ଫେସବୁକ୍‌ ଜରିଆରେ ବାପାଙ୍କୁ ଖୋଜି ପାଇଲେ ପୁଅ

ଜୟପୁର (ଓଡ଼ିଶା ରିପୋର୍ଟର):  ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା। ଏ ନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ବାପାଙ୍କୁ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। […]

bapa

bapa

Puspanjali Panda
  • Published: Thursday, 27 August 2020
  • Updated: 27 August 2020, 04:19 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର):  ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା।

ଏ ନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ବାପାଙ୍କୁ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଏସମ୍ପର୍କରେ ଖବର ଅପଲୋଡ୍ କରିଥିଲେ।

ଫେସବୁକ୍‌ରେ ଏହା ଦେଖିବା ପରେ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ରାଇକିଆ ପହଞ୍ଚିଥିଲେ। ତ୍ରିନାଥ ମାନସିକ ଭାରସାମ୍ୟ ହରାଇ କୌଣସି ପ୍ରକାରରେ କନ୍ଧମାଳ ରାଇକିଆରେ ଗତ ମାସ ୨୬ ତାରିଖରେ ପହଞ୍ଚିଥିଲେ। ପିପିଇ କିଟ୍ ପିନ୍ଧି ଏଣେ ତେଣେ ବୁଲୁଥିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos