Advertisment

ବାପାକୁ ହାଣିଲା ପୁଅ

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ସେହି ପୁଅ ତାକୁ ହାଣି ହତ୍ୟା କଲା।  ଏଭଳି ଘଟଣା ଘଟିଛି ମୟୂରଭଞ୍ଜ  ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ବାଙ୍କିସାହିରେ। ପୁଅ କୁରାଢ଼ୀ ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲୁଚନ ମୁଣ୍ଡା। ପୁଅ ମଙ୍ଗଲ ମୁଣ୍ଡା ଓ ବୋହୂ ଜ୍ୟୋତି ମୁଣ୍ଡାଙ୍କୁ କରଞ୍ଜିଆ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମାଛ ଧରିବାକୁ  କେନ୍ଦ୍ର କରି ଲୁଚନ […]

ଅଦ୍ୟତନ ହୋଇଛି
ବାପାକୁ ହାଣିଲା ପୁଅ

murder

Advertisment

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ଯେଉଁ ପୁଅକୁ କୋଳେଇ କାଖେଇ ବଡ଼ କରିଥିଲା, ସେହି ପୁଅ ତାକୁ ହାଣି ହତ୍ୟା କଲା।  ଏଭଳି ଘଟଣା ଘଟିଛି ମୟୂରଭଞ୍ଜ  ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଭଅଁରା ବାଙ୍କିସାହିରେ। ପୁଅ କୁରାଢ଼ୀ ଚୋଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଲୁଚନ ମୁଣ୍ଡା। ପୁଅ ମଙ୍ଗଲ ମୁଣ୍ଡା ଓ ବୋହୂ ଜ୍ୟୋତି ମୁଣ୍ଡାଙ୍କୁ କରଞ୍ଜିଆ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

Advertisment

ଆଜି ସକାଳେ ମାଛ ଧରିବାକୁ  କେନ୍ଦ୍ର କରି ଲୁଚନ ଓ ତା’ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲେ। ପରେ ଘରୁ କୁରାଢ଼ୀ ଆଣି ଲୁଚନ  ପୁଅ ଉପରକୁ ଆକ୍ରମଣ କରିଥିଲେ। ଶ୍ୱଶୁର ଓ ସ୍ୱାମୀ ଝଗଡ଼ା ଦେଖି ଜ୍ୟୋତି ଦୌଡ଼ି ଆସିଥିଲେ। ସେମାନଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା।

ପରେ ଲୁଚନ ହାତରୁ କୁରାଢ଼ୀ ଛଡ଼ାଇ ଆଣି ମଙ୍ଗଲ ନିଜ ବାପାକୁ ହାଣି ଦେଇଥିଲା। ଘଟଣାସ୍ଥଳରେ ଲୁଚନଙ୍କର ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ମଙ୍ଗଲ ଓ ତାଙ୍କ ସ୍ତ୍ରୀକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।  ଖବର ପାଇ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ମଙ୍ଗଲ ଓ ତାଙ୍କ ସ୍ତ୍ରୀକୁ ଘଟଣାସମ୍ପର୍କରେ ପୁଲିସ ପଚରାଉଚରା କରୁଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe