accident
କଣ୍ଟାବାଞ୍ଜି (ଓଡ଼ିଶା ରିପୋର୍ଟର): ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ବର୍ଷର ଶିଶୁପୁତ୍ରର ଜୀବନ। ତେବେ ସୌଭାଗ୍ୟ ବଶଃତ ବଞ୍ଚିଗଲେ ତାଙ୍କ ବାପା। ଏହି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ।
ସିନ୍ଧେକେଲା ଥାନା ଝଲପ ଗାଁର ବୁଲାଣିଠାରେ ଏକ ଟ୍ରାକ୍ଟର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ପୁଅର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ମୃତ ଶିଶୁ ଜଣଙ୍କ ହେଲେ ପ୍ରବାସ ସାହୁ। ତାଙ୍କ ବାପା ବିଘ୍ନ ରାଜ ସାହୁଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଆଜି ସକାଳେ ବିଘ୍ନ ପୁଅକୁ ମଟର ସାଇକେଲରେ ବସାଇ ଝଲପ ଯାଉଥିଲେ। ଝଲପ ଗାଁର ବୁଲାଣିଠାରେ ବିପରୀତ ଦିଗରୁ ଆସୁଥିବା ଟ୍ରାକ୍ଟରଟି ବିଘ୍ନଙ୍କ ବାଇକ୍କୁ ଧକ୍କା ଦେଇଥିଲା। ବାପପୁଅ ଗାଡ଼ିରୁ ଛିଟିକି ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ବିଘ୍ନଙ୍କ ୪ବର୍ଷର ପୁଅକୁ ମୃତ ଘୋଷଣା କରିଥିଲେ।
ଦୁର୍ଘଟଣା ପରେ ଡ୍ରାଇଭର ଟ୍ରାକ୍ଟର ନେଇ ଫେରାର ହୋଇଯାଇଥିଲେ। ପୁଲିସ ଘଟଣାର ତଦନ୍ତ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/11/Untitled-1-9.jpg)