Advertisment

ବାପାଙ୍କୁ ଡାକ୍ତରଖାନା ନେଉଥିଲେ, ବାଟରେ ଚାଲିଗଲା ପୁଅର ଜୀବନ

ସୋର(ଶଶିକାନ୍ତ ବେହେରା): ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ମୃତକଙ୍କ ନାଁ ମନୋଜ ବେହେରା। ସୂଚନାଅନୁସାରେ, ଗତକାଲି ରାତିରେ ମନୋଜଙ୍କ ବାପା ଭାଗିରଥୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତେଣୁ ମନୋଜ    ଭାଗିରଥୀଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ସେଠାରେ ଭାଗିରଥୀଙ୍କ ଅବସ୍ଥା ଗୁରୁତର ହେବାରୁ  ଡାକ୍ତର ତାଙ୍କୁ  ଭଦ୍ରକ […]

ସାଇକେଲକୁ ପିଟିଲା ବାଇକ୍;  ଆଖି ବୁଜିଲେ ଜଣେ

accident

Advertisment

ସୋର(ଶଶିକାନ୍ତ ବେହେରା): ବାପାଙ୍କୁ ଡାକ୍ତରଖାନା ନେବା ବାଟରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ  ଥାନା ଅନ୍ତର୍ଗତ ମଇତାପୁର ଗାଁରେ। ମୃତକଙ୍କ ନାଁ ମନୋଜ ବେହେରା।

Advertisment

ସୂଚନାଅନୁସାରେ, ଗତକାଲି ରାତିରେ ମନୋଜଙ୍କ ବାପା ଭାଗିରଥୀଙ୍କୁ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ତେଣୁ ମନୋଜ    ଭାଗିରଥୀଙ୍କୁ ପ୍ରଥମେ ସିମୁଳିଆ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ହେଲେ ସେଠାରେ ଭାଗିରଥୀଙ୍କ ଅବସ୍ଥା ଗୁରୁତର ହେବାରୁ  ଡାକ୍ତର ତାଙ୍କୁ  ଭଦ୍ରକ ଡାକ୍ତରଖାନାକୁ ନେବାକୁ କହିଥିଲେ।

ଆଜି ସକାଳେ ଏକ ବାଇକ୍‌ ଯୋଗେ ମନୋଜ ତାଙ୍କ ବାପା ଓ ଗାଁର ଜଣେ ବ୍ୟକ୍ତିଙ୍କୁ ଧରି ଭଦ୍ରକ ଡାକ୍ତରଖାନା ନେଉଥିଲେ। ହେଲେ  ଚରମ୍ପା ରେଳ ପୋଲ ନିକଟରେ  ତାଙ୍କ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ  ମନୋଜଙ୍କ ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ ମନୋଜଙ୍କ ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନନ୍ତର କରାଯାଇଛି। ତେବେ ବାଇକ୍‌ରେ ବସିଥିବା ଗାଁର ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe