଉ ୬ମାସ ବଢ଼ିଲା ଏସ୍ମା ଅବଧି
ଓଡ଼ିଶା ଅତ୍ୟାବଶ୍ୟକ ସେବା(ମେଂଟେନାନ୍ସ) ଆକ୍ଟ-୧୯୮୮(ଓଡ଼ିଶା ଆକ୍ଟ ୯,୧୯୯୯) -ଏସମାର ଧାରା ୩(୩)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଏହି କଟକଣା ଅବଧିକୁ ନଭେମ୍ବର ୨୪ତାରିଖରୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି ।
Miscellaneous
ଭୁବନେଶ୍ୱର-ଝାରସୁଗୁଡ଼ାରୁ ମିଳିବ ଆଉ ୯ଟି ସହରକୁ ସିଧାସଳଖ ବିମାନସେବା
ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଉ ୫ଟି ସହରକୁ ଓ ଝାରସୁଗୁଡ଼ାସ୍ଥିତ ବୀରସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଉ ୪ଟି ସହରକୁ ସିଧାସଳଖ ବିମାନ ସେବା ମିଳିବ ।
Miscellaneous
୧୮ ଓ ୨୫ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ୧ରୁ ପ୍ରତ୍ୟେକ ସୋମବାର ‘ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ’ରେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି ।
Politics
ଆଦିବାସୀଙ୍କ ପାଇଁ ଖୁସି ଖବର; ଖୁବ୍ ଶୀଘ୍ର ଲାଗୁ ହେବ ପେସା ଆଇନ୍
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ଖୁବ୍ଶୀଘ୍ର ଲାଗୁ ହେବ ପେଶା ଆଇନ୍। ତେବେ ତା’ ପୂର୍ବରୁ ଲୋକଙ୍କ ମତାମତ ନିଆଯିବ। ପେସା ଆଇନ୍ ବାବଦରେ ସଚେତନ କରାଯିବ।