Advertisment

ଫେସବୁକ୍‌ ଜରିଆରେ ବାପାଙ୍କୁ ଖୋଜି ପାଇଲେ ପୁଅ

ଜୟପୁର (ଓଡ଼ିଶା ରିପୋର୍ଟର):  ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା। ଏ ନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ବାପାଙ୍କୁ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। […]

ଫେସବୁକ୍‌ ଜରିଆରେ ବାପାଙ୍କୁ ଖୋଜି ପାଇଲେ ପୁଅ

bapa

Advertisment

ଜୟପୁର (ଓଡ଼ିଶା ରିପୋର୍ଟର):  ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା।

Advertisment

ଏ ନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍‌ରେ ବାପାଙ୍କୁ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର କରି ଏସମ୍ପର୍କରେ ଖବର ଅପଲୋଡ୍ କରିଥିଲେ।

ଫେସବୁକ୍‌ରେ ଏହା ଦେଖିବା ପରେ ସେ ସଂପୃକ୍ତ ବ୍ୟକ୍ତିଙ୍କୁ ଯୋଗାଯୋଗ କରି ରାଇକିଆ ପହଞ୍ଚିଥିଲେ। ତ୍ରିନାଥ ମାନସିକ ଭାରସାମ୍ୟ ହରାଇ କୌଣସି ପ୍ରକାରରେ କନ୍ଧମାଳ ରାଇକିଆରେ ଗତ ମାସ ୨୬ ତାରିଖରେ ପହଞ୍ଚିଥିଲେ। ପିପିଇ କିଟ୍ ପିନ୍ଧି ଏଣେ ତେଣେ ବୁଲୁଥିବା ବେଳେ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe