Advertisment

ନିଶା ଖାଇବାକୁ ଟଙ୍କା ନ ଦେବାରୁ ବାପା ମୁଣ୍ଡରେ ଛୁରି ଭୁସି ଦେଲା ପୁଅ

ଦେବଗଡ଼(ଓଡ଼ିଶା ରିପୋର୍ଟର): ନିଶା ଖାଇବାକୁ ଟଙ୍କା ନ ଦେବାରୁ ଛୁରି ଆକ୍ରମଣରେ ବାପାକୁ ହତ୍ୟା କଲା ପୁଅ। ଆଜି ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସେହି ଗାଁର ରତ୍ନାକର ପ୍ରଧାନ(୭୦)। ଗ୍ରାମବାସୀ ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନ ପ୍ରଧାନକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ରତ୍ନାକର ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ନୂଆବର୍ଷ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ବାପା […]

ଅଦ୍ୟତନ ହୋଇଛି
ନିଶା ଖାଇବାକୁ ଟଙ୍କା ନ ଦେବାରୁ ବାପା ମୁଣ୍ଡରେ ଛୁରି ଭୁସି ଦେଲା ପୁଅ

kill

Advertisment

ଦେବଗଡ଼(ଓଡ଼ିଶା ରିପୋର୍ଟର): ନିଶା ଖାଇବାକୁ ଟଙ୍କା ନ ଦେବାରୁ ଛୁରି ଆକ୍ରମଣରେ ବାପାକୁ ହତ୍ୟା କଲା ପୁଅ। ଆଜି ଦେବଗଡ ଥାନା କାଉଁଶିବାହାଲ ଗାଁରେ ଘଟିଛି ଏହି ବୀଭତ୍ସ ହତ୍ୟାକାଣ୍ଡ। ମୃତକ ହେଲେ ସେହି ଗାଁର ରତ୍ନାକର ପ୍ରଧାନ(୭୦)। ଗ୍ରାମବାସୀ ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନ ପ୍ରଧାନକୁ କାବୁ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି।

Advertisment

ରତ୍ନାକର ଘରେ ଶୋଇଥିବା ବେଳେ ପୁଅ ଦୁର୍ଯ୍ୟୋଧନ ଘରକୁ ନିଶାସକ୍ତ ଅବସ୍ଥାରେ ଆସି ନୂଆବର୍ଷ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ବାପା ରତ୍ନାକର ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାପାଙ୍କ ମୁଣ୍ଡକୁ ବାରମ୍ବାରରେ ଛୁରିରେ ଆକ୍ରମଣ କରିଥିଲା ଦୁର୍ଯ୍ୟୋଧନ। ରତ୍ନାକରଙ୍କ ଶରୀରୁ ପ୍ରଚୁର ପରିମାଣରେ ରକ୍ତ ବୋହି ଯାଇଥିଲା। ଫଳରେ ଘର ସାମ୍ନାରେ ରତ୍ନାକରଙ୍କର ମୃତ୍ୟୁ ହୋଇଯାଇଥିଲା।

ଖବର ପାଇ ଦେବଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅ ଦୁର୍ଯ୍ୟୋଧନକୁ ଗିରଫ କରିଛି। ଦେବଗଡ ଆଇଆଇସି ସୁରେନ୍ଦ୍ର ନାୟକ କହିଛନ୍ତି, ରତ୍ନାକରଙ୍କ ୩ ପୁ‌ଅ ଓ ଗୋଟିଏ ଝିଅ ମଧ୍ୟରୁ ମଝିଆ ପୁଅ ଏହି ଘଟଣା ଘଟାଇଛନ୍ତି। ଅଭିଯୁକ୍ତ ଦୁର୍ଯ୍ୟୋଧନ ବିଭିନ୍ନ ସମୟରେ ନିଶାଖାଇ ପରିବାରରେ ଝଗଡ଼ା କରନ୍ତି। ତାଙ୍କ ନାମରେ ପୁଲିସରେ ୨ଟି ମାମଲା ପୂର୍ବରୁ ରହିଛି। ସେ କିଡ୍‌ନୀ ରୋଗରେ ପୀଡ଼ିତ। ଆଜି ନିଶା ଖାଇବାକୁ ଟଙ୍କା ନ ଦେବାରୁ ସେ ତାଙ୍କ ବାପାଙ୍କ ଡାହାଣ ପଟ ମୁଣ୍ଡକୁ ଛୁରିରେ ଆକ୍ରମଣ କରିଥିଲେ। ପ୍ରବଳ ରକ୍ତ ବୋହିଯିବାରୁ ବାପା ରତ୍ନାକରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ ଛୁରିକୁ ଜବତ କରାଯାଇଛି। ସାଇଣ୍ଟିଫିକ୍ ଟିମ୍‌ ଘଟଣାର ତଦନ୍ତ କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe